ETV Bharat / business

ଶସ୍ତା ହେଲା ବିମାନ ଇନ୍ଧନ

author img

By

Published : Mar 21, 2020, 7:59 PM IST

ଇନ୍ଧନ ଦାମ କମିଥିବାରୁ ଆଗକୁ ବିମାନ ଯାତ୍ରା ମଧ୍ୟ ଶସ୍ତା ହେବ । ତେବେ କେରୋନା ଯୋଗୁଁ ଗୁରୁତର ହୋଇପଡିଥିବା ବିମାନ କମ୍ପାନୀଙ୍କୁ ଏ ନେଇ ଆଶ୍ବସ୍ତି ମିଳିଛି ।

ATF price down by around 6700 rupees air fare cheaper in coming days
ଶସ୍ତା ହେଲା ବିମାନ ଇନ୍ଧନ

ନୂଆଦିଲ୍ଲୀ: ଲଗାତାର ହ୍ରାସ ପାଉଥିବା ଅଶୋଧିତ ତୈଳ ଦାମର ପ୍ରଭାବରେ ଭାରତରେ ଦେଖାଦେଇଛି । ଶନିବାର ଏହାର ଫାଇଦା ଏୟାରଲାଇନ୍ସ କମ୍ପାନୀଙ୍କୁ ମିଳିଛି । ଏଟିଏଫ(ବିମାନ ଇନ୍ଧନ ) ବା ଜେଟ ଫ୍ୟୁଲ ଦାମ 6700ରୁ ଅଧିକ ଖସିଛି । ନୂଆ ଦର ମାର୍ଚ୍ଚ 21ରୁ ଲାଗୁ ହୋଇଛି ।

ତେବେ ବିମାନ ଇନ୍ଧନ ଦାମ କମିଥିବାରୁ ଆଗକୁ ବିମାନ ଯାତ୍ରା ମଧ୍ୟ ଶସ୍ତା ହେବ । ତେବେ କେରୋନା ଯୋଗୁଁ ଗୁରୁତର ହୋଇପଡିଥିବା ବିମାନୀ କମ୍ପାନୀଙ୍କୁ ଏ ନେଇ ଆଶ୍ବସ୍ତି ମିଳିଛି ।

ଭାରତ ସମେତ ବିଶ୍ବର ପ୍ରାୟ ପ୍ରତିଟି ଦେଶରେ କାୟା ବିସ୍ତାର କରିଥିବା କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବହୁ ବିମାନ ଯାତ୍ରା ବାତିଲ ହେଉଛି । ଅନ୍ତରାଷ୍ଟ୍ରୀୟ ବିମାଣ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏସବୁ କାରଣରୁ ବିମାନ କମ୍ପାନୀଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଛି । ହେଲେ ଏବେ ଏଟିଏଫ ଶସ୍ତା ହେବା ପରେ ଆଗକୁ କିଛିଟା ଉପଶମ ମିଳିବ ବୋଲି କମ୍ପାନୀଗୁଡିକ ଆଶା ରଖିଛନ୍ତି ।

ନୂଆ ଦର ଲାଗୁ ପରେ 4 ପ୍ରମୁଖ ସହର ଦିଲ୍ଲୀ, କୋଲକତା, ମୁମ୍ବାଇ, ଚେନ୍ନାଇରେ ଏକ କିଲୋଲିଟ ଏଟିଏଫ ଦାମ ଯଥାକ୍ରମେ 50, 171.26 , 55,55.98, 49,726.86, 52,045.46 ଟଙ୍କା ରହିଛି । ଇନ୍ଧନ ଦାମ କମିଥିବାରୁ ଏୟାରଲାଇନ୍ସର ଅପରେସନାଲ କଷ୍ଟ ମଧ୍ୟ ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.