ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ମଧ୍ୟରେ ‘‘ଜୀବନ ସୁଗମତା’’ ସୁନିଶ୍ଚିତ ପାଇଁ ସରକାରଙ୍କ ପ୍ରୟାସ । ପେନସନଭୋଗୀଙ୍କୁ ତୁରନ୍ତ ସେମାନଙ୍କ ପେମେଣ୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କାର୍ମିକ ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ।
ସେ କହିଛନ୍ତି ଯେ ପେନସନଭୋଗୀଙ୍କ ମୃତ୍ୟୁ ଘଟଣାରେ ଅନାବଶ୍ୟକ ସୂଚନା କିମ୍ବା ଦଲିଲ ମାଗି ମୃତକଙ୍କ ସ୍ବାମୀ/ ସ୍ତ୍ରୀ କିମ୍ବା ପରିବାର ସଦସ୍ୟଙ୍କୁ ଅଯଥା ଅସୁବିଧାରେ ନ ପକାଯାଉ । ଏଥିସହ ସିଂହ , ପେନସନ ଓ ପେସନସନଭୋଗୀ କଲ୍ୟାଣ ବିଭାଗ ଦ୍ବାରା ଜାରି ସର୍କୁଲାରରେ ସୂଚନା ଦେଇ କହିଛନ୍ତି କି, କିଛି ଉଦାହରଣ ବିଭାଗର ଦୃଷ୍ଟିକୁ ଅଣାଯାଇଛି । ଯେଉଁଥିରେ ପେନସନଭୋଗୀଙ୍କ ମୃତ୍ୟୁ ପରେ ବ୍ୟାଙ୍କ ମୃତକଙ୍କ ପରିବାର ସଦସ୍ୟକୁ ବିଭିନ୍ନ ସୂଚନା ଓ ଡକ୍ୟୁମେଣ୍ଟ ଦାଖଲ ପାଇଁ କହିଛି । ଯାହାର ପାରିବାରିକ ପେନସେନ ଆରମ୍ଭ କରିବାରେ ଆବଶ୍ୟକତା ନାହିଁ ।
କାର୍ମିକ ମନ୍ତ୍ରାଳୟ ବିବୃତ୍ତି ଅନୁସାରେ ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ସରକାର ପେନସନଭୋଗୀଙ୍କ ସମେତ ସମସ୍ତଙ୍କ ପାଇଁ ‘‘ଜୀବନର ସୁଗମତା ’’ ସୁନିଶ୍ଚିତକୁ ନେଇ ପ୍ରତିବଦ୍ଧ । ଆଉ ଏଥିପାଇଁ ବିଶେଷ କରି ବରିଷ୍ଠ ନାଗରିକଙ୍କୁ ମହାମାରୀ କାଳରେ ଏଭଳି ଅସୁବିଧାରୁ ବଞ୍ଚାଇବା ଆବଶ୍ୟକ ।