ETV Bharat / business

ବଜେଟ 2020: ଡାଏରୀ ଉଦ୍ୟୋଗକୁ ଅଧିକ ଆବଣ୍ଟନ ଦାବି - କେନ୍ଦ୍ର ବଜେଟ 2020\

ଆଗାମୀ କେନ୍ଦ୍ର ବଜେଟରୁ ଡାଏରୀ ଉଦ୍ୟୋଗକୁ ବହୁତ ଆଶା ରହିଛି । ଏଥିଯୋଗୁଁ ଏହି ଉଦ୍ୟୋଗକୁ ଅଧିକ ବ୍ୟୟବରାଦ ପାଇଁ ପାଇଁ ଦାବି ଉଠିଛି ।

budget 2020 dairy industry demands for more allocations
ବଜେଟ 2020: ଡାଏରୀ ଉଦ୍ୟୋଗକୁ ଅଧିକ ଆବଣ୍ଟନ ଦାବି
author img

By

Published : Jan 30, 2020, 2:01 PM IST

ନୂଆଦିଲ୍ଲୀ: ଦେଶର ଲକ୍ଷାଧିକ ପରିବାର ଗୋପାଳନ ଓ ଦୁଗ୍ଧ ବିକ୍ରି ଉପରେ ନିର୍ଭରଶୀଳ । ଏଥିପାଇଁ ଆଗାମୀ ବଜେଟରେ ଏହି ଉଦ୍ୟୋଗର ବିକାଶ ପାଇଁ ରହିଛି ବହୁତ ଆଶା । ସରକାର ଡାଏରୀ ଉଦ୍ୟୋଗକୁ ବିଶେଷ ଗୁରୁତ୍ବ ସହ ଅଧିକ ଆବଣ୍ଟନ ପାଇଁ ଦାବି ହୋଇଛି ।

ଅମୁଲ ଇଣ୍ଡିଆର ପ୍ରବନ୍ଧ ନିର୍ଦ୍ଦେଶକ ଆର.ଏସ.ସୋଢି କହିଛନ୍ତି ଯେ, ଗତ ବଜେଟରେ ଡାଏରୀ ଉଦ୍ୟୋଗକୁ ମାତ୍ର 2900 କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ଏ ବର୍ଷ 45,000 କୋଟି ଟଙ୍କାକୁ ବୃଦ୍ଧି ପାଇଁ ଆଶା ରହିଛି ।

ଗ୍ରାମୀଣ କ୍ଷେତ୍ରରେ ପଶୁପାଳନ ଏକ ପ୍ରମୁଖ ଆର୍ଥିକ ଗତିବିଧି । ଏହା ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ପାଖାପାଖି 4.6 ପ୍ରତିଶତ ଯୋଗଦାନ ରଖିଥାଏ । ଏଥିପାଇଁ ବଜେଟରେ ଏହି ଉଦ୍ୟୋଗକୁ ସମାନ ଆବଣ୍ଟନ ପାଇଁ ସ୍ବର ତେଜିଛି ।

ସୋଢି କହିଛନ୍ତି କି, ‘‘କୃଷି ଭଳି ଡାଏରୀ ଫାର୍ମିଙ୍ଗକୁ ମଧ୍ୟ ଆଇଟିଆର ଦାଖଲ ଏବଂ ଆୟକର ଭରିବାରୁ ମୁକ୍ତି ଦେବା ଦରକାର । ନିକଟରେ କର୍ପୋରେଟ ଟିକସରେ 25 ପ୍ରତିଶତ ହ୍ରାସର ଫାଇଦା ଅମୁଲ ଭଳି କମ୍ପାନୀ ପାଇପାରିନାହିଁ । ଏବେ ବି ଅମୁଲକୁ କର୍ପୋରେଟ ଟିକସ ବାବଦକୁ 35 ପ୍ରତିଶତ ଭରିବାକୁ ପଡୁଛି ।

ସେହିପରି ବିଦେଶରୁ ଦୁଗ୍ଧ ପାଉଡର ଆମଦାନୀ ଯୋଗୁଁ ଭାରତୀୟ କୃଷକ ଓ ସ୍ଥାନୀୟ ଡାଏରୀ ଉଦ୍ୟୋଗକୁ ବହୁତ ସମସ୍ୟା ଭୋଗିବାକୁ ପଡୁଛି । ଯାହାକି ଗ୍ରାମୀଣ ବିକାଶ ପାଇଁ ଆଦୌ ଭଲ ନୁହେଁ ବୋଲି ସୋଢି ପରାମର୍ଶ ଦେଇଛନ୍ତି ।

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.