ETV Bharat / business

ବଜେଟ ପ୍ରସ୍ତୁତିରେ ସୀତାରମଣ, ବିଶେଷଜ୍ଞଙ୍କ ସହ କରୁଛନ୍ତି ଆଲୋଚନା

author img

By

Published : Dec 21, 2020, 9:38 PM IST

ବଜେଟ 2021 ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ୍ସପର୍ଟଙ୍କ ଠାରୁ ପରାମର୍ଶ ନେଉଛନ୍ତି । ଏଥିଲାଗୁ ଭର୍ଚୁଆଲ ମାଧ୍ୟମରେ ଜୋରଦାର ଚାଲିଛି ବିଚାର-ବିମର୍ଶ । ଅଧିକ ପଢନ୍ତୁ..

ବଜେଟ ପ୍ରସ୍ତୁତିରେ ସୀତାରମଣ , ବିଶେଷଜ୍ଞଙ୍କ ସହ କରୁଛନ୍ତି ଆଲୋଚନା

ନୂଆଦିଲ୍ଲୀ: ଆଗାମୀ କେନ୍ଦ୍ରୀୟ ବଜେଟ ପ୍ରସ୍ତୁତିରେ ଲାଗିପଡିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ ସୋମବାର ସୀତାରମଣ ନୂଆଦିଲ୍ଲୀରେ ଭିତ୍ତିଭୂମି ସଂରଞ୍ଚନା, ଉର୍ଜ୍ଜା ଓ ଜଳବାୟୁ ପରିବର୍ତ୍ତନରେ ଅଗ୍ରଣୀ ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ କରିଛନ୍ତି ।

ଡିସେମ୍ବର 14 ରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ବର୍ଷର ବଜେଟ ନେଇ ବିଭିନ୍ନ ହିତଧାରକଙ୍କ ସହ ଚର୍ଚ୍ଚା ଆରମ୍ଭ କରିଥିଲେ । ତେବେ କୋରୋନା ଭାଇରସ ମହାମାରୀ ଯୋଗୁଁ ଏ ବର୍ଷ ବଜେଟ ପୂର୍ବ ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଛି ।

2021 ଫେବୃଆରୀ ପହିଲା ସାଧାରମଣ ବଜେଟ 2021 ଆଗତ ହେବ । ଏଥିପାଇଁ ପ୍ରତିବର୍ଷ ଭଳି ଏଥର ବିଭନ୍ନ ବିଶେଷଜ୍ଞ , ଅର୍ଥନୀତିଜ୍ଞଙ୍କ ସହ ମିଟିଂ ଜାରି ରହିଛି । ବଜେଟର ଚ୍ୟାଲେଞ୍ଜକୁ ଆଗରେ ରଖି ସୁଦୃଢ ଆୟବ୍ୟୟ ଅଟକଳ ପ୍ରସ୍ତୁତି ପାଇଁ ପରାମର୍ଶ ନିଆଯାଉଛି । ଏ ବର୍ଷ କୋଭିଡ-19 ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । ଏଥିଲାଗି ସରକାର ସାଧାରଣ ଲୋକଙ୍କ ଠାରୁ ପରାମର୍ଶ ଲୋଡିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି କି, 2021-22 ବଜେଟରେ ଆର୍ଥିକ ବୃଦ୍ଧିକୁ ଗତି ଦେବା ପାଇଁ ଫୋକସ ରହିବ । ଏଥିପାଇଁ ଭିତ୍ତିଭୂମି ସଂରଞ୍ଚନା ଉପରେ ସାର୍ବଜନୀକ ବ୍ୟୟ ଜାରି ରଖିବା ସହ ଆର୍ଥିକ ଗତିବିଧିକୁ ଦ୍ରୁତ କରିବାକୁ ଜୋର ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.