ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ ଓ ଗତିଶୀଳ କରିବାକୁ ସରକାର ବଜେଟରେ ବହୁ ନୂଆ ଯୋଜନା ଆଣିବେ । ଏଭଳି ସୁଦୃଢ ବଜେଟର ସଙ୍କେତ ଦେଇ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।
ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ । ତେବେ ଏହା ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ଭାରତର ଅଭିବୃଦ୍ଧି ଅନୁମାନକୁ ହ୍ରାସ କରିଛି । ଏ ସମ୍ବନ୍ଧରେ ଜାଭେଦକର ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଅର୍ଥବ୍ୟବସ୍ଥା ସୁଧାରିବା ରାସ୍ତାରେ ରହିଛି । ଏଣୁ ଏହା ପ୍ରତି କୌଣସି ନିରାଶଜନକ ରାୟ ଦେବା ଠିକ ନୁହେଁ ।
ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)ର ଆଲୋଚକଙ୍କୁ ଟାର୍ଗେଟ କରି ଜାଭେଦକର କହିଛନ୍ତି ଯେ, ଏହି ପ୍ରକ୍ରିୟା କଂଗ୍ରେସ ନେତୃତ୍ବଧୀନ ସରକାରଙ୍କ କାର୍ଯ୍ୟକାଳରେ କରାଯାଇଥିଲା । ସେହି ସମୟରେ ଏହା ଭଲ ଥିଲା, ହେଲେ ଆଜି ଭାଜପା କାର୍ଯ୍ୟକାଳରେ ଏହା ଖରାପ ହୋଇଯାଇଛି ।