ETV Bharat / business

ବଜେଟ 2021: ରେଳ ବିଭାଗକୁ କଣ ଭେଟି ଦେବେ ଅର୍ଥମନ୍ତ୍ରୀ? - ବଜେଟ 2021

ସୋମବାର ସାଧାରଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରେଳ ବଜେଟକୁ ମଧ୍ୟ ଟ୍ରାକକୁ ଆଣିବାକୁ ବିଶେଷ ଧ୍ୟାନ ଦେଇପାରନ୍ତି ସରକାର । ଅଧିକ ପଢନ୍ତୁ...

ବଜେଟ 2021: ରେଳ ବିଭାଗକୁ କଣ ଭେଟି ଦେବେ ଅର୍ଥମନ୍ତ୍ରୀ?

author img

By

Published : Jan 31, 2021, 5:25 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ମାଡରେ ମୂର୍ଚ୍ଛା ହୋଇପଡିଥିବା ଅର୍ଥବ୍ୟବସ୍ଥାକୁ ପୂନର୍ଜୀବିତ କରିବା ପାଇଁ ସୋମବାର ସାଧାରଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋରୋନା କାଳରେ ଭାରତର ପ୍ରଥମ ବଜେଟ ଉପରେ ରହିଛି ସାରା ଦେଶର ନଜର । ଏଭଳି ସ୍ଥିତିରେ ରେଳ ବଜେଟକୁ ମଧ୍ୟ ଟ୍ରାକକୁ ଆଣିବାକୁ ବିଶେଷ ଧ୍ୟାନ ଦେଇପାରନ୍ତି ସରକାର ।

ଗତ କିଛି ବର୍ଷରୁ ସାଧାରଣ ବଜେଟ ସହିତ ରେଳ ବଜେଟ ମଧ୍ୟ ପ୍ରସ୍ତୁତ କରାଯାଇଆସୁଛି । ଚଳିତ ବର୍ଷ ଭାରତୀୟ ରେଳବାଇର ମେଗା ପରିଯୋଜନା ଓ ସୁରକ୍ଷା କାର୍ଯ୍ୟକୁ ଦୃଷ୍ଟିରେ ରଖି ବଜେଟରେ ଆବଣ୍ଟନ ବୃଦ୍ଧିର ସମ୍ଭାବନା ରହିଛି ।

ଏଥର ବଜେଟରେ ରେଳ ବିଭାଗକୁ 3ରୁ 5 ପ୍ରତିଶତ ବୃଦ୍ଧି ମିଳିବ ବୋଲି ଆଶା କରାଯାଉଛି । ସଫଳ ବଜେଟ ସହାୟତା ପାଖିପାଖି 80 ହଜାର କୋଟି ଟଙ୍କା ହେବାର ଅନୁମାନ ରହିଛି । ଜାତୀୟ ରେଳ ଯୋଜନା 2024ରୁ ଦୃଷ୍ଟିରେ ରଖି ବଜେଟର ଆବଣ୍ଟନ କରାଯିବ ।

ବଜେଟରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ରହିବ ବୁଲେଟ ଟ୍ରେନ ଯୋଜନା, ଯାହାକି ରେଳବାଇ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କାରିପାରେ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ଜାତୀୟ ରେଳ ଯୋଜନା 2024 ଅନ୍ତର୍ଗତ 2051 ସୁଦ୍ଧା 8 ହଜାର କିଲୋମିଟର ଲମ୍ବା ହାଇସ୍ପିଡ୍‌ ରେଳ ନେଟୱାର୍କର ପ୍ରସ୍ତାବ ରଖାଯାଇଛି । ଏହି ଯୋଜନାରେ ପାଟନା-ଗୌହାଟୀ, ଅମୃତସର-ଜମ୍ମୁ, ବାରାଣାସୀ-ପାଟନା, ଓ ହାଇଦ୍ରାବାଦ-ବେଙ୍ଗାଲୁରୁ ହାଇସ୍ପଡ୍‌ କରିଡରର ପ୍ରସ୍ତାବ ମଧ୍ୟ ରହିଛି ।

ପର୍ଯ୍ୟଟନ ଏବଂ ତୀର୍ଥସ୍ଥଳୀଗୁଡିକରେ ରେଳ ଭିତ୍ତିଭୂମି ବିସ୍ତାର ପାଇଁ ଅର୍ଥମନ୍ତ୍ରୀ ଅଧିକ ଘରୋଇ ଟ୍ରେନ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ରେଳବାଇ ପ୍ରଥମରୁ ହିଁ 12ଟି 15 ଟି ଘରୋଇ ଟ୍ରେନ୍ ଘୋଷଣା କରିସାରିଛି ଯେଉଁଥିରେ ଘରୋଇ ଅନୁଷ୍ଠାନରୁ ପ୍ରାୟ 13,000 କୋଟି ଟଙ୍କା ବିନିଯୋଗ କରାଯାଇଛି।

ନିରାପତ୍ତା ବୃଦ୍ଧି ପ୍ରସଙ୍ଗରେ ରେଳବାଇ ଜାତୀୟ ରେଳ ସୁରକ୍ଷା ପାଣ୍ଠିରେ 20,000 କୋଟି ଟଙ୍କା ଆବଣ୍ଟନ କରୁଥିଲା। ରେଳ ଏବଂ ରେଳ ଟ୍ରାକରେ ଦୁର୍ଘଟଣାଜନିତ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଚଳିତ ବର୍ଷ ରେଳବାଇ ଆସନ୍ତା 5 ବର୍ଷ ପାଇଁ ଅତିକମରେ 50 ପ୍ରତିଶତ ବୃଦ୍ଧି ଦାବି କରିଛି ।

ଗତ ବର୍ଷ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ 2030 ସୁଦ୍ଧା ଭାରତୀୟ ରେଳବାଇର ଏକ ଉଚ୍ଚାଭିଳାଷୀ ଯୋଜନା 'ସବୁଜ ରେଳବାଇ'ର ଘୋଷଣା କରିଥିଲେ। ଚଳିତ ବର୍ଷ ପାଇଁ ରେଳବାଇ 7,000 କିଲୋମିଟର ବିଦ୍ୟୁତିକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛି, ଯେଉଁଥିପାଇଁ କେନ୍ଦ୍ର ଏହାର ଆବଣ୍ଟନ ବୃଦ୍ଧି କରିବାକୁ ଆଶା କରୁଛି ।

ଉତ୍ତର-ପୂର୍ବ ଭାରତରେ ଉନ୍ନତ ସଂଯୋଗ ପାଇଁ ରେଳବାଇ ଯୋଜନା କରିବା ସହିତ ଉଚ୍ଚ ସାନ୍ଦ୍ରତା ଅଞ୍ଚଳରେ ଟ୍ରାକକୁ ଦ୍ୱିଗୁଣିତ କରିବାକୁ ଯୋଜନା କରୁଛି । ଏଥିସହ ଅର୍ଥମନ୍ତ୍ରୀ ମହାରାଷ୍ଟ୍ରରୁ ବିହାର ପର୍ଯ୍ୟନ୍ତ ଚାଲୁଥିବା କିସାନ ରେଳ ମାର୍ଗକୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ବିସ୍ତାର କରିବେ ବୋଲି ଆଶା କରାଯାଉଛି ।

ନୂତନ ରେଳ ଏବଂ ଉନ୍ନତ ଭିତ୍ତିଭୂମି ଯୋଗାଇ ରେଳବାଇର ଆଧୁନିକୀକରଣ ଉପରେ କେନ୍ଦ୍ର ସରକାର ଅଧିକ ଧ୍ୟାନ ଦେଉଥିବାବେଳେ ରେଳ ଯାତ୍ରୀମାନେ ରେଳବାଇର ଭଡାକୁ ନେଇ ଅଧିକ ଚିନ୍ତିତ ଅଛନ୍ତି ।

ଇଟିଭି ଭାରତ ସହ ଆଲୋଚନା ବେଳେ ଜଣେ ଯାତ୍ରୀ କହିଛନ୍ତି, ବୁଲେଟ୍ ଟ୍ରେନ୍ ଭାରତର ବିକାଶ ପାଇଁ ଭଲ, କିନ୍ତୁ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ବିଷୟରେ ଯେଉଁମାନେ ଏପରି ଟ୍ରେନରେ ଯାତ୍ରା କରିବାକୁ ସକ୍ଷମ ହେବେ କି ନାହିଁ? ବର୍ଦ୍ଧିତ ଭଡା ଆମ ପାଇଁ ଏକ ଚିନ୍ତାର ବିଷୟ କି? କେନ୍ଦ୍ର ସରକାର ଏହା ବିଷୟରେ ଚିନ୍ତା କରିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.