ନୂଆଦିଲ୍ଲୀ: ମହଙ୍ଗା ହେବ ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ ଆଇଟମ ସମେତ ଡର୍ଜନରୁ ଅଧିକ ସାମଗ୍ରୀ । କାରଣ ଆଗାମୀ ବଜେଟରେ ସରକାର ଏସବୁ ସାମଗ୍ରୀ ଉପରେ 5ରୁ 10 ପ୍ରତିଶତ ଆମଦାନୀ ଶୁଳ୍କ ବଢାଇପାରନ୍ତି । ଏହା ଦ୍ବାରା ଘରୋଇ ଉତ୍ପାଦନର ଚାହିଦା ବଢିବା ସହ କୋରୋନା ସଙ୍କଟରୁ ମୁକୁଳିବା ପାଇଁ ଦେଶ ରାଜକୋଷରେ ଅଧିକ ପାଣ୍ଠି ସଞ୍ଚୟ ହେବ ।
ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏଥର ବଜେଟ ରେ ଅନେକ ପଦକ୍ଷେପ ନେବା ସମ୍ଭାବନା ରହିଛି । ବିଶେଷ କରି ଦେଶ ମଧ୍ୟରେ ବିନିର୍ମାଣକୁ ବଢାଇବା ସହ ଆମଦାନୀକୁ କମ ପାଇଁ ସରକାର କରିପାରନ୍ତି ପ୍ରଚେଷ୍ଟା । ଫଳରେ ଦେଶବାସୀ ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳ ନ ହୋଇ ସ୍ବଦେଶୀ ସାମଗ୍ରୀକୁ ବ୍ୟବହାର କରିବେ । ଏଥିଲାଗି ସରକାର ଅନେକ ସାମଗ୍ରୀର ଆମଦାନୀ ମହଙ୍ଗା କରିବାକୁ ଯୋଜନା କରୁଛନ୍ତି । ତଥ୍ୟ ଅନୁସାରେ ବଜେଟ ପରେ ଇମ୍ପୋଣ୍ଟେଡ ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ କମ୍ପୋନେଟ ଓ ଅପ୍ଲାୟନ୍ସେଜ ମହଙ୍ଗା ହୋଇପାରେ । ଆମଦାନୀ ଶୁଳ୍କ ବୃଦ୍ଧି ଆତ୍ମନିର୍ଭର ଭାରତ ଯୋଜନାର ଏକ ଲକ୍ଷ୍ୟ ।
ଦେଶରେ ବିନିର୍ମାଣକୁ ଆହୁରୀ ବଢାଇବା ପାଇଁ ସରକାର ଆମଦାନୀ କରାଯାଉଥିବା ପ୍ରାୟ 50 ସାମଗ୍ରୀ ଉପରେ ଇମ୍ପୋର୍ଟ ଡ୍ୟୁଟିକୁ ବଢାଇବାକୁ ବିଚାର କରୁଛନ୍ତି । ଏହା ଉପରେ ସରକାର 5ରୁ 10 ପ୍ରତିଶତ ଆମଦାନୀ ଶୁଳ୍କ ବଢାଇପାରନ୍ତି । ସ୍ବଦେଶୀ ଦ୍ରବ୍ୟକୁ ପ୍ରୋତ୍ସାହନ ସହ ରାଜସ୍ବ ଆଦାୟ ହ୍ରାସକୁ ଦୃଷ୍ଟିରେ ରଖି ଆମଦାନୀ କମାଇବାକୁ ଯୋଜନା ହେଉଛି । ଇମ୍ପୋର୍ଟ ଡ୍ୟୁଟି ବଢାଇବା ପରେ 20ରୁ 21 ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ ।
ବଜେଟରେ ଫ୍ରିଜ , ଏସି , ଫର୍ଣ୍ଣିଚର , ଇଲୋକ୍ଟ୍ରୋନିକ ଗାଡି ଉପରେ ବଢିପାରେ ଆମଦାନୀ ଶୁଳ୍କ । ଫର୍ଣ୍ଣିଚର ଓ ଇଲୋକ୍ଟ୍ରିକ ଭେଇକଲ ଉପରେ ଗତ ବର୍ଷ ମଧ୍ୟ ଶୁଳ୍କ ବଢିଥିଲା । ତେବେ ଏବର୍ଷ ଶୁଳ୍କ ବଢିବା ଦ୍ବାରା ନିକଟରେ ଭାରତରେ ପାଦ ରଖିଥିବା ଆମେରକୀୟ କମ୍ପାନୀ ଟେସଲା ଉପରେ ପ୍ରଭାବ ପଡିପାରେ । ଟେସଲା ଏ ବର୍ଷ ଭାରତରେ ନିଜର ରେଜିଷ୍ଟ୍ରେସନ କରାଇଛି । ଦେଶରେ ଇଲୋକ୍ଟ୍ରିକ ଭେଇକଲ ଲଞ୍ଚ ପାଇଁ ଟେସଲା ଯୋଜନା କରୁଛି । ଏପଟେ ଦେଶର ଇଲୋକ୍ଟ୍ରିକ ଭେଇକଲ ଇଣ୍ଡଷ୍ଟ୍ରିଜ ଆତ୍ମନିର୍ଭର ଭାରତ ମିଶନ ପାଇଁ ନିଜ ଡିମାଣ୍ଡ ସହ ପ୍ରସ୍ତୁତ ଅଛନ୍ତି ।
ପ୍ରକାଶ ଯେ, 2020-21 ବଜେଟରେ ଜୋତା, ଫଙ୍ଖା, ଫର୍ଣ୍ଣିଚର, ଖେଳଣା, ଇଲୋକ୍ଟ୍ରୋନିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢିଥିଲା । ଏଥିସହ ମୋବାଇଲ ଫୋନର ଜରୁରୀ କମ୍ପୋନେଣ୍ଟ , ପ୍ରିଣ୍ଟେଟ ସର୍କିଟ ବୋର୍ଡ ଆସେମ୍ବଲି ଉପରେ ଆମଦାନୀ ଶୁଳ୍କ 10 ରୁ 20 ପ୍ରତିଶତ ବଢିଥିଲା । ବଟର, ଚିଜ, ଫୁଡ ଗ୍ରାଇଣ୍ଡର, ରୁମ ହିଟର, ଟି-କଫି ମେକର, ହେୟାର ଡ୍ରାୟର ଉପରେ ଆମଦାନୀ ଶୁଳ୍କ 10 ପ୍ରତିଶତରୁ 20 ପ୍ରତିଶତ କରାଯାଇଛି । ଇଲେକ୍ଟ୍ରିକ ଗାଡିର ଇମ୍ପୋର୍ଟ ଉପରେ ଡ୍ୟୁଟି 5 ପ୍ରତିଶତରୁ ବଢାଇ 15 ପ୍ରତିଶତ କରାଯାଇଥିଲା ।
ଇଲୋକ୍ଟ୍ରିକ ଗାଡି କ୍ଷେତ୍ରରେ ଭାରତ ଯଥାସମ୍ବବ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି । ଆଉ ଏହାର ରାସ୍ତା 2021 ଏକ ଆଶା ଭାବେ ଉଜ୍ଜିବୀତ ହୋଇଛି । ଏବେ ଦେଖିବାକୁ ବାକି ରହିଲା କିଭଳି ସରକାର ଆଗାମୀ ବଜେଟରେ ଆତ୍ମନିର୍ଭର ଭାରତ ମିଶନକୁ ପୂରଣ କରିପାରିବ । ଯାହା ଦ୍ବାରା ଦେଶ ନିଜ ଗୋଡରେ ଠିଆ ହେବାକୁ ସକ୍ଷମ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ