ETV Bharat / business

MSMEକୁ ମିଳିବ 3 ଲକ୍ଷ କୋଟିର ଋଣ , କ୍ୟାବିନେଟ ଦେଲା ମଞ୍ଜୁରୀ - Cabinet approves credit line for MSME

ଲକଡାଉନ ମଧ୍ୟରେ ସଙ୍କଟରେ ଜୁଝୁଥିବା ଏମଏସଏମଇକୁ 9.5 ପ୍ରତିଶତ ରିହାତି ଦରରେ 3 ଲକ୍ଷ କୋଟିର ଋଣ ମିଳିବ । ଏ ନେଇ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । ଅଧିକ ପଢନ୍ତୁ...

MSME
MSMEକୁ ମିଳିବ 3 ଲକ୍ଷ କୋଟିର ଋଣ , କ୍ୟାବିନେଟ ଦେଲା ମଞ୍ଜୁରୀ
author img

By

Published : May 20, 2020, 10:50 PM IST

ନୂଆଦିଲ୍ଲୀ: କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମଏସଏମଇ)କୁ 9.5 ପ୍ରତିଶତ ରିହାତି ଦରରେ 3 ଲକ୍ଷ କୋଟିର ଅତିରିକ୍ତ ଋଣ ମିଳିବ । ଏହି ଯୋଜନାକୁ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛି ।

କୋରୋନା ଭାଇରସ ମହାମାରୀ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ଏମଏସଏମଇ ସେକ୍ଟରକୁ ଋଣ, ଜରୁରୀକାଳୀନ ଋଣ ସୁବିଧା ଗ୍ୟାରେଣ୍ଟି ଯୋଜନା (ECLGS) ଅଧିନରେ ଏହି ଟଙ୍କା ଉପଲବ୍ଧ କରାଯିବ ।

କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜରେ ଏମଏସଏମଇ ପାଇଁ 3 ଲକ୍ଷ କୋଟି ଟଙ୍କାର ଋଣ ଯୋଜନା ଘୋଷଣା କରାଯାଇଥିଲା । ଗତ ସପ୍ତାହରେ ଅର୍ଥମନ୍ତ୍ରୀ 5ଟି ପର୍ଯ୍ୟାୟରେ ଏହି ପ୍ୟାକଜରେ ବିଭିନ୍ନ ସେକ୍ଟରକୁ ବୁଷ୍ଟର ଦେଇଛନ୍ତି ।

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଯୋଜନା ଅଧୀନରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ଯେଉଁଥିରେ ନ୍ୟାସନାଲ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ (ଏନସିଜିଟିସି) 100 ପ୍ରତିଶତ ଗ୍ୟାରେଣ୍ଟି କଭର ପ୍ରଦାନ କରିବ। ଏହି ଋଣ ସୁବିଧା ଏମଏସଏମଇ ଓ ମୁଦ୍ରା ଯୋଜନା ଅଧିନରେ ନେଇଥିବା ଋଣ ଗ୍ରହୀତାଙ୍କୁ ଦିଆଯିବ । ଏହାକୁ ଗ୍ୟାରେଣ୍ଟି ହୋଇଥିବା ଜରୁରୀକାଳୀନ କ୍ରେଡିଟ ସୁବିଧା (GECL) ଅଧୀନରେ ଉପଲବ୍ଧ କରାଯିବ ।

ବିଜ୍ଞପ୍ତିରେ କୁହାଯାଇଛି କି, ଏଥିପାଇଁ ଭାରତ ସରକାର 41, 600 କୋଟି ଟଙ୍କା ପାଣ୍ଠି ଯୋଗାଇ ଦେବେ । ଏହି ପାଣ୍ଠି ଚଳିତ ଆର୍ଥିକ ବର୍ଷ ସହିତ ଆଗାମୀ ତିନି ଆର୍ଥିକ ବର୍ଷ ପାଇଁ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.