ETV Bharat / business

ଗ୍ରାହକଙ୍କୁ ଆରବିଆଇର ଗିଫ୍ଟ, ଏଣିକି ମାଗଣାରେ ଅନଲାଇନ ମନି ଟ୍ରାନ୍ସଫର

author img

By

Published : Jun 6, 2019, 7:39 PM IST

ଏଣିକି RTGS ( ରିୟଲ ଟାଇମ ଗ୍ରାସ ଟ୍ରାନ୍ସଫର) ଓ NEFT( ନ୍ୟାସନାଲ ଇଲୋକ୍ଟ୍ରୋନିକ ଫଣ୍ଡସ୍‌ ଟ୍ରାନ୍ସଫର) ସିଷ୍ଟମ ଉପରେ ଆଉ ଦେବାକୁ ପଡିବନି ଟଙ୍କା । ଏହାଦ୍ବାରା ମାଗଣାରେ ଅନଲାଇନରେ ହେବ ମନି ଟ୍ରାଞ୍ଜାକ୍ସନ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଗୋଟିଏ ଦିନରେ ଗ୍ରାହକଙ୍କୁ ଆରବିଆଇର 2ଟି ବଡ ଗିଫ୍ଟ । ରେପୋରେଟ ଦର ହ୍ରାସ କରିବା ସହ ଅନଲାଇନ ଫଣ୍ଡ ଟ୍ରାଞ୍ଜାକ୍ସନ ଚାର୍ଜକୁ ଫ୍ରି କରିଛି ସର୍ବୋଚ୍ଚ ବ୍ୟାଙ୍କ । ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ଆରବିଆଇର ଏହି ପଦକ୍ଷେପ ।
ଯଥାସମ୍ଭବ ଗ୍ରାହକଙ୍କୁ ଏହି ସୁବିଧା ଯୋଗାଇଦେବା ପାଇଁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଛି ଆରବିଆଇ ।

ଏଣିକି RTGS ( ରିୟଲ ଟାଇମ ଗ୍ରାସ ଟ୍ରାନ୍ସଫର) ଓ NEFT( ନ୍ୟାସନାଲ ଇଲୋକ୍ଟ୍ରୋନିକ ଫଣ୍ଡସ୍‌ ଟ୍ରାନ୍ସଫର) ସିଷ୍ଟମ ଉପରେ ଆଉ ଦେବାକୁ ପଡିବନି ଟଙ୍କା । ବିନା ଚାର୍ଜରେ ଅର୍ଥାତ ଫ୍ରିରେ ଅନଲାଇନରେ ହେବ ମନି ଟ୍ରାଞ୍ଜାକ୍ସନ । ମୋଟା ଅଙ୍କ ଟଙ୍କା ଟ୍ରାନ୍ସଫର ପାଇଁ ଏହି 2ଟି ଟ୍ରାଞ୍ଜାକ୍ସନ ସିଷ୍ଟମର ବ୍ୟବହାର କରାଯାଇଥାଏ ।

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ NEFT ମାଧ୍ୟମରେ 1ରୁ 5 ଟଙ୍କା ଓ RTGS ଯୋଗୁଁ 5ରୁ 50 ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରିଥାଏ । ହେଲେ ଏବେ ଆରବିଆଇର ଏହି ନିଷ୍ପତ୍ତି ପରେ ଗ୍ରାହକ ବିନା ଚାର୍ଜରେ ଟଙ୍କା ପଠାଇ ପାରିବେ ।

ଆଗକୁ ଏଟିଏମ ଟ୍ରାଞ୍ଜାକ୍ସନ ଚାର୍ଜ ମଧ୍ୟ ଛାଡ ହୋଇପାରେ । ଏଥିଲାଗି କମିଟି ଗଠନ କରାଯାଇଥିବା ନେଇ ଆରବିଆଇ ପକ୍ଷରୁ ସୂଚନା ମିଳିଛି । ଏହି କମିଟିରେ ସମସ୍ତ ଷ୍ଟକ ହୋଲ୍ଡର୍ସଙ୍କ ସମେତ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ମଧ୍ଯ ସାମିଲ ରହିଛି । ଆସନ୍ତା 2 ମାସ ମଧ୍ୟରେ ଏହି କମିଟି ନିଜର ମତ ରଖିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.