ETV Bharat / business

ବଜେଟ-2020: ଷ୍ଟିଲ ଉଦ୍ୟୋଗକୁ କମ, ପ୍ରଭାବିତ ହୋଇପାରେ ଓଡିଶା - steel ministry drops by 49% to Rs 100 cr in 2020-21

ସବୁଠୁ ଅଧିକ ରୋଜଗାର ଦେଉଥିବା ସେକ୍ଟର ଉତ୍ପାଦନ ଅଧିନରେ ଆସୁଥିବା ଷ୍ଟିଲ ସେକ୍ଟରକୁ ବଜେଟରେ ମାତ୍ର 100 କୋଟି ଆବଣ୍ଟନ କରାଯାଇଛି । ଯାହାକି ଗତ ବର୍ଷ ଅପେକ୍ଷା ପ୍ରାୟ 49 ପ୍ରତିଶତ କମ । ଅଧିକ ପଢନ୍ତୁ..

Budget allocation to steel ministry drops by 49% to Rs 100 cr in 2020-21
ବଜେଟ 2020: ଷ୍ଟିଲ ଉଦ୍ୟୋଗକୁ କମ, ପ୍ରଭାବିତ ହୋଇପାରେ ଓଡିଶା
author img

By

Published : Feb 2, 2020, 11:16 PM IST

ନୂଆଦିଲ୍ଲୀ: ଉପସ୍ଥାପନ ହୋଇଛି ନୂଆ ଦଶକର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଏଥିରେ ଅର୍ଥମନ୍ତ୍ରୀ ଦେଶର ବଡ ସମସ୍ୟା ନିଯୁକ୍ତି ସୃଷ୍ଟି ପାଇଁ ବହୁତ ପ୍ରୟାସ କରିଥିବା ଦେଖାଦେଇଛି । ହେଲେ ସବୁଠୁ ଅଧିକ ରୋଜଗାର ଦେଉଥିବା ସେକ୍ଟର ଉତ୍ପାଦନ ଅଧିନରେ ଆସୁଥିବା ଷ୍ଟିଲ ସେକ୍ଟରକୁ ବଜେଟରେ ମାତ୍ର 100 କୋଟି ଆବଣ୍ଟନ କରାଯାଇଛି । ଯାହାକି ଗତ ବର୍ଷ ଅପେକ୍ଷା ପ୍ରାୟ 49 ପ୍ରତିଶତ କମ ।

ଗତ ବର୍ଷ ବଜେଟରେ ଷ୍ଟିଲ ସେକ୍ଟରକୁ 197.08 କୋଟି ଟଙ୍କା ମିଳିଥିଲା । ଆଉ ବର୍ତ୍ତମାନର ମାନ୍ଦାବସ୍ଥା ଓ କର୍ମଚାରୀ ଛଟେଇକୁ ଦେଖି ଏହି ସେକ୍ଟର ପାଇଁ ଅଧିକ ଆଶା ରହିଥିଲା । କିନ୍ତୁ ଆଶା ଠାରୁ ବହୁତ କମ ମିଳିଲା ଫଳ ।

ଏଥରର ଷ୍ଟିଲ ସେକ୍ଟର ପାଇଁ ବଜେଟରେ 38.58 କୋଟି ଟଙ୍କା ସଚିବାଳୟ ଆର୍ଥିକ ସେବା, 44.24 କୋଟି ମେଡିକାଲ ଓ ପବ୍ଲିକ ହେଲଥ ଏବଂ 17,18 କୋଟି ଟଙ୍କା ଇଣ୍ଡଷ୍ଟ୍ରୀଜ ପାଇଁ ରହିଛି ।

ବଡ କଥା ହେଉଛି ଓଡିଶାର ପ୍ରମୁଖ ଉଦ୍ୟୋଗ କହିଲେ ଷ୍ଟିଲ ସେକ୍ଟରକୁ ବୁଝାଏ । ହେଲେ ଏହି ଉଦ୍ୟୋଗକୁ ଏତେ କମ ଆବଣ୍ଟନ ରାଜ୍ୟର ରାଜସ୍ବ ଉପରେ ପ୍ରଭାବ ପକାଇପାରେ । ଏଥିସହ ଏହି ସେକ୍ଟର ସହ ଜଡିତ କର୍ମଚାରୀଙ୍କୁ ମଧ୍ୟ ଏତେଟା ଆଶ୍ବସ୍ତି ନମିଳିବା ସମ୍ଭାବନା ରହିଛି ।

(ପିଟିଆଇ)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.