ETV Bharat / business

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବର, 15 ପ୍ରତିଶତ ବଢିବ ଦରମା - bank employees

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଦରମା 15 ପ୍ରତିଶତ ବୃଦ୍ଧି ହେବ । ସେମାନଙ୍କୁ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ ( ପିଏଲଆଇ) ମଧ୍ୟ ଦିଆଯିବ । ଏହି ବୃଦ୍ଧି 2017 ନଭେମ୍ବର ପହିଲାରୁ ଲାଗୁ ହେବ ।

bank employees to get 15 percent annual salary hike

author img

By

Published : Jul 23, 2020, 1:11 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବର । ସରକାରୀ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଦରମା 15 ପ୍ରତିଶତ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । 2017 ନଭେମ୍ବରରୁ ଏହି ନିଷ୍ପତ୍ତିକୁ ପିଛଲା ଭାବେ ଲାଗୁ କରାଯିବ ।

ସର୍ବଭାରତୀୟ ସ୍ତରରେ ଏ ନେଇ ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ଓ କର୍ମଚାରୀଙ୍କ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଛି । ଆସନ୍ତା 90 ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏଥିସହ ଦୀର୍ଘ ଦିନ ଧରି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ରହିଥିବା ଦାବି ପୂରଣ ହେବ ।

ଦରମା ବୃଦ୍ଧି ସହ କର୍ମଚାରୀଙ୍କୁ ଏରିୟର ଭାବେ ମୋଟ ଅଙ୍କର ଦରମା ମଧ୍ୟ ମିଳିବ । ପ୍ରକାଶ ଯେ, ସରକାରୀ ବ୍ୟାଙ୍କଗୁଡିକର ଦରମା ବୃଦ୍ଧି ପ୍ରାୟ 3 ବର୍ଷ ଧରି ସ୍ଥଗିତ ରହିଥିଲା । ବ୍ୟାଙ୍କ ୟୁନିଅନ ଓ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସ ମଧ୍ୟରେ ଏହି ମାମଲାରେ ବୁଧବାର 11 ଦଫା ଦାବି ନେଇ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି ।

ତେବେ ଦରମା ବୃଦ୍ଧି ହେଲେ ବ୍ୟାଙ୍କଗୁଡିକ ଉପରେ ଅତିରିକ୍ତ 7898 କୋଟି ଟଙ୍କାର ଖର୍ଚ୍ଚ ଲଦି ହେବ । କିଛି ଦିନ ମଧ୍ୟରେ କର୍ମଚାରୀଙ୍କ ନୂଆ ପେ ସ୍କେଲ ନିର୍ଦ୍ଧାରଣ ହେବ । କାହାର କେତେ ଦରମା ବଢିବ ତାହା ଆଲୋଚା ହେବ । ଏଥିସହ ବ୍ୟାଙ୍କଗୁଡିକରେ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଲାଗୁ ନେଇ ମଧ୍ୟ ନିର୍ଣ୍ଣୟ ନିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.