ETV Bharat / business

ବ୍ୟାଙ୍କ ମିଶ୍ରଣ, ଦେଶ ଅର୍ଥନୀତିକୁ କଷଣ - ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ 12

ଫଳପ୍ରଦ ହେବ କି ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବ? ପୂର୍ବରୁ ମଧ୍ୟ ବୃହତ୍ତ ବ୍ୟାଙ୍କ ବହୁ ବିଫଳତାର ସାମ୍ନା କରି ଆର୍ଥିକ ସଙ୍କଟ ଦେଇ ଗତି କରିଛି । ଏଣୁ ଏଭଳି ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ବର୍ତ୍ତମାନ ଦୃଷ୍ଟି ଦେବା ଦରକାର ।

ପ୍ରତିକାତ୍ମକ ଫଟୋ
author img

By

Published : Sep 9, 2019, 2:59 PM IST

ହାଇଦ୍ରାବାଦ: 10 ରାଷ୍ଟ୍ରାୟତଃ ବ୍ୟାଙ୍କକୁ 4ଟିରେ ପରିଣତ କରାଯିବ । ଏହା ପରେ ଦେଶରେ ମୋଟ ରାଷ୍ଟ୍ରାୟତଃ ବ୍ୟାଙ୍କ ସଂଖ୍ୟା 27ରୁ ଖସି 12ରେ ପହଞ୍ଚିବ । ଏ ନେଇ ଅଗଷ୍ଟ 30ରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । କିନ୍ତୁ ଫଳପ୍ରଦ ହେବ କି ଏହି ନବୀକରଣ ପ୍ରସ୍ତାବ ? ପୂର୍ବରୁ ମଧ୍ୟ ଏପରି ବୃହତ୍ତ ବ୍ୟାଙ୍କ ବହୁ ବିଫଳତାର ସାମ୍ନା କରି ଆର୍ଥିକ ସଙ୍କଟ ଦେଇ ଗତି କରିଛି । ଏଣୁ ଏଭଳି ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ଦୃଷ୍ଟି ଦେବା ଦରକାର ।

କେବଳ ବ୍ୟାଙ୍କ ମିଶ୍ରଣ ନୁହେଁ ପିଏସବି(ପବ୍ଲିକ ସେକ୍ଟର ବ୍ୟାଙ୍କ) ବୋର୍ଡରେ ମଧ୍ୟ ସୁଧାର ଅଣାଯିବ । ଏଥିସହ ସେମାନଙ୍କ ସ୍ବତନ୍ତ୍ରତା ଓ ପରିଚାଳନାକୁ ସୁବ୍ୟବସ୍ଥିତ କରିବାକୁ ସୀତାରମଣ ଘୋଷଣା କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ବଡ ନୀତିଗତ ସୁଧାର ହେବ । ଯାହା ଭାରତୀୟ ବ୍ୟାଙ୍କିଙ୍ଗ ଢାଞ୍ଚାକୁ ସୁଦୃଢ କରିବାରେ ସାହାଯ୍ୟ କରିବ ।

ଆଜି ନୁହେଁ ପୂର୍ବରୁ ମଧ୍ୟ ଅନାଦେୟ ଋଣ ଭାର ଭିତରେ ଅଣନିଶ୍ବାସୀ ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବହୁ କଠିନ ପରିସ୍ଥିତି ଭିତରେ ଅତିକ୍ରମ କରିଛି । 90 ଦଶକର ପ୍ରାରମ୍ଭରେ ଉଦାରୀକରଣ ସହ ଏହାକୁ ନୂଆ ଦିଶା ମିଳିଥିଲା । ସେବେ ଠାରୁ ଏହା ଦେଶର ବଡ ଆର୍ଥିକ ସଂସ୍ଥା ଭାବେ ଉଭା ହୋଇଛି ।

ସଙ୍କଟରେ ସ୍ଥିରତା

ଯେବେ ସମଗ୍ର ବିଶ୍ବର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଅସ୍ଥିର ଓ ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲା ସେହି ସମୟରେ ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀ ସ୍ଥିର ଓ ମଜବୁତ ଥିଲା । ଆଉ ଏହା ପଛର କାରଣ ଥିଲା ଭାରତର ମୌଦ୍ରିକ ଅଧିକାରୀଙ୍କ ଦ୍ବାରା ନିଆଯାଇଥିବା ଐତିହାସିକ ନିଷ୍ପତ୍ତି । ତେବେ ଏସବୁ ଆକସ୍ମିକ ଭାବେ ହୋଇନଥିଲା ବରଂ ପୂର୍ବପ୍ରସ୍ତୁତ ସୁଦୃଢ ନୀତିନିୟମର ଏହା ପରିଣାମ ଥିଲା ।

ଭାରତ ସରକାର ଏକ ମଜବୁତ ରାଷ୍ଟ୍ରୟ ଉପସ୍ଥିତି , ବ୍ୟାପକ ସମ୍ପ୍ରସାରଣ ଓ କ୍ଷମତାର ବୃଦ୍ଧି ସହ ବୃହତ୍ତ ରାଷ୍ଟ୍ରାୟତଃ ବ୍ୟାଙ୍କର ମିଶ୍ରଣ ଉପରେ ବିଚାର କରୁଛନ୍ତି । ଯେତେବଳେ କି ଆଗାମୀ ପିଢିର ବ୍ୟାଙ୍କ ନିର୍ମାଣ ପାଇଁ ନୀତିଗୁଡିକ ପ୍ରଂଶସନୀୟ ରହିଥିଲା । କିନ୍ତୁ ଆମକୁ ପାଶ୍ଚ୍ୟତ ଦେଶ , ଯେପରିକି ଲେହମ୍ୟାନ ବ୍ରଦର୍ସ, ବେୟର ଷ୍ଟାଫର ଓ ଅନ୍ୟ ଆର୍ଥିକ ସଂସ୍ଥାନର ବିଫଳକାକୁ ଶିକ୍ଷା ନେବା ଦରକାର ।

ବୃହତ୍ତ ବ୍ୟାଙ୍କ ବିଫଳତାରୁ ମିଳିଥିବା ଶିକ୍ଷା ମନେରଖିବାକୁ ହେବ

ଆଗାମୀ 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ସ୍ବପ୍ନ ରଖିଛି ଭାରତ । ଏଥିପାଇଁ ବିଶ୍ବ ସ୍ତରରେ ଦରକାର ଆର୍ଥିକ ସଂସ୍ଥାନର ସହଯୋଗ । ଯାହାକି ପରବର୍ତ୍ତୀ ସମୟରେ ରିଟର୍ଣ୍ଣ ରୂପରେ ବୃଦ୍ଧି ପାଇବ । ତେବେ ବର୍ତ୍ତମାନ ସମୟରେ ଆମକୁ ଜାଣିରଖିବା ଦରକାର ଯେ, ବ୍ୟାଙ୍କ ଆକାର ଯେତେ ବଢିବ , ଅର୍ଥବ୍ୟବସ୍ଥା ଉପରେ ତାର ବିଫଳତାର ପ୍ରଭାବ ସେତିକି ପଡିବ । କାରଣ ଅତ୍ୟାଧୁନିକ ବ୍ୟାଙ୍କ ସବୁ ଡ୍ରାଫ୍ଟ ଜମା ଓ ଜମାକର୍ତ୍ତାଙ୍କୁ ଅଧିକ ମାତ୍ରାରେ ସ୍ବୀକାର କରିନଥାଏ । ଏଥିସହ ଏହା ଆର୍ଥିକ ବିକାଶ , ରୋଜଗାର, ଉତ୍ପାଦନ ଓ ଧନ ସୃଜନକୁ ମଧ୍ୟ ପ୍ରଭାବିତ କରିଥାଏ ।

ବ୍ୟାଙ୍କିଙ୍ଗ ପ୍ରଣାଳୀର ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଉନ୍ନତଧରଣର ସୁତ୍ରକୁ ଆପଣାଇବା ଦରକାର ରହିଛି । 2008ର ବିଶ୍ବ ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କରମାନେ ବଡ ଅବଧିରେ ଉଚ୍ଚ ରିଟର୍ଣ୍ଣ ଲୋଭରେ ପଡିଥିଲେ । ଯେଉଁଥିପାଇଁ ସେମାନେ ବଡ ବିପଦକୁ ମଧ୍ୟ ମୁଣ୍ଡକୁ ନେବାକୁ ପଛାଉନଥିଲେ । ଫଳରେ ଅନାଦେୟ ଋଣ ଭାର ବଢିବା ସହ ବ୍ୟାଙ୍କ ଆର୍ଥିକ ସଙ୍କଟ ଭିତରକୁ ଠେଲିହୋଇଗଲା ।

ଯେପରିକି ଏବେ ଭାରତ ବଡ ବ୍ୟାଙ୍କ ତିଆରି ଲକ୍ଷ୍ୟରେ ପ୍ରସ୍ତୁତ ହେଉଛି । ହେଲେ ପୂର୍ବ ଭଳି ଯେପରି ଏବେ ବ୍ୟାଙ୍କଗୁଡିକ ବିଫଳତାର ସାମ୍ନା ନ କରିବ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । କାରଣ ଭାରତ ଭଳି ଏକ ବୃହତ୍ତ ଅର୍ଥବ୍ୟବସ୍ଥାକୁ ଦେଖିବାକୁ ଗଲେ ଏପରି ବିଫଳତା ବରଦାସ୍ତ କରାଯାଇପାରିବ ନାହିଁ । ଏହା ଏଥିପାଇଁ ଯେ, ବ୍ୟାଙ୍କ ମିଶ୍ରଣ ସମୟରେ ଭୌଗଳିକ ଜ୍ଞାନ କୌଣଳ ଓ ମାନବ ସମ୍ବଳର ତାଳମେଳରେ ଦକ୍ଷତା ହାସଲ କରାଯାଇପାରିବ ।

ବ୍ୟାଙ୍କିଙ୍ଗ ଓ ଆର୍ଥିକ କ୍ଷେତ୍ରର ବିକାଶ ମଧ୍ୟରେ ରହିଥିବା ଗଭୀର ସମ୍ବନ୍ଧକୁ ଦେଖିବାକୁ ଗଲେ, ଆର୍ଥିକ ପ୍ରାଣୀକୁ ଅଧିକ ଉପଯୋଗୀ କରିବା ପାଇଁ ମଜବୁତ ବ୍ୟାଙ୍କ ପ୍ରଣାଳୀ ରହିବା ଦରକାର ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.