ETV Bharat / business

ବଜେଟ 2020: ପକେଟ ପୂରିଲେ ବଢିବ ଅଭିବୃଦ୍ଧି

କୋଟିପତି ଠାରୁ ସାଧାରଣ ଜନତା, କାଶ୍ମୀର ଠାରୁ କନ୍ୟାକୁମାରୀ ସମସ୍ତଙ୍କ ଫୋକସରେ ଆଗାମୀ ବଜେଟ ବହି ଖାତା । ତେବେ ଏଥର ବଜେଟରେ ଲୋକଙ୍କ ଆୟ ବୃଦ୍ଧି ଉପରେ କାହିଁକି ଅଧିକ ଗୁରୁତ୍ବ ଦେବା ଦରକାର ସେ ନେଇ ପଢନ୍ତୁ ..ଅର୍ଥନୀତିଜ୍ଞ ମହେନ୍ଦ୍ର ବାବୁଙ୍କ ମତାମତ ।

Budget 2020: Spend More & Spend It Right
ବଜେଟ 2020: ପକେଟ ପୂରିଲେ ବଢିବ ଅଭିବୃଦ୍ଧି
author img

By

Published : Jan 23, 2020, 7:46 PM IST

Updated : Jan 24, 2020, 11:52 AM IST

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିବେ ନାଲି କପଡାରେ ଆଚ୍ଛାଦିତ ବଜେଟ ବହି ଖାତା । 2020-21 ଆର୍ଥିକ ବର୍ଷ ପାଇଁ ଦେବେ ଆୟବ୍ୟୟର ହିସାବ । ଆଉ ଏହା ଉପରେ ରହିଛି ସମଗ୍ର ଦେଶର ନଜର । ଧୀମା ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବ କି ଏହି ବଜେଟ । ସେ ନେଇ ରହିଛି ଅପେକ୍ଷା ?

Budget 2020: Spend More & Spend It Right
ନିଯୁକ୍ତି- ଆୟ-ଖର୍ଚ୍ଚ

ଧିମେଇ ପଡିଛି ଅର୍ଥନୀତି । 11 ବର୍ଷର ସର୍ବନିମ୍ନ ସ୍ତରରେ ସରକାରଙ୍କ ଜିଡିପି ଅନୁମାନ । ବେକାରୀ 4 ଦଶକର ରେକର୍ଡ ଭାଙ୍ଗି ଉତ୍କଟ ରୂପ ନେଲାଣି । ଆକାଶଛୁଆଁ ଖାଦ୍ୟ-ପାନୀୟ ସାମଗ୍ରୀ । ନିରାଶଜନକ ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର । ଫଳରେ ଅଣକୁଶଳ ଶ୍ରମ ଶକ୍ତି ଏବେ ବିପଦରେ । ସେପଟେ କୃଷି ଓ ଗ୍ରାମୀଣ କ୍ଷେତ୍ରରେ ବିକାଶ ଗମ୍ଭୀର ସ୍ଥିତିରେ । ନିକଟରେ ଜାରି ବିଶ୍ବ ଅର୍ଥନୀତି ଆଉଟଲୁକ, ଗ୍ଲୋବାଲ ସୋସିଆଲ ଇଣ୍ଡେକ୍ସ ଓ ଡୋଭୋସରେ ଆଯୋଜିତ 50 ତମ ବିଶ୍ବ ଅର୍ଥନୈତିକ ମଞ୍ଚର ବାର୍ଷିକ ବୈଠକ ପକ୍ଷରୁ ଅକ୍ସଫେମ ରିପୋର୍ଟରେ ମଧ୍ୟ ସ୍ପଷ୍ଟ ସଙ୍କେତ ଦିଆଯାଇଛି କି, ଭାରତର ଧନ ଉତ୍ପାଜନ ହାର ହ୍ରାସ ପାଇଛି । ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ବଢିଛି । ଆଉ ଏହି ପାର୍ଥକ୍ୟକୁ ହଟାଇବା ପାଇଁ କଡା ପଦକ୍ଷେପର ଆବଶ୍ୟକତା ରହିଛି ।

Budget 2020: Spend More & Spend It Right
ବଜେଟରେ ବୃଦ୍ଧି ହେଉ ଲୋକଙ୍କ ବ୍ୟୟ ଅଟକଳ

କଣ ହେବ ଆଗାମୀ ରଣନୀତି ?

ମୋଟା ସରକାରୀ ଖର୍ଚ୍ଚର ଭଲ ସମାଧାନ ହୋଇପାରିବ । ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥାର ମୁଖ୍ୟ କାରଣ ହେଉଛି ଚାହିଦା ହ୍ରାସ । ଲୋକଙ୍କ ଆବଶ୍ୟତା ରହିଥିଲେ ବି ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । କାରଣ ଆୟ ତୁଳନାରେ ଦରଦାମ ବହୁତ ଅଧିକା । ଏଥିଯୋଗୁଁ ଲୋକଙ୍କ ପକେଟରେ ଟଙ୍କା ପହଞ୍ଚିବା ପାଇଁ ଉପାୟ ପ୍ରସ୍ତୁତ କରିବା ଦରକାର ।

ଆର୍ଥିକ ଗତିବିଧିକୁ ଦ୍ରୁତତର କରିବା ପାଇଁ ଉପଯୋଗୀତା ବଢାଇବାକୁ ହେବ । ଅର୍ଥାତ ଉପଭୋକ୍ତାଙ୍କ ଚାହିଦା ବୃଦ୍ଧି ହେଲେ ଯୋଗାଣ ବଢିବ । ସେ ଅନୁଯାୟୀ ବିକ୍ରି ବଢିବା ସହ ଜିଡିପି ଲକ୍ଷ୍ୟ ସ୍ତରରେ ପହଞ୍ଚିଛି । ଆଉ ଏସବୁ ପାଇଁ ରୋଜଗାର ସୃଷ୍ଟି ହେବା ଆବଶ୍ୟକ । ଧୀମା ଅର୍ଥବ୍ୟବସ୍ଥା ମଧ୍ୟରେ ଇଣ୍ଡିଆ ରେଟିଙ୍ଗ ଆଣ୍ଡ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ ଏ ନେଇ ପରାମର୍ଶ ମଧ୍ୟ ଦିଆଯାଇଛି ।

ସେପଟେ ନିକଟରେ ପ୍ରକାଶ ପାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟରେ ମଧ୍ୟ ଚାହିଦା ହ୍ରାସ ନେଇ ରେଡ ଆଲର୍ଟ ଦିଆଯାଇଛି । ସମସ୍ୟାରୁ ମୁକୁଳିବା ପାଇଁ ଉପଭୋକ୍ତା ବିଶ୍ବାସ ଓ କାରଖାନା ଦ୍ବାରା କ୍ଷମତା ଉପଯୋଗ ଦିଶାରେ ପରାମର୍ଶ ଦିଆଯାଇଛି । ଏଣୁ ଅର୍ଥବ୍ୟବସ୍ଥାରେ ଚାହିଦା ବୃଦ୍ଧି ପାଇଁ ସମାଧାନ ଦରକାର । 2019ରେ ଦେଶର ବେଲଗାମ ବ୍ୟାଙ୍କକୁ ଟ୍ରାକକୁ ଆଣିବା ପାଇଁ ରେପୋରେଟ ଦରକୁ 135 ବେସିସ ପଏଣ୍ଟ ହ୍ରାସ କରାଯାଇଥିଲା । ଆରବିଆଇର କହିବା ଅନୁଯାୟୀ ରେପୋରେଟ ଦର ହ୍ରାସ ହେଲେ ସୁଧ ହାର ଶସ୍ତା ହେବ । ଫଳରେ ଘର, କାର ପାଇଁ କ୍ରେଡିଟ ଚାହିଦା ବଢିବ । ହେଲେ ଦୁର୍ଭାଗ୍ୟ ୟେ, ଆରବିଆଇ ଦେଉଥିବା ଫାଇଦା ଗ୍ରାହକଙ୍କ ପାଖରେ ପହଞ୍ଚିପାରୁନାହିଁ । ଆଉ ଏଭଳି ସମୟରେ ଭଲ ହେବ କି, ଆଗାମୀ ବଜେଟରେ ସାର୍ବଜନୀନ ନିବେଶ ଓ ଖର୍ଚ୍ଚକୁ ସମାନ ଭାବେ ବୃଦ୍ଧି କରି ଆର୍ଥିକ ମାନ୍ଦାବସ୍ଥାରୁ ଦେଶକୁ ଦୂରେଇବା ପାଇଁ ପ୍ରୟାସ କରାଯାଇପାରିବ ।

ରାଜକୋଷୀୟ ଘାଟାର ପରିକଳ୍ପନା

ସରଳ ଭାଷାରେ ରାଜକୋଷୀଯ ଘାଟା ଅର୍ଥ ହେଉଛି, ଏହା ଆୟ ଓ ଖର୍ଚ୍ଚ ମଧ୍ୟରେ ରହିଥିବା ପାର୍ଥକ୍ୟ । ତଥା ଏକ ଆର୍ଥିକ ବର୍ଷରେ ସରକାରଙ୍କ ଦ୍ବାରା ଆବଶ୍ୟକ ମୋଟ କରଣକୁ ବୁଝାଏ । ବର୍ତ୍ତମାନ ସମୟରେ ଏଭଳି ତର୍କ ଉଠୁଛି କି, ସରକାରୀ ଖର୍ଚ୍ଚ ହିଁ ରାଜକୋଷୀୟ ଘାଟାକୁ ବୃଦ୍ଧି କରିପାରେ ! ଏଥିସହ ମୁଦ୍ରାସ୍ପୀତି ମଧ୍ୟ ଏହାର ମୁଖ୍ୟ କାରଣ ହେବା ସମ୍ଭାବନା ରହିଛି । ଯାହାକି ଅର୍ଥବ୍ୟବସ୍ଥା ଗତିକୁ ଧୀମା କରିଦେବ ।

ସେପଟେ କିନ୍ତୁ ଆରବିଆଇ ରିପୋର୍ଟରେ ପରାମର୍ଶ ଦିଆଯାଇଛି କି, ଅର୍ଥବ୍ୟବସ୍ଥାର କ୍ଷମତା କମିଯାଇଛି । ଏଥିଯୋଗୁଁ ସରକାରୀ ଖର୍ଚ୍ଚ ହିଁ ଅଧିକ ରୋଜଗାର ସୃଷ୍ଟି କରିବ ଏବଂ ଲୋକଙ୍କ ପକେଟ ଭରିବ ଅର୍ଥାତ ନିଯୁକ୍ତି ସୃଷ୍ଟି ହେବ । ଯାହାର ଉପଯୋଗ ଆଗକୁ ଚାହିଦା ବୃଦ୍ଧି ପାଇଁ ହେବ । ଏଥିସହ ଅର୍ଥବ୍ୟବସ୍ଥା ପୁର୍ନଃଜୀବିତ ହୋଇପାରିବ ।

ଏହା ପରେ ବ୍ୟାପାର ବିଶ୍ବାସ ଓ କର ରାଜସ୍ବରେ ସୁଧାର ହେବ । ଯେଉଁଥିରୁ ରାଜକୋଷ ସ୍ଥିତିରେ ସୁଧାର ଆସିବ । ଏଥିଯୋଗୁଁ ଯଦି ରାଜକୋଷୀୟ ଘାଟାର ଆକାର ଅଧିକ ରହିବ ,ତେବେ ଚିନ୍ତା କରିବା ଆବଶ୍ୟକ ନୁହେଁ । କାରଣ ଆସନ୍ତା କାଲିର ସୁନେଲି ଭବିଷ୍ୟତର ଦାମ ଯାହା ଆଜି ଆମେ ଭରୁଛେ ।

ନିର୍ଦ୍ଦିଷ୍ଟ ସେକ୍ଟରରେ ଆବଶ୍ୟକୀୟ ଖର୍ଚ୍ଚ

ପୁଣି ଥରେ ଖର୍ଚ୍ଚ କରିବା ଦରକାର କି ନାହିଁ ? ଏହି ପ୍ରଶ୍ନର ଉତ୍ତରରେ ପୁଣି ମୁଣ୍ଡ ଟେକେ ଆଉ ଏକ ପ୍ରଶ୍ନ । କି ଯଦି ଆମେ ଖର୍ଚ୍ଚ କରିବା ତେବେ କେଉଁଥିରେ ?

କୃଷି ଏପରି ଏକ କ୍ଷେତ୍ର ଯେଉଁଥିରେ ସପକାରୀ ନିବେଶ ସହ ଭଲ ପରିମାଣ ଦେଇପାରେ । ଜିଡିପି ହାରକୁ ଦେଖିବାକୁ ଗଲେ କୃଷି ଆୟ2012-18 ମଧ୍ୟରେ ହ୍ରାସ ପାଇ 3.1 ପ୍ରତିଶତରେ ପହଞ୍ଚିଗଲାଣି । ଯାହା 2002ରୁ 2011 ଅବଧିରେ 4.4 ପ୍ରତିଶତ ରହିଥିଲା ।

ଏହି ପରିମାଣରେ କୃଷି ଆୟରେ ହ୍ରାସ ନିଶ୍ଚିତ ରୂପେ ଚାହିଦାକୁ କମ କରେ । ତେବେ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ ଓ ଯୋଗାଣ ଶୃଙ୍ଖଳାରେ ନିବେଶ ମାଧ୍ୟମରେ ମଧ୍ୟ ଆୟ ବୃଦ୍ଧି ହୋଇପାରିବ । ଆଉ ଏହା ପୁଣି ଥରେ ଅର୍ଥବ୍ୟବସ୍ଥାକୁ ଉଛୁଳିବାରେ ସାହାଯ୍ୟ କରିବ । ଏଥିସହ ଭିତ୍ତିଭୂମିକୁ ଢାଞ୍ଚାକୁ ବଦଳାଇବ ସହ ଗ୍ରାମୀଣ ଦୃଷ୍ଟିକୋଣକୁ ଉନ୍ନତ କରିବ ।

ଏ ସବୁକୁ ନଜରରେ ରଖି ସରକାର 2020-21 ଆର୍ଥିକ ବର୍ଷର ବଜେଟ ତିଆରି କରିବା ଦରକାର । ଯେଉଁଥିରେ ଖର୍ଚ୍ଚ ଯୁକ୍ତିସଙ୍ଗତ ହେବ । ଏଥିପାଇଁ ପ୍ରାଥିକତା ନିର୍ଦ୍ଧାରଣ କରିବାକୁ ହେବ । ଯେପରି ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ ଓ ସମାଜର ତଳ ଶ୍ରେଣୀରେ ଲୋକଙ୍କ ପକେଟରେ ଟଙ୍କା ପହଞ୍ଚିବ ସେହି ଦିଗରେ ବଜେୟରେ ବ୍ୟୟ ହେବା ଦରକାର । ଫଳରେ ଚାହିଦା ବଢିବାରେ ସହଯୋଗ ହେବ ।

( ଲେଖକ- ଡଃ ମହେନ୍ଦ୍ର ବାବୁ କୁରୁଭା, ସହକାରୀ ପ୍ରଫେସର, ଏଚ.ଏନ.ବି ଗରହ୍ବାଲ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଉତ୍ତରାଖଣ୍ଡ )

ଉପରୋକ୍ତ ଲେଖା ଲେଖକଙ୍କ ବ୍ୟକ୍ତିଗତ ବିଚାର

Intro:Body:

Summary: In the midst of an economic slowdown, industrialists and common alike looking for solutions in the Finance Minister’s Budget Speech on February 1. Economist Mahendra Babu Kuruva explains why government spending is the right thing to do to revive the falling economic growth.

Hyderabad: On February 1, Finance Minister Nirmala Sitharaman will present her first full-fledged Budget.

From ‘crorepati’ to common man, from Kashmir to Kanyakumari, the whole country has set its eyes on the Budget Speech with the hope India’s falling fortunes will be revived.

The Indian Economy is growing at its slowest pace in 11 years, unemployment rate is at its highest level in over four decades and food prices touching the roof.

GDP gfx

The manufacturing sector that accommodates large chunk of semi-skilled labour force is in doldrums, Agriculture, a crucial sector for rural growth is growing below 3 percent.

Recently released World Economic Outlook, Global Social Mobility Index and Oxfam Report on the sidelines of the World Economic Forum Summit in Davos clearly indicate India’s wealth creation rate is decelerating and concrete steps to be taken to bridge rich-poor divide.

What is the way out?

Higher Government spending could be an optimal solution.

The ongoing economic slowdown appears largely due to the demand side issues rather than the supply side bottlenecks.

In other words, even when there are enough goods and services available in the market, people’s in sufficient purchasing capacity is causing the current slowdown.

In fact, a recent report of the Reserve Bank of India (RBI) also suggested towards declining consumer confidence, business confidence and the capacity utilisation by the factories, which points out towards a deceleration in demand.

Hence, the solution largely lies in reviving much needed demand in the economy.

2nd gfx

In 2019, the RBI, which regulates banks in the country, has done its bit by way of reducing key interest rate (Repo Rate) by 135 basis points or 1.35% with the estimation that it will propel credit demand to purchase houses, cars, etc on the back of low-interest rates.

Unfortunately, it did not yield the desired results. Perhaps it may work with a time lag.

Thus it would be prudent at this point of time, to make use of the upcoming Budget to take on the economic slowdown, by boosting sector-specific public investments and expenditure in a time-bound manner.

The Myth of Fiscal Deficit

In simple terms, Fiscal Deficit indicates total borrowing needed by the government in a given financial year. It is the difference between income and expenditure.

There are arguments that more government spending would widen the fiscal deficit and could also cause high price rise, and eventually result in a bigger problem of slowing growth.

It is in this context, it is to be noted that high government spending could lead to high price rise situation when the capacity utilization has reached an optimal level. It is to be noted that capacity utilization is the extent to which an enterprise uses its available capacity.

But the RBI report suggested that there is an underutilized capacity in the economy.

Hence the Government expenditure would only create more employment and generate more income in the hands of the people, which would be used further for consumption.

Due to the multiplier effect, the economy would revive.

In the later stage, business confidence would improve and further improve tax revenues and the fiscal situation would be set right.

Hence there is no need to worry if the fiscal deficit figures are high. They are the price that we would be paying today, for a better tomorrow.

Sector Specific Spending Required

Once there is clarity on whether we should spend or not, then the question comes, where to spend.

Agriculture is one such sector which could yield better results, with more Government investments.

The agricultural incomes as a percentage of GDP have fallen to 3.1 percent during 2012-18, from 4.4 percent during the period 2002-11.

A fall in agriculture incomes on such a scale would definitely bring down consumption and the task at hand is to revive the consumption demand by raising these incomes.

This can be done through investments in rural infrastructure and supply chains that add value.

It would not only create infrastructure but also change the rural outlook of the country while helping the economy to bounce back.

It is not to suggest that it is the silver bullet for the existing economic slowdown.

It is to suggest that it is worth considering to be an option, along with other efforts that the policy elite put in.

It is time to spend and spending it right is more important than the spending itself.

(Article by Dr. Mahendra Babu Kuruva, Assistant Professor at H.N.B.Garhwal Central University, Uttarkhand)

Conclusion:
Last Updated : Jan 24, 2020, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.