ନୂଆଦିଲ୍ଲୀ: ଆଜି(ସୋମବାର) ଦେଶବ୍ୟାପୀ ଆମରଣ ଅନଶନରେ ବସିଛନ୍ତି ବିଏସଏନଏଲ କର୍ମଚାରୀ । ଇଚ୍ଛାକୃତ ଅବସର(VRS) ନେବାକୁ କମ୍ପାନୀ ମ୍ୟାନେଜମେଣ୍ଟ ବାଧ୍ୟ କରୁଥିବା ଅଭିଯୋଗ କରି ହରତାଲ ଡାକରା ଦେଇଛି ସଂଘ ।
ଏ ସମ୍ବନ୍ଧରେ ରବିବାର ଅଲ ଇଣ୍ଡିଆ ୟୁନିଅନ ଆଣ୍ଡ ଆସୋସିଏନ୍ସ ଅଫ ଭାରତ ସଞ୍ଚାର ନିଗମ ଲିମିଟେଡ(ଏୟୁଏବି)ର ସଂଯୋଜକ ପି.ଅଭିମନ୍ୟୁ କହିଛନ୍ତି ଯେ, ମ୍ୟାନେଜମେଣ୍ଟ ପକ୍ଷରୁ କର୍ମଚାରୀଙ୍କୁ ଧମକ ଦିଆଯାଉଛି । ଭିଆରଏସ ନ ନେଲେ ଦୂର ସ୍ଥାନକୁ ଟ୍ରାନ୍ସଫର କରାଯିବ । ଏଥିସହ କାର୍ଯ୍ୟକାଳ ଅବଧିକୁ ମଧ୍ୟ 58 ବର୍ଷକୁ କମାଯିବ କହି ଭିଆରଏସ ପାଇଁ କର୍ମଚାରୀଙ୍କ ଉପରେ ଚାପ ପକାଯାଉଛି ।
ଏପଟେ ଏୟୁଏବି ଭିଆରଏସ ସ୍କିମରେ ସନ୍ତୁଷ୍ଟ ନୁହେଁ । ଏହା କର୍ମଚାରୀଙ୍କ ପାଇଁ ଲାଭବାନ ହେବନି ବୋଲି କୁହାଯାଉଛି । ବିଏସଏନଏଲକୁ ଆର୍ଥିକ ସଙ୍କଟରୁ ମୁକୁଳାଇବା ପାଇଁ ସରକାର ଏକ ବଡ ଆର୍ଥିକ ପ୍ୟାକେଜର ଘୋଷଣା କରି ଏମଟିଏନଏଲ ସହ ମିଶ୍ରଣ ନେଇ ଘୋଷଣା କରିଥିଲେ । ଏଥିରେ ଭିଆରଏସ ସ୍କିମ ରହିଛି । ଏବେ ସୁଦ୍ଧା ଏହ ଅଧିନରେ 77 ହଜାର କର୍ମଚାରୀ ଇଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି । କମ୍ପାନୀରେ ମୋଟ 1,50 ଲକ୍ଷ କର୍ମଚାରୀ କାର୍ଯ୍ୟରତ । ତେବେ ଏହି ଯୋଜନା ଅନୁଯାୟୀ 50 ବର୍ଷରୁ ଉର୍ଦ୍ଧ୍ବ କର୍ମଚାରୀ ଆବେଦନ କରିପାରିବେ । 2020 ଜାନୁଆରୀ 31ରେ ସେମାନେ ଅବସର ନେବେ।