ETV Bharat / business

ଇସିଏ ସଂଶୋଧନକୁ କ୍ୟାବିନେଟର ମଞ୍ଜୁରୀ, ଲାଗୁ ହେବ ୱାନ ନେସନ ୱାନ ମାର୍କେଟ - Essential Commodities Act

‘ଆତ୍ମନିର୍ଭର ଭାରତ’ ଅଧିନରେ ଅର୍ଥମନ୍ତ୍ରୀ 1955ରୁ ଜାରି ଆବଶ୍ୟକ ବସ୍ତୁ ଅଧିନିୟମରେ ପରିବର୍ତ୍ତନ ନେଇ କହିଥିଲେ । ବୁଧବାର ଏହା ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ । ଫଳରେ 65 ବର୍ଷର ଏହି ଆକ୍ଟ ଏବେ ପରିବର୍ତ୍ତନ ହେବ । ଏହା ଅନୁଯାୟୀ କୃଷକଙ୍କ ପାଇଁ ସମଗ୍ର ଦେଶରେ ‘ୱାନ ନେସନ ୱାନ ମାର୍କେଟ ହେବ । ଅଧିକ ପଢନ୍ତୁ..

Cabinet approves amendment to Essential Commodities Act
ବଦଳିବ ଆବଶ୍ୟକ ବସ୍ତୁ ଅଧିନିୟମ : ହସିବ ଚାଷୀ, ବଢିବ ଆୟ
author img

By

Published : Jun 3, 2020, 6:31 PM IST

ନୂଆଦିଲ୍ଲୀ: ଖାଦ୍ୟ ଶସ୍ୟ ଓ ପିଆଜ ସମେତ ଅନ୍ୟ ବସ୍ତୁକୁ ନିୟନ୍ତ୍ରଣ ମୁକ୍ତ କରିବା ପାଇଁ ଆବଶ୍ୟକ ବସ୍ତୁଅଧିନିୟମ(ଇସିଏ)ରେ ସଂଶୋଧନକୁ ମଞ୍ଜୁରୀ ଦେଇଛି ମନ୍ତ୍ରୀମଣ୍ଡଳ ।

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯାହାଦ୍ବାରା କୃଷକମାନେ ଉପକୃତ ହେବେ ।

‘ଆତ୍ମନିର୍ଭର ଭାରତ’ ଅଧିନରେ ଅର୍ଥମନ୍ତ୍ରୀ 1955ରୁ ଜାରି ଆବଶ୍ୟକ ବସ୍ତୁ ଅଧିନିୟମରେ ପରିବର୍ତ୍ତନ ନେଇ କହିଥିଲେ । ବୁଧବାର ଏହା ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ । ଫଳରେ 65 ବର୍ଷର ଏହି ଆକ୍ଟ ଏବେ ପରିବର୍ତ୍ତନ ହେବ । ଏହା ଅନୁଯାୟୀ କୃଷକଙ୍କ ପାଇଁ ସମଗ୍ର ଦେଶରେ ୱାନ ନେସନ ୱାନ ମାର୍କେଟ ଲାଗୁ ହେବ । କୃଷକ ମାନେ ସେମାନଙ୍କ ଉତ୍ପାଦିତ ବସ୍ତୁ କେବେ ବି ବିକ୍ରି କରିପାରିବେ ।

ଏ ନେଇ କ୍ୟାବିନେଟରେ ଅନୁମୋଦନ ପରେ ଏବେ ଆବଶ୍ୟକ ବସ୍ତୁ ଅଧିନିୟମରେ ପରିବର୍ତ୍ତନ ପାଇଁ ସରକାର ଅଧ୍ୟାଦେଶ ଆଣିବେ ।

କୃଷକଙ୍କ ଉତ୍ପାଦକୁ ଉଚିତ ମୂଲ୍ୟ ଦେବା ପାଇଁ ପର୍ଯ୍ୟାପ୍ତ ବିକଳ୍ପ ଯୋଗାଇବାକୁ କେନ୍ଦ୍ରୀୟ ଆଇନ ପ୍ରସ୍ତୁତ କରାଯିବ। ଏହାର ସଙ୍କେତ ସରକାର ନିକଟରେ ଦେଇଥିଲେ। ଏହା ସହିତ ବାଧାମୁକ୍ତ ଆନ୍ତରାଜ୍ୟ ବ୍ୟାପାର ଏବଂ କୃଷିଜାତ ଦ୍ରବ୍ୟର ଇ-ବାଣିଜ୍ୟ ପାଇଁ ଏକ ଫ୍ରେମୱାର୍କ ତିଆରି ହେବ । ଏହା ପରେ କୃଷକମାନେ ସେମାନଙ୍କର ଉତ୍ପାଦକୁ ଯେକୌଣସି ସ୍ଥାନରେ ବିକ୍ରୟ କରିବାକୁ ସକ୍ଷମ ହେବେ । ତେବେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉତ୍ତମ ମୂଲ୍ୟ ଯୋଗାଇବା ପାଇଁ ଏହି ଅଧିନିୟମରେ ପରିବର୍ତ୍ତନ କରାଯିବ। ଏହା କୃଷି କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ କରିବାରେ ସାହାଯ୍ୟ କରିବ ।

ଯଦି କେହି ରପ୍ତାନିକାରୀ, କେହି ପ୍ରୋସେସର, କେହି ଅନ୍ୟ ସାମଗ୍ରୀର ଉତ୍ପାଦକ ଥିବେ, ତେବେ ପାରସ୍ପରିକ ଚୁକ୍ତିନାମା ଅନୁଯାୟୀ ତାଙ୍କୁ କୃଷିଜାତ ଦ୍ରବ୍ୟ ବିକ୍ରୟ କରିବାର ସୁବିଧା ଦିଆଯାଇଛି । ଏହା ଦ୍ବାରା ଯୋଗାଣ ଶୃଙ୍ଖଳା ସୃଷ୍ଟି ହେବ । ପ୍ରଥମ ଥର ପାଇଁ ଭାରତରେ ଏଭଳି ପଦକ୍ଷେପ ନିଆଯାଇଛି।

ଏବେ ପର୍ଯ୍ୟନ୍ତ ଇସିଏ ଆକ୍ଟ କଣ ରହିଥିଲା..

ଏହି ଅଧିନିୟମ ଅଧିନରେ ଆସୁଥିବା ସମସ୍ତ ସାମଗ୍ରୀର ବିକ୍ରୟ, ଦାମ , ଯୋଗାଣ ଏବଂ ବଣ୍ଟନକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରନ୍ତି। ଏହା MRP ସ୍ଥିର କରେ । କିଛି ଜିନିଷ ଅଛି ଯାହା ଜୀବନ ପାଇଁ ଆବଶ୍ୟକ । ଏହିପରି ଆଇଟମ ଗୁଡିକ ଅତ୍ୟାବଶ୍ୟକ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଯେତେବେଳେ କେନ୍ଦ୍ର ସରକାର ଜାଣିବାକୁ ପାଇବେ ଯେ ବଜାରରେ ଚାହିଦା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ବସ୍ତୁର ଯୋଗାଣ ବହୁତ କମ୍ ଅଟେ ଏବଂ ଏହାର ମୂଲ୍ୟ କ୍ରମାଗତ ଭାବରେ ବଢୁଛି, ତେବେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏହା ଉପରେ ଆକ୍ଟକୁ ଲାଗୁ କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.