ନୂଆଦିଲ୍ଲୀ: ବଢିଲା ପଞ୍ଚଦଶ ଅର୍ଥ ଆୟୋଗର କାର୍ଯ୍ୟକାଳ ଅବଧି । ଆସନ୍ତା ବର୍ଷ ଅକ୍ଟୋବର 30 ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗ କାମ କରିବ । ଏଥିସହ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଚଳିତ ଆର୍ଥିକ ବର୍ଷର ପ୍ରଥମ ରିପୋର୍ଟ ପ୍ରସ୍ତୁତ ପାଇଁ ପଞ୍ଚଦଶ ଆୟୋଗକୁ ମଞ୍ଜୁରୀ ଦେଇଛି ।
କାର୍ଯ୍ୟକାଳ ବୃଦ୍ଧି ଦ୍ବାରା ଆୟୋଗ 2020-2016 ଅବଧିରେ ନିଜ ପରାମର୍ଶକୁ ଅନ୍ତିମ ରୂପ ଦେବାକୁ ସକ୍ଷମ ହୋଇପାରିବ । ଏଥିପାଇଁ ଆୟୋଗ ବିଭିନ୍ନ ଦିଗକୁ ଯାଞ୍ଚ କରିପାରିବ ।
2021 ଏପ୍ରିଲ ପହିଲା ପରଠୁ ଆୟୋଗ ପାଇଁ 5 ବର୍ଷର କଭରେଜ ଉପଲବ୍ଧ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟପ୍ତ ସମୟ ମିଳିପାରିବ । ଆର୍ଥିକ ପରିପ୍ରେକ୍ଷୀ ସହ ଯୋଜନାର ଡିଜାଇନ ଓ ମଧ୍ୟ ପାଠ୍ୟକ୍ରମ ମୁଲ୍ୟାଙ୍କନ ଓ ସୁଧାର ପାଇଁ ସାହାଯ୍ୟ ହେବ ।
ଅନୁମାନ ରହିଛି ଯେ, ଚଳିତ ଆର୍ଥିକ ବର୍ଷ ଆରମ୍ଭରେ କରାଯାଇଥିବା ଆର୍ଥିକ ସୁଧାର ପ୍ରଭାବ 2020-21ପ୍ରଥମ ତ୍ରୈୟମାସ ଶେଷ ରହିବ ବୋଲି ଡାଟାରୁ ଜଣାପଡୁଛି ।