ନୂଆଦିଲ୍ଲୀ: ଅପେକ୍ଷା ସରିଲା । ହେଲେ ମିଳିଲାନି ଆଶାନୁଯାୟୀ ପାଉଣା । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଦୂରରେ ଥାଉ ଅଧାର ରାସ୍ତାରେ ବି ପହଞ୍ଚିଲାନି ବଜେଟ 2020 । ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ଏହି ବଜେଟ ଉପରେ ଥିଲା ସମସ୍ତଙ୍କ ନଜର । ହେଲେ ପ୍ରତିଉତ୍ତରରେ ଏହା ଅତ୍ୟନ୍ତ ନିରାଶଜନକ ରହିଛି ।
ବ୍ୟବସାୟ ଓ ପରିବାରର ଆଶା ରହିଥିଲା, ବଜେଟରେ ସେମାନଙ୍କ ଖର୍ଚ୍ଚ ବୃଦ୍ଧି ପାଇଁ କିଛି ନୂଆ ଘୋଷଣା ହେବେ । କିନ୍ତୁ ସବସିଡ ଭରଣକୁ ଟାଳିବା ପାଇଁ ଏକ କୁଶଳ ଟିପଟୋଇଙ୍ଗ ପରେ ବି ଆସନ୍ତା ବର୍ଷ ମେଗା ପବ୍ଲିକ ଡିସଇନଭେଷ୍ଟମେଣ୍ଟ (ବିନିବେଶ) ଦ୍ବାରା ଅସାଧାରଣ ସମ୍ପତ୍ତି ଏକତ୍ର ଏବଂ ଏଫଆପବିଏମ ଏକ୍ସେପ କ୍ଲାଜ (FRBM escape clause )ରେ ମାନ୍ଦାବସ୍ଥା ଯୋଗୁଁ ଜିଡିପିର 0.5 ପ୍ରତିଶତକୁ ପ୍ରଭାବିତ କରୁଛି ।
ଆୟକର ସ୍ଲାବ ଖସିଲା .. କଣ ଏହା ଦ୍ବାରା କରଦାତା ଲାଭବାନ ହେବେ ?
କିଛି ମାସ ତଳେ ହୋଇଥିବା କର୍ପୋରେଟ ଟିକସ ହ୍ରାସ ଭଳି ପଦକ୍ଷେପ ଏଥର ବଜେଟରେ ନିଆଯିବ ବୋଲି ଆୟକରଦାତା ଆଶା ରଖିଥିଲେ । ହେଲେ ସେପରି କିଛି ଆଖିଦୃଶିଆ ହେଲା ନାହିଁ ।
ବଜେଟରେ ଏକ ନୂଆ ଟିକସ ସ୍ଲାବ ଘୋଷଣା ହୋଇଛି । ଏହା ଅନୁଯାୟୀ 5 ଲକ୍ଷ ଆୟ ଉପରେ ଟିକସ ଫ୍ରି ରହିଥିଲା ବେଳେ 5-7.5 ଲକ୍ଷ ଆୟ ଉପରେ 10 ପ୍ରତିଶତ , 7.5-10 ଲକ୍ଷ ଉପରେ 15 ପ୍ରତିଶତ ଓ 10ରୁ 12.5 ଲକ୍ଷ ଉପରେ 20 ଏବଂ 12.5ରୁ 15 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ 30 ପ୍ରତିଶତ କର ଦେବାକୁ ପଡିବ । ତେବେ ଏହା ପୂର୍ଣ୍ଣ ପ୍ରକାରରେ ମୁକ୍ତ ନୁହେଁ । କାରଣ ଏଥିରେ କିଛି ସର୍ତ୍ତ ରହିଛି ।
ବିଶେଷ କରି ବ୍ୟକ୍ତିଗତ କରଦାତାଙ୍କ ପାଖରେ ବହୁତ ରିହାତି ଓ ଛାଡକୁ ବାଦ ଦେଇ ନୂଆ ଦରକୁ ଚୟନ ବିକଳ୍ପ ରହିଛି । ଯେଉଁଥିରେ ଘର ଭଡା, ଯାତ୍ରା, ପିଲାଙ୍କ ଟିଉସନ ଫି, ମେଡିକାଲ ଭଳି 100ଟି ଏକଜମ୍ପସନ ରହିଥିଲା । ହେଲେ ନୂଆ ସ୍ଲାବରେ କର ଭରିଲେ ପ୍ରାୟ 70ଟି ରିହାତି ସୁବିଧା ମିଳିବ । ତେଣୁ ଏବେ କରଦାତା ହିଁ ବାଛିବେ ସେ କେଉଁ ସ୍ଲାବରେ ଟିକସ ଭରିବେ ।
ସେହିପରି ମୋଟ ଚାହିଦା ବୃଦ୍ଧି ନେଇ ତତ୍କାଳ କୌଣସି ପ୍ରଭାବ ପଡିବା ନେଇ ସମ୍ଭାବନା ନାହିଁ । କାରଣ କରଦାତା ନିଶ୍ଚିତ ରୂପରେ ସତର୍କ ରହିବେ ଓ ନିର୍ବାଚନ ପୂର୍ବରୁ ନିଜ ଡିସ୍ପୋଜେବଲ ଆୟ ଉପରେ ଅନ୍ତିମ ପ୍ରଭାବର ଅଧ୍ୟୟନ କରିବେ । ଏଥିପାଇଁ ଲମ୍ବା ସମୟରେ ପରେ ହିଁ ଏହାର ଶୁଦ୍ଧ ପରିମାଣ ଜମାପଡିବ ।
ସବକା ବିଶ୍ବାସ
ଅର୍ଥମନ୍ତ୍ରୀ ବାରମ୍ବାର ସବକା ସାଥ, ସବକା ବିଶ୍ବାସ ନାରା ଦେଇଛନ୍ତି । ଯାହାକି ଗତ କିଛି ମିନିଟ ଧରି ବୃଦ୍ଧି ପାଇଥିବା ଟ୍ରଷ୍ଟ ଡେଫିସିଟକୁ ବଳ ଦେଇଥାଏ । ଏଥିସହ ସରଞ୍ଚନାତ୍ମକ ପରିବର୍ତ୍ତନ ବିଷୟରେ ଘରୋଇ ବ୍ୟବସାୟୀଙ୍କ ଧାରଣା , ଆଶା, ସ୍ପଷ୍ଟତାରେ ଦ୍ବନ୍ଦ ଓ ଆର୍ଥିକ ନୀତି ଦିଶା ସମ୍ବନ୍ଧରେ ସୂଚନା ଦିଏ ।
ରୋଜଗାର ସୃଷ୍ଟି
ବଜେଟରେ ରୋଜଗାର ସୃଷ୍ଟି ନେଇ ଦୁର୍ବଳ ପ୍ରୟାସ ହୋଇଛି । ଉଦାହରଣ ସ୍ଥାନୀୟ ପ୍ରଶାସନ ଅଧିନରେ ଏବେ ନୂଆ ଇଞ୍ଜିନିୟର ସ୍ନାତକଙ୍କୁ ଇଣ୍ଟର୍ଣ୍ଣସିପ ସୁଯୋଗ ପ୍ରଦାନ କରିବେ । ଏହା କେତେ ଆବଶ୍ୟକ ତାହା ସମସ୍ତେ ଜାଣନ୍ତି ।
ପୁଣି ଗତ ବର୍ଷ ଡିସେମ୍ବରରେ ଘୋଷଣା ହୋଇଥିବା 102 ଲକ୍ଷ କୋଟି ଟଙ୍କାର ଜାତୀୟ ଭିତ୍ତିଭୂମି ପାଇପଲାଇନ(ଏନଆଇପି) ଅଧିନରେ , ନିଜ କୌଶଳ ଯୋଗଦାନ ପାଇଁ ବହୁତ ଅଣ ସରକାରୀ ହିତଧାରକଙ୍କୁ ସାମିଲ ପାଇଁ ଏକ ରାଷ୍ଟ୍ରୀୟ ପ୍ରବନ୍ଧନ ଏଜେନ୍ସିର ସ୍ଥାପନା କରାଯିବ ।
ଶିକ୍ଷକ, ନର୍ସ, ପାରା ମେଡିକାଲ ଷ୍ଟାଫଙ୍କୁ ବିଦେଶରେ ରୋଜଗାର ଅବସର ସୃଷ୍ଟି ପାଇଁ ଅନ୍ତରାଷ୍ଟ୍ରୀୟ ମାନକକୁ ଅପଗ୍ରେଡ ବା ପୂରା ପାଇଁ ସହଯୋଗ କରାଯିବ । ଏହା ବ୍ୟତିତ ସରକାର ବିକାଶକୁ ପୁନଃଜୀବିତ ପାଇଁ ଭିତ୍ତିଭୂମି ନିର୍ମାଣ ଉପରେ ନିର୍ଭର କରିଛନ୍ତି । ହେଲେ ଗତ 5 ବର୍ଷରେ ସଡକ, ରାଜମାର୍ଗ ନିର୍ମାଣର ଅଗ୍ରଗତିକୁ ଦେଖିବା ପାଇଁ ଋଣ ଭାର ବଢାଇଚାଲିଛନ୍ତି ।
ସମାଜ ରକ୍ଷଣାବେକ୍ଷଣା ପାଇଁ
ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟକ୍ରମ (ମନରେଗା) ପାଇଁ ଆବଣ୍ଟନରେ 13.4% ହ୍ରାସ କରାଯାଇଛି । ଯେତେବେଳେ କି ପିଏମ-କିଶାନ ଯୋଜନା ଆରମ୍ଭ ପରଠୁ ଟଙ୍କା ଖର୍ଚ୍ଚରେ କୁଣ୍ଠୋବୋଧ ଦେଖାଦେଇଛି ।
ଗରିବ, ଗ୍ରାମୀଣ ବିକାଶ,ଜୀବିକା, କୃଷି ଆଦି ପାଇଁ ବିଭିନ୍ନ କିଛି କୁହାଯାଇଛି । ହେଲେ ରାଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସେପରି କୌଣସି ସ୍ପଷ୍ଟତା ଦିଆଯାଇନାହିଁ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ବଜେଟ ଭାଷଣେ ହାଲିଆପଣର ଅନୁଭବ ହୋଇଛି ।
(ରେଣୁ କୋହଲି, ନୂଆଦିଲ୍ଲୀସ୍ଥିତ ମାଇକ୍ରୋଇକୋନୋମିକ୍ସଷ୍ଟ , ଉପଲିଖିତ ବିଚାର ଲେଖିକାଙ୍କ ବ୍ୟକ୍ତିଗତ ମତାମତ )