ETV Bharat / business

‘ଆୟୁଷ୍ମାନ’ ଦେବ ଆଶୀର୍ବାଦ, ସାଢେ 12 ଲକ୍ଷରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ - ଆୟୁଷ୍ମାନ ଦେବ ଆଶୀର୍ବାଦ

ରେଳ ପରେ ସର୍ବାଧିକ ନିଯୁକ୍ତି ଦେବ ସ୍ବାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ । ଆସନ୍ତା 3ରୁ 4 ବର୍ଷ ଭିତରେ ମୋଟ 12.84 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏନଏଚଏ) ପକ୍ଷରୁ କୁହାଯାଇଛି ।

ଫାଇଲ ଫଟୋ
author img

By

Published : Jul 23, 2019, 3:19 PM IST

Updated : Jul 23, 2019, 4:53 PM IST

ନୂଆଦିଲ୍ଲୀ: ବିଶ୍ବର ବୃହତ୍ତମ ସ୍ବାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ ରେ ରହିଛି ରୋଜଗାରର ସୁବର୍ଣ୍ଣ ସୁଯୋଗ । ଆସନ୍ତା 3ରୁ 5 ବର୍ଷ ମଧ୍ୟରେ ରେଳ ପରେ ସର୍ବାଧିକ ନିଯୁକ୍ତି ଦେବ ମୋଦିଙ୍କ ଏହି ମହତ୍ବକାଂକ୍ଷୀ ଯୋଜନା । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ମୋଟ 12.84 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏ ନେଇ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏନଏଚଏ) ପକ୍ଷରୁ କୁହାଯାଇଛି ।

ରେଳରେ 15.7 ଲକ୍ଷ କର୍ମଚାରୀ କାମ କରୁଛନ୍ତି । 95 ପ୍ରତିଶତ ନିଯୁକ୍ତି ମେଡିକାଲ କ୍ଷେତ୍ର ଓ 5 ପ୍ରତିଶତ ଅନ୍ୟାନ୍ୟ କ୍ଷେତ୍ରରେ ରହିଛି । ତେବେ ଅଧିକରୁ ଅଧିକ ଘରୋଇ କ୍ଷେତ୍ରରେ ରୋଜଗାର ସୁଯୋଗ ନେଇ ଆଶା ରହିଛି । କାରଣ କ୍ଷୁଦ୍ର ହସ୍ପିଟାଲ ଠାରୁ କ୍ଲିନିକ, ନର୍ସିଂହୋମ ଏହି ଯୋଜନା ସହ ଅଧିକ ଯୋଡି ହେବାକୁ ଯାଉଛନ୍ତି । ଗତ 9 ମାସ ତଳେ ଆୟୁଷ୍ମାନ ଯୋଜନା ଜରିଆରେ 47 ହଜାର ଚାକିରୀ ମିଳିଥିବାବେଳେ 29 ଲକ୍ଷ ଚିକିତ୍ସା ହୋଇଛନ୍ତି ।

ଏହା ଅନ୍ତର୍ଗତ ଗରିବ ପରିବାରଗୁଡିକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିଥାଏ । ଆଗାମୀ ଦିନରେ ଓଡିଶା ସମେତ ବହୁ ରାଜ୍ୟ ଗୁଡିକୁ ଏଥିମଧ୍ୟରେ ସଂଯୋଗ କରାଯିବ । ଫଳରେ ଓଡିଶାର ବହୁ ଗରିବ ଏହାର ଫାଇଦା ପାଇପାରିବେ ।

Intro:Body:

BHAKTI

Conclusion:
Last Updated : Jul 23, 2019, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.