ETV Bharat / business

ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ, 27ରେ ଧର୍ମଘଟ - bank unions strike on march 27

ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ । ଆସନ୍ତା 27ରେ ଧର୍ମଘଟ ଡାକରା ଦେଲେ 2 ପ୍ରମୁଖ ବ୍ୟାଙ୍କ ୟୁନିଅନ । ଫଳରେ ବାଧାପ୍ରାପ୍ତ ହୋଇପାରେ ବ୍ୟାଙ୍କ ସେବା ।

bank unions announce strike on march 27 opposing mergers
ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ, 27ରେ ଧର୍ମଘଟ
author img

By

Published : Mar 6, 2020, 9:42 AM IST

ଚେନ୍ନାଇ: ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ । ଆସନ୍ତା 27ରେ ଆନ୍ଦୋଳନରେ ବସିବେ 2 ପ୍ରମୁଖ ୟୁନିଅନ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ(ଏଆଇବିଓଏ) । ୟୁନିଅନର ଜଣେ ବରିଷ୍ଠ ନେତା ଏନେଇ ସୂଚନା ଦେଇଛନ୍ତି ।

ବୁଧବାର କେନ୍ଦ୍ର କ୍ୟାବିନେଟ 10ଟି ରାଷ୍ଟ୍ରାୟତ ବ୍ୟାଙ୍କ ମିଶ୍ରଣ କରି 4ଟିରେ ପରିଣତ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହେବ । ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିରୋଧ କରି ଏଆଇବିଓଇଏ ଏବଂ ଏଆବିଓଏ 27ରେ ଧର୍ମଘଟ ଡାକରା ଦେଇଛନ୍ତି ।

ପ୍ରକାଶ ଯେ, ଗତ ମାସରେ ମଧ୍ୟ ବ୍ୟାଙ୍କ ସଂଘ ଦରମା ସମସ୍ୟାକୁ ନେଇ ଧର୍ମଘଟ କରିଥିଲେ । ତେବେ ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ଦରମା ସଂଶୋଧନକୁ ନେଇ ନୂଆ ଅଫର ଦେବା ପରେ ଏହି ଧର୍ମଘଟ ସ୍ଥଗିତ ହୋଇଥିଲା ।

ଏସବିଆଇଏ ମହାସଚିବ ସିଏଚ ଭେଙ୍କଟଚଲମ କହିଛନ୍ତି ଯ, ‘ ଖରାପ ଋଣର ବିଶାଳ ପାହାଡ କାରଣକୁ ବ୍ୟାଙ୍କକୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି । 2019 ମାର୍ଚ୍ଚ 31 ଶେଷ ବର୍ଷରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ମୋଟ 1,50,000 କୋଟି ଟଙ୍କା ଲାଭ କମାଇଛନ୍ତି । ଯତେବେଳେ କି ଖରାପ ଋଣ (ବ୍ୟାଡ ଲୋନ) ଆଦି କାରଣରୁ ମୋଟ ବ୍ୟବସ୍ଥା 216,000 କୋଟି ଟଙ୍କା ହୋଇଥିଥିବା ବେଳେ ବ୍ୟାଙ୍କଗୁଡିକ 66,000 କୋଟି ଟଙ୍କାର ଶୁଦ୍ଧ କ୍ଷତି ସହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.