ନୂଆଦିଲ୍ଲୀ: ଇ-କମର୍ସ ପ୍ଲାର୍ଟଫର୍ମ ଆମାଜନକୁ ‘ବୈଶ୍ବିକ ଅପରାଧୀ’ ଦର୍ଶାଇଲା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)। ଏଥିଯୋଗୁଁ ଭାରତରେ ଏହାର ପରିଚାଳନା ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ସଂଘର । ସିଏଆଇଟି କହିଛି କି କମ୍ପାନୀର କୁପ୍ରଥା ଉପରେ ଠିକ ସମୟରେ ଅନୁସନ୍ଧାନ କରାଯିବା ଉଚିତ୍ ।
ସିଏଆଇଟି ଅନୁସାରେ ଏକ ମିଡିଆ ରିପୋର୍ଟରେ ହୋଇଥିବା ଖୁଲାସାକୁ ଦୃଷ୍ଟିରେ ରଖି ଆମାଜନ ଭାରତର ଇ-କମର୍ସ ବ୍ୟବସାୟୀଙ୍କୁ ନିୟନ୍ତ୍ରିତ ପାଇଁ ଏକ ପୂର୍ବ ପ୍ରସ୍ତୁତି ରଣନୀତି ରଚିଛି । ଆଉ ଏବେ ଏହା ସ୍ପଷ୍ଟ ହୋଇଛି କି ଆମାଜନ ଭାରତ ସରକାରଙ୍କ ନିୟମ, ଆଇନ ଓ ନୀତିକୁ ବେଖାତିର କରି ଭାରତର ଇ-କମର୍ସ ବ୍ୟବସାୟକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛି ।
ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ସରକାରଙ୍କୁ ତୁରନ୍ତ ଭାରତରେ ପରିଚାଳନା ପାଇଁ ଆମଜାନ ଉପରେ ପ୍ରତିବନ୍ଧକ ଲଗାଇବା ଦରକାର । ଆଉ ତାହାର ମନମାନୀ ଉପରେ ଯଥାସମ୍ଭବ ଯାଞ୍ଚ ଆଦେଶ ଦେବାର ଆବଶ୍ୟକ । ଫ୍ଲିପକାର୍ଟ ମଧ୍ୟ ଏଭଳି କୁପ୍ରଥାରେ ସାମିଲ । ଏଣୁ ଫ୍ଲିପକାର୍ଟର ବ୍ୟବସାୟୀଙ୍କ ବ୍ୟବସ୍ଥା ଉପରେ ମଧ୍ୟ ଅଙ୍କୁଶ ଲଗାଇ ଯାଞ୍ଚ ଜରୁରୀ ।
ଏଥିସହ ସିଏଆଇଟି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଦ୍ବାରା ଘୋଷିତ ଏଫଡିଆଇ ନୀତିର ପ୍ରେସ ନୋଟ ସଂଖ୍ୟା 2 ସ୍ଥାନରେ ଏକ ନୂଆ ପ୍ରେସ ନୋଟି ଜାରି କରିବାକୁ ଦାବି କରିଛି । ସରକାରଙ୍କୁ ନିଜର ବହୁପ୍ରତୀକ୍ଷିତ ଇ-କମର୍ସ ନୀତିକୁ ମଧ୍ୟ ଅନ୍ତିମ ରୂପ ଦେବା ଆବଶ୍ୟକ ।
ସେ କହିଛନ୍ତି ଯେ ସିଏଆଇଟି ବାବଦରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅନୁସନ୍ଧାନ କରୁଛି । ସଂଘର ଆଇନଜୀବୀ ସମସ୍ତ ଆଇନଗତ ସମ୍ଭାବନା ଅନୁସନ୍ଧାନ କରୁଛନ୍ତି ଏବଂ ଆଇନଜୀବୀଙ୍କ ପରାମର୍ଶ ଅନୁଯାୟୀ ଖୁବ୍ ଶୀଘ୍ର ଏହା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।