ETV Bharat / business

ବିସ୍ତାର ହେଲା ଏମଏସଏମଇ ସଂଜ୍ଞା, 50 ହଜାର କୋଟି ଇକ୍ୟୁଟି ନିବେଶକୁ ମଞ୍ଜୁରୀ

ସୋମବାର କେନ୍ଦ୍ର କ୍ୟାବିନେଟ ଆତ୍ମନିର୍ଭର ଭାରତ ପ୍ୟାକେଜର ବହୁତ ଘୋଷାକୁ ମଞ୍ଜୁରୀ ଦିଆଯାଇଛି । ଏମଏସଏମଇ ପରିଭାଷାକୁ ଅନୁମୋଦନ ମିଳିବା ସହ ଏହାକୁ ଆହୁରୀ ବିସ୍ତାର କରାଯାଇଛି । ଅଧିକ ପଢନ୍ତୁ..

author img

By

Published : Jun 1, 2020, 7:24 PM IST

New MSME definition
ବିସ୍ତାର ହେଲା ଏମଏସଏମଇ ସଂଜ୍ଞା, 50 ହଜାର କୋଟି ଇକ୍ୟୁଟି ନିବେଶକୁ ମଞ୍ଜୁରୀ

ନୂଆଦିଲ୍ଲୀ: ସୋମବାର ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏମଏସଏମଇ ପରିଭାଷାକୁ ଆହୁରୀ ବିସ୍ତାର ନେଇ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ।

ଏବେ କ୍ଷୁଦ୍ର ଉଦ୍ୟୋଗ ପାଇଁ 1 କୋଟିର ଟଙ୍କା ନିବେଶ ଓ 5 କୋଟି ଟଙ୍କାର ଟନଓଭର ସୀମା ରହିଛି । ସେହିପରି 10 କୋଟି ନିବେଶ ଓ ବାର୍ଷିକ 50 କୋଟିର ଟନଓଭରକୁ ଲଘୁ ଉଦ୍ୟୋଗ ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ପାଇଁ ଟନଓଭର ସୀମା 250 କୋଟି ଓ ନିବେଶ ସୀମା 20 କୋଟି ରଖାଯାଇଛି । 2006 ର ଏମଏସଏମଇ ଆଇନକୁ 14 ବର୍ଷ ପରେ ସଂଶୋଧନ କରାଯାଇଛି।

ସେହିପରି ଏମଏସଏମଇ ସଂସ୍ଥାଙ୍କୁ ଋଣ ସହାୟତା ପାଇଁ ଆବଣ୍ଟିତ 20 ହଜାର କୋଟିର ସହାୟକ ଋଣ ପ୍ୟାକେଜ ଅନୁମୋଦିତ ହୋଇଛି । ଏହା ଦ୍ବାରା ସଙ୍କଟଗ୍ରସ୍ଥ ପ୍ରାୟ ୨ ଲକ୍ଷ ଏମଏସଏମଇ ୟୁନିଟ ଲାଭବାନ ହେବ । ଏହାବ୍ୟତିତ 50 ହଜାର କୋଟିର ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏମଏସଏମଇର କାରବାର ସୀମାକୁ 5 କୋଟି କରାଯାଇଛି। ଫଳରେ କମ୍ପାନୀ ଷ୍ଟକ ବଜାରରେ ନିଜକୁ ତାଲିକାଭୁକ୍ତ କରାଇ ଅଧିକ ଆୟ କରିପାରିବେ ବୋଲି ଜାଭେଦକର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.