ETV Bharat / business

ଦୂର ହେଲା ଦ୍ବନ୍ଦ, ଦେବାକୁ ପଡିବନି 3 ମାସର EMI

author img

By

Published : Apr 1, 2020, 4:58 PM IST

ଗ୍ରାହକଙ୍କ ଦ୍ବନ୍ଦ ଦୂର ପାଇଁ ବ୍ୟାଙ୍କ ମାନେ କଲେ ଟ୍ବିଟ । ଗ୍ରାହକ ଚାହିଁଲେ 3 ମାସର ଇଏମଆଇ ପରିଶୋଧରୁ ପାଇପାରିବେ ଆଶ୍ବସ୍ତି। ଏଥିପାଇଁ କୌଣସି ବାଧ୍ୟ କରାଯିବ ନାହିଁ ।

banks extend emi moratorium to customers
ଦୂର ହେଲା ଦ୍ବନ୍ଦ , ଦେବାକୁ ପଡିବନି 3 ମାସର ଇଏମଆଇ

ନୂଆଦିଲ୍ଲୀ: ଆରବିଆଇର ନିର୍ଦ୍ଦେଶ ପରେ ରାଷ୍ଟ୍ରାୟତ ବ୍ୟାଙ୍କ ସ୍ଥଗିତ କଲେ 3 ମାସର EMI । ଋଣଦାତା ଏବେ 3 ମାସ ଯାଏଁ ଚାହିଁଲେ ଇଏମଆଇ କିସ୍ତି ଦେବେ ନାହିଁ । ଲକଡାଉନ ମଧ୍ୟରେ ବ୍ୟାଙ୍କଗୁଡିକ ଟ୍ବିଟ କରି ଏନେଇ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛନ୍ତି ।

ଗତ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ କୋରୋନା ପ୍ୟାକେଜର ଘୋଷଣା କରି ସମସ୍ତ ଟର୍ମ ଲୋନ ଓ ବ୍ୟାଙ୍କିଙ୍ଗ କ୍ୟାପିଟାଲ ପେମେଣ୍ଟ ଉପରେ 3 ମାସର ରୋକ ଲଗାଇବାକୁ ଘୋଷଣା କରିଥିଲା । ତେବେ ଏହା ପରେ ବି ଗ୍ରାହକଙ୍କୁ ଇଏମଆଇ ପେମେଣ୍ଟ ନେଇ ଏସଏମଏସ ଆସୁଥିଲା । ଏଥପାଇଁ ଗ୍ରାହକଙ୍କ ମଧ୍ୟ ଦ୍ବନ୍ଦ ବଢୁଥିଲ । ଖାସ ଏହି ଦ୍ବନ୍ଦକୁ ଦୂର କରିବା ପାଇଁ ବ୍ୟାଙ୍କମାନେ ଟ୍ବିଟ ଜରିଆରେ EMI ଉପରେ ରୋକ ନେଇ ଘୋଷଣା କରିଛନ୍ତି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ବିଟ କରି କହିଛି ଯେ ପିଏନବି ନିଜ ଗ୍ରାହକଙ୍କୁ ପାଇଁ ରିଲିଫ ସ୍କିମ ଆଣିଛି । କୋରୋନା ଭାଇରସ ମହାମାରୀକୁ ନଜରରେ ରଖି 2020 ମାର୍ଚ୍ଚ 1ରୁ ନେଇ 2020 ମେଇ 31 ମଧ୍ୟରେ ଆସୁଥିବା ଟର୍ମ ଲୋନର ତମାମ କିସ୍ତି ଓ କ୍ୟାସ କ୍ରେଡିଟ କ୍ୟାସିଲିଟି ଉପରେ ସୁଧକୁ ଟାଳିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଟ୍ବିଟରେ କହିଛି ଯେ, 2020 ମାର୍ଚ୍ଚ 1ରୁ 2020 ମେ 31 ଯାଏଁ ସମସ୍ତ ମିଆଦି ଋଣ ପାଇଁ ଇଏମଆଇ ସ୍ଥଗିତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏପରିଭାବେ ଆଇଡିବିଆଇ ବ୍ୟାଙ୍କ ମଧ୍ୟ ତାହାର ଗ୍ରାହକଙ୍କ ପାଇଁ 3 ମାସର ଇଏମଆଇ ଟାଳିବାକୁ ଅନୁମତି ଦେଇଛି । ବ୍ୟାଙ୍କ କହିଛି ଯେ କୋଭିଡ-19 ପ୍ରଭାବ ଯୋଗୁଁ ଇଏମଆଇ ସ୍ଥଗିତ ହୋଇଛି । ଯଦି ବି କୌଣସି ଋଣଦାତା ଚାହିଁଲେ ସେମାନେ ଟଙ୍କା ପୈଠ କରିପାରିବେ । ଏଥିପାଇଁ କୌଣସି ବାଧ୍ୟ କରାଯିବ ନାହିଁ । ତେବେ ଏ ନେଇ ଗ୍ରାହକ ଇମେଲ ଜରିଆରେ ବ୍ୟାଙ୍କକୁ ଅବଗତ କରାଇବେ ।

କନାରା ବ୍ୟାଙ୍କ ମଧ୍ୟ କହିଛି ଯେ, ଆରବିଆଇର ନିର୍ଦ୍ଦେଶ କ୍ରମେ 3 ମାସର ଇଏମଆଇ ସ୍ଥଗିତ କରିଛୁ । ଏ ନେଇ ଗ୍ରାହକଙ୍କୁ ଏସଏମଏସ ପଠାଇ ଦିଆଯିବ ବୋଲି ବ୍ୟାଙ୍କ ଜଣାଇଛି । ଏଥିମଧ୍ୟରେ ସ୍ବଂୟ ସହାୟକ ଗୋଷ୍ଠୀ (ଏସଏଚଜି) ଗୁଡିକୁ ଜରୁରୀକାଳୀନ ଭିତ୍ତିରେ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ଋଣ ପ୍ରଦାନ କରାଯାଇଛି ।

ଏପରି ଭାବେ ଆନ୍ଧ୍ରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କ , ୟୁକୋ ବ୍ୟାଙ୍କ ଆଦି 3 ମାସର ଇଏମଆଇକୁ ସ୍ଥଗିତ କରିଛନ୍ତି । ଏହି କିସ୍ତି ସ୍ଥଗିତ ନିୟମ କର୍ପୋରେଟ ଋଣ, ଗୃହ ଋଣ ଏବଂ ଗାଡି ଏବଂ ବ୍ୟକ୍ତିଗତ ଋଣ ପାଇଁ ଲାଗୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.