ETV Bharat / business

କୋଭିଡ ଚିକିତ୍ସା ପାଇଁ ବ୍ୟାଙ୍କ ଦେବ 5 ଲକ୍ଷ ଋଣ

କୋଭିଡ ଆକ୍ରାନ୍ତ ଯେପରି ଭଲ ଭାବେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ମିଳିବ ଋଣ । ସରକାରୀ ବ୍ୟାଙ୍କ ଦେବ 5 ଲକ୍ଷ ଟଙ୍କା ଯାଏଁ ବ୍ୟକ୍ତିଗତ ଋଣ । ଅଧିକ ପଢନ୍ତୁ..

author img

By

Published : May 31, 2021, 10:03 PM IST

କୋଭିଡ ଚିକିତ୍ସା ପାଇଁ  ବ୍ୟାଙ୍କ ଦେବ 5 ଲକ୍ଷ ଟଙ୍କା ଋଣ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ ସଂଖ୍ୟା । ଏଭଳି ସ୍ଥିତିରେ କୋଭିଡକ୍ରାନ୍ତ ଯେପରି ଭଲ ଭାବେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ସରକାର କଲେ ବଡ ଘୋଷଣା । କୋଭିଡ ଚିକିତ୍ସା ପାଇଁ ରୋଗୀଙ୍କୁ ସରକାରୀ ବ୍ୟାଙ୍କ ପକ୍ଷରୁ ମିଳିବ 5 ଲକ୍ଷ ଟଙ୍କାର ଋଣ ।

କୋରୋନା ଭାଇରସ ମହାମାରୀର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କ ସଂଘ (ଆରବିଏ) ଦ୍ବାରା ମିଳିତ ଭାବେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ କୁହାଯାଇଛି ।

ଏକ ମିଳିତ ବିବୃତ୍ତିରେ କୁହାଯାଇଛି କି ପିଏସବି , ବେତନଭୋଗୀ , ଅଣବେତନଭୋଗୀ ଓ ପେସନଭୋଗୀଙ୍କୁ କୋଭିଡ ଚିକିତ୍ସା ପାଇଁ 25,000 ଟଙ୍କା ଠାରୁ 5 ଲକ୍ଷ ଟଙ୍କାର ବ୍ୟକ୍ତିଗତ ଋଣ ପ୍ରଦାନ କରିବ । ଏଥିରେ ଆଗକୁ କୁହାଯାଇଛି କି ରାଜ୍ୟର ମାଲିକାନାରେ ରହିଥିବା ବ୍ୟାଙ୍କ ସଂଶୋଧିତ ଇସିଜିଏଲଏସ ମାନଦଣ୍ଡ ଅଧିନରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଋଣ ପ୍ରଦାନ କରିବ ।

ଅର୍ଥମନ୍ତ୍ରାଳୟ ମଧ୍ୟ କୋଭିଡ ମୁକାବିଲା ପାଇଁ ଇସିଏଲଜିଏସ 4.0ର ପରିସର ବଢାଇଛି । ଇସିଏଲଜିଏସ ଅଧିନରେ ହସ୍ପିଟାଲ, ନର୍ସିଂହୋମ , କ୍ଲିନିକ ଓ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ମିଳିବ 2 କୋଟି ର ଋଣ । ଆଉ ଏହି ଋଣର ଶତ ପ୍ରତିଶତ ଗ୍ୟାରେଣ୍ଟି ନେବେ ସରକାର । ଏହି ଋଣ ପାଇଁ ସୁଧ ହାର ସୀମା 7.5 ପ୍ରତିଶତ ସ୍ଥିର ହୋଇଛି । ଅର୍ଥାତ ବ୍ୟାଙ୍କ ଏହି ସୀମାରୁ କମ ହାରରେ ଋଣ ଦେଇପାରିବେ । ଏହା ଅଧିନରେ ହେଲଥକେୟାର ସୁବିଧା ପାଇଁ 100 କୋଟି ଟଙ୍କାର ବିଜନେସ ଲୋନଆ ଆଣିବ । ଯେପରି ହେଲଥକେୟାର ଇମ୍ଫ୍ରାଷ୍ଟକ୍ଚର ଓ ହେଲଥକେୟାର ପ୍ରଡକ୍ଟ ବିନିର୍ମାଣ କେନ୍ଦ୍ରକୁ ସ୍ଥାପନା କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.