ETV Bharat / business

2022 ସୁଦ୍ଧା ବିମାନ ଯାତାୟତ ଚାହିଦା ହେବ ସ୍ବାଭାବିକ

author img

By

Published : Apr 7, 2021, 9:47 PM IST

2030 ସୁଦ୍ଧା ଘରୋଇ ବିମାନ ଯାତାୟତ ଚାହିଦା ଆକାର ମହାମାରୀ ପୂର୍ବ ସ୍ତରର ଦୁଇଗୁଣା ହେବା ଆଶା ରହିଛି । ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ବୁଧବାର ଏନେଇ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ..

2022 ସୁଦ୍ଧା  ବିମାନ ଯାତାୟତ ଚାହିଦା ହେବ ସ୍ବାଭାବିକ
2022 ସୁଦ୍ଧା ବିମାନ ଯାତାୟତ ଚାହିଦା ହେବ ସ୍ବାଭାବିକ

ନୂଆଦିଲ୍ଲୀ: ଲକଡାଉନ କୋହଳ, ଆର୍ଥିକ ଗତିବିଧି ସ୍ବଭାବ ସହ ସ୍ବାଭାବିକ ହୋଇଛି ଭାରତର ବିମାନ ଚାହିଦା । ଭାରତର ଘରୋଇ ବିମାନ ଯାତାୟତ ଚାହିଦା 2022ର ଦ୍ବିତୀୟ ଛଅମାସ ସୁଦ୍ଧା ପୂର୍ବ ସ୍ତରକୁ ଫେରିବ । ଆଉ 2030 ବେଳକୁ ଏହାର ଆକାର ମହାମାରୀ ପୂର୍ବ ସ୍ତରର ଦୁଇଗୁଣା ହେବା ଆଶା ରହିଛି । ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ବୁଧବାର ପୂର୍ବାନୁମାନ ଲଗାଇଛି ।

ବୋଇଙ୍ଗ କମର୍ସିଆଲ ଏୟାରପ୍ଲେନର ଆଞ୍ଚଳିକ ମାର୍କେଟିଂ ଡିରେକ୍ଟର ଡେଭିଡ ଶୁଳ୍ଟେ ଅନୁସାରେ କୋଭିଡ-19 ମହାମାରୀ ପ୍ରଭାବ ପରେ ବାୟୁ ଯାତାୟତ ସ୍ତର 2022ର ଦ୍ବିତୀୟ ଛଅମାସ ପର୍ଯ୍ୟନ୍ତ 2019 ସ୍ତରକୁ ଫେରିଆସିବ । ଆଉ ଅନ୍ତରାଷ୍ଟ୍ରୀୟ ଯାତାୟତ ବୈଶ୍ବିକ ଅନୁସରଣ କରି 2030 ସୁଦ୍ଧା ପୂର୍ବ ମହାମାରୀ ସ୍ତରର ଦୁଇଗୁଣା ହୋଇଯିବ ।

ଅନୁମାନ ରହିଛି କି ବୋଇଙ୍ଗ 2040 ସୁଦ୍ଧା ଭାରତକୁ 2230 ନୂଆ ବିମାନ ଯୋଗାଇବ । ଶୁଳ୍ଟେ କହିଛନ୍ତି କି ଏଥିମଧ୍ୟରୁ 1,960 ବିମାନ single-aisle ବିମାନ ରହିବେ । ଯେତେବେଳେ କି 260 ବ୍ୟାପକ ବିମାନ ହେବେ ।

ଆମେରକୀୟ ବିମାନ ନିର୍ମାତା କହିଛନ୍ତି କି ବିମାନ କ୍ଷେତ୍ରରେ ମହିଳାଙ୍କ ବୃଦ୍ଧି ହେଉଥିବା ସଂଖ୍ୟା ସହ ଭାରତର ବିମାନ ଉଡାଣ ଉଦ୍ୟୋଗକୁ 20 ବର୍ଷ ପୂର୍ବାନୁମାନ ଅବଧିରେ ପ୍ରାୟ 90,000 ନୂଆ ପାଇଲେଟ, ଟେକନିସିଆନ ଓ କ୍ୟାବିନ କ୍ରୁ କର୍ମୀର ଆବଶ୍ୟକତା ହେବ ।

ବୋଇଙ୍ଗ ଅନୁଯାୟୀ, ବିଶ୍ବରେ 182 ଏବଂ 737 MAX ବିମାନ ଚଳାଉଥିବା 20 ଟି ଏୟାରଲାଇନ୍ସ ଅଛି । ଭାରତରେ ଏହି ବିମାନଗୁଡିକ ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦ୍ବାରା ବ୍ୟବହୃତ ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.