ETV Bharat / business

ଏମଏଫଇ ପାଇଁ 10 ହଜାର କୋଟି ସ୍କିମକୁ କ୍ୟାବିନେଟର ମଞ୍ଜୁରୀ

author img

By

Published : May 20, 2020, 7:26 PM IST

ଖାଦ୍ୟ ଉତ୍ପାଦନ କାରୀ ସଂସ୍ଥାଙ୍କୁ ସହଯୋଗ ପାଇଁ ଘୋଷଣା ହୋଇଥିବା 10 ହଜାର କୋଟିର ପ୍ୟାକେଜକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହା ଦ୍ବାରା 2 ଲକ୍ଷ ଏମଏଫଇ ଉପକୃତ ହେବେ । ଅଧିକ ପଢନ୍ତୁ..

Cabinet approves
ଏମଏଫଇ ପାଇଁ 10Cabinet approvesCabinet approves ହଜାର କୋଟିର ସ୍କିମକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କ୍ଷୁଦ୍ର ଖାଦ୍ୟ ଉଦ୍ୟୋଗ(ଏମଏଫଇ) ପାଇଁ ଘୋଷଣା ହୋଇଥିବା 10 ହଜାର କୋଟି ଟଙ୍କାର ସ୍କିମକୁ ମିଳିଛି କ୍ୟାବିନେଟର ଅନୁମୋଦନ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ଗ୍ରୀନ ସିଗନାଲ ଦିଆଯାଇଛି । ଏହି ଯୋଜନା ଦ୍ବାରା ପ୍ରାୟ 2 ଲକ୍ଷ ଏମଏଫଇ ଲାଭବାନ ହେବେ ।

କୋରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟିର ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଅଧିନରେ ଏମଏଫଇ ପାଇଁ 10 ହଜାର କୋଟିର ଫଣ୍ଡ ଆବଣ୍ଟନ ହୋଇଛି ।

ଅସଂଗଠିତ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 60:40 ଅନୁପାତରେ ଟଙ୍କା ବଣ୍ଟନ ହେବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ଏହି ସ୍କିମ 5 ବର୍ଷ 2024-25 ଯାଏଁ କାର୍ଯ୍ୟକାରୀ ହେବ । ଏହା 2,00,000 ୟୁନିଟକୁ କ୍ରେଡିଟ ଲିଙ୍କ ସବସିଡି ଯୋଗାଇବ ।

ଯେଉଁ ରାଜ୍ୟରେ ଯେଉଁ ଉତ୍ପାଦ ଅଧିକ ଅମଳ ହୋଇଥାଏ , ସେହି ରାଜ୍ୟରେ କ୍ଲଷ୍ଟର ବସାଇ କମ୍ପାନୀଗୁଡିକ ସେଗୁଡିକର ବ୍ରାଣ୍ଡିଂ ଓ ମାର୍କେଟିଂ କରିବେ । ଯାହା ଦ୍ବାରା ସ୍ଥାନୀୟ ଉତ୍ପାଦର ପ୍ରଚାର ହେବ । ଏଥିସହ ଭାରତୀୟ କୃଷି ଉତ୍ପଦ ବିଦେଶରେ ପହଞ୍ଚିବ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିବ ବୋଲି ଅର୍ଥମନ୍ତ୍ରୀ ନିଜ ଘୋଷଣାରେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.