ନୂଆଦିଲ୍ଲୀ: ସରକାରଙ୍କ ଇ-ମାର୍କେଟପ୍ଲେସ (GeM) ପ୍ଲାର୍ଟଫର୍ମରୁ ସାମଗ୍ରୀ ଓ ସେବା କ୍ରୟ ନେଇ ଲାଗୁ ହେଲା ନୂଆ ନିୟମ । ଯଦି ସରକାରୀ ବିଭାଗ କିମ୍ବା ଏଜେନ୍ସି ବିଳମ୍ବରେ ବିକ୍ରେତାଙ୍କୁ ପେମେଣ୍ଟ କରୁଛନ୍ତି , ତେବେ ତାଙ୍କୁ 1 ପ୍ରତିଶତ ହାରରେ ସୁଧ ହେବାକୁ ପଡିବ । ବ୍ୟୟ ବିଭାଗ ଏନେଇ ସୂଚନା ଦେଇଛି ।
ଏହି ସୁଧ ବାବଦରେ ଯେଉଁ ଟଙ୍କା ମିଳିବ ତାହାକୁ GeM ଏକ ଅଲଗା ଆକାଉଣ୍ଟରେ ରଖାଯିବ । ସରକାର ବାରମ୍ବାର ବିକ୍ରେତାଙ୍କୁ , ବିଶେଷ କରି ଏମଏସଏଣଇ କ୍ଷେତ୍ରର ବିକ୍ରେତାଙ୍କୁ ଶୀଘ୍ର ପେମେଣ୍ଟ ନେଇ ଜୋର ଦେଇଆସୁଛନ୍ତି ।
ସରକାରୀ ଇ-ମାର୍କେଟପ୍ଲେସ ରେ ହେଉଥିବା କ୍ରୟ ପାଇଁ, କ୍ରେତାଙ୍କୁ ରସିଦ ଓ ସ୍ବୀକୃତି ପ୍ରମାଣପତ୍ର ମିଳିବାର 10 ଦିନ ମଧ୍ୟରେ ପେମେଣ୍ଟ କରିବାକୁ ପଡିଥାଏ । ଏହା ବ୍ୟତୀତ ବିଭାଗ ଏକ କାର୍ଯ୍ୟାଳୟ ସ୍ମାରକପତ୍ରରେ କହିଛି ଯେ ସୁଧରୁ ମିଳୁଥିବା ଟଙ୍କା ଜେମ ଦ୍ୱାରା ପରିଚାଳିତ ଆକାଉଣ୍ଟରେ ରଖାଯିବ। ଏହି ସର୍ତ୍ତଗୁଡିକ ଚଳିତ ବର୍ଷ ଅକ୍ଟୋବର 1 ରୁ ସମସ୍ତ କ୍ରୟ ପାଇଁ ପ୍ରଯୁଜ୍ୟ ହେବ।
ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି, ବିକ୍ରେତା ବିଶେଷ କରି ଏମଏସଏମଇ ପେମେଣ୍ଟକୁ ଅଧିକ ଅନୁଶାସନ ଓ ସମୟାନୁବର୍ତ୍ତିତା କରିବା ଲାଗି ସରକାର ଜେମ ପୋର୍ଟାଲରେ ଏଭଳି ନିୟମ ଲାଗୁ କରିଛନ୍ତି ।