ETV Bharat / business

ବ୍ୟାଙ୍କ ମିଶ୍ରଣକୁ ବିରୋଧ, 5ରେ ହେବ ସଂଘର ବୈଠକ - ବ୍ୟାଙ୍କ ଅଧିକାରୀ ସଂଘ ଆସନ୍ତା 5ରେ ଦିଲ୍ଲୀରେ ବୈଠକ

ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବିଭିନ୍ନ ବ୍ୟାଙ୍କ ଅଧିକାରୀ ସଂଘ ଆସନ୍ତା 5ରେ ଦିଲ୍ଲୀରେ ବୈଠକ କରିବେ।

ପ୍ରତିକାତ୍ମକ ଫଟୋ
author img

By

Published : Sep 3, 2019, 5:56 PM IST

ନୂଆଦିଲ୍ଲୀ: 10ଟି ବ୍ୟାଙ୍କ ମିଶ୍ରଣକୁ କର୍ମଚାରୀଙ୍କ ବିରୋଧ । ଏ ନେଇ ବିଭିନ୍ନ ବ୍ୟାଙ୍କ ଅଧିକାରୀ ସଂଘ ଆସନ୍ତା 5ରେ ଦିଲ୍ଲୀରେ ବୈଠକ କରିବେ । ଏଥିରେ ଆଗାମୀ ଦିନର କାର୍ଯ୍ୟପ୍ରଣାଳୀ ଉପରେ ବିଚାର କରାଯିବ । ମଙ୍ଗଳବାର ଅଲ ଇଣ୍ଡିଆ ଆନ୍ଧ୍ର ବ୍ୟାଙ୍କ ଅସୋସିଏସନର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଗତସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 10 ରାଷ୍ଟ୍ରୟାତ ବ୍ୟାଙ୍କର ମିଶ୍ରଣ କରି 4 ବୃହତ୍ତ ବ୍ୟାଙ୍କ ଗଠନ ପାଇଁ ଘୋଷଣା କରିଥିଲେ । ଏହା ଅନୁଯାୟୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ଼୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ମିଶିବ । ସେହିପରି କାନାଡ଼ା ବ୍ୟାଙ୍କରେ ସିଣ୍ଡିକେଟ୍‍ ବ୍ୟାଙ୍କ ମିଶିବା ସୂଚନା ମିଳିଛି । ଅନ୍ୟପଟେ କର୍ପୋରେସନ ସହ ୟୁନିୟନ ବ୍ୟାଙ୍କ ଓ ଆନ୍ଧ୍ର ବ୍ୟାଙ୍କର ବିଲୟ ହେବ । ଆହ୍ଲାବାଦ ଓ ଇଣ୍ଡିଆନ ବ୍ୟାଙ୍କ ଏକତ୍ର ହୋଇ ଦେଶର ସପ୍ତମ ବୃହତ୍ତମ ବ୍ୟାଙ୍କ ଭାବେ କାର୍ଯ୍ୟ କରିବେ । ତେବେ ଆନ୍ଧ୍ରବ୍ୟାଙ୍କ ମିଶ୍ରଣ ଦ୍ବାରା ଏହା ତାର ଦ୍ବିତୀୟ ରାଜ୍ୟ ଆଧାରିତ ବ୍ୟାଙ୍କ ଭାବେ ଭୌଗୋଳିକ ପରିଚୟ ହରାଇବ।

‘ଆମେ ବ୍ୟାଙ୍କ ମିଶ୍ରଣକୁ ପ୍ରତିବାଦ କରୁଛି । ଏଥିପାଇଁ ଦରକାର ପଡିଲେ ବିଭିନ୍ନ ବିରୋଧ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(AIBOA)ର କାର୍ଯ୍ୟକାରୀ ସମିତି ଦିଲ୍ଲୀରେ ବୈଠକ କରିବ ବୋଲି ସଂଘର ସାଧାରଣ ସଚିବ ସତ୍ୟନାରାୟଣ କହିଛନ୍ତି । ’

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.