ETV Bharat / business

ଭାରତରେ ପଶିଲା କୋରୋନା, ଔଷଧ ରପ୍ତାନୀରେ ଲାଗିଲା ପ୍ରତିବନ୍ଧକ

ଭାରତରେ କୋରୋନା ପ୍ରଭାବ । ସରକାର 26 ପ୍ରକାର ଔଷଧ ସାମଗ୍ରୀ ଓ ପାରାସେଟାମୋଲ , ଭିଟାମିନ ବି 1 ଓ ବି 12 ସମେତ କିଛି ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି ।

author img

By

Published : Mar 3, 2020, 6:52 PM IST

As coronavirus enters India, exports of paracetamol, vitamins restricted
ଭାରତରେ ପଶିଲା କୋରୋନା, ଔଷଧ ରପ୍ତାନୀରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶ ପରେ ଦେଶ ମାଡିବାରେ ଲାଗିଛି ମାରାତ୍ମକ କୋରୋନା ଭୂତାଣୁ । ଏହାର ପ୍ରଭାବରେ ଭାରତରେ ଏବେ ଔଷଧ ଉଦ୍ୟୋଗରେ ଦେଖିବାକୁ ମିଳିଛି । ସରକାର 26 ପ୍ରକାର ଔଷଧ ସାମଗ୍ରୀ ଓ ପାରାସେଟାମୋଲ , ଭିଟାମିନ ବି 1 ଓ ବି 12 ସମେତ କିଛି ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି ।

ସରକାରଙ୍କ ଏହି ପଦକ୍ଷେପ ପରେ ଏବେ କିଛି ସକ୍ରିୟ ଔଷଧୀୟ ସାମଗ୍ରୀ(ଏପିଆଇ) ଓ ଫର୍ମୁଲେନ୍ସର ରପ୍ତାନୀ ପାଇଁ ବାଣିଜ୍ୟ ମନ୍ତ୍ରାଳୟ ଅଧୀନରେ ଥିବା ବିଦେଶ ବ୍ୟାପର ମହାନିର୍ଦ୍ଦେଶାଳୟ(ଡିଜିଏଫଟି)ରୁ ଲାଇସେନ୍ସ ନେବା ଜରୁରୀ । ତେବେ ଏବେ ସୁଦ୍ଧା ଏହି ସବୁ ଔଷଧ ସାମଗ୍ରୀର ରପ୍ତାନୀ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ନଥିଲା ।

ଡିଜିଏଫଟି ଏକ ଅଧିସୂଚନା ଜାରି କରି କହିଛି ଯେ, ‘‘ଏପିଆଇରୁ ପ୍ରସ୍ତୁତ କିଛି ଖାସ ଏପିଆଇ ଓ ଫର୍ମୁଲେନ୍ସର ରପ୍ତାନୀ ଏବେ ତୁରନ୍ତ ପ୍ରଭାବରେ ପ୍ରତିବନ୍ଧିତ କରାଯାଇଛି । ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

ଏପିଆଇ ବିଭିନ୍ନ ପ୍ରକାରର ଔଷଧ ତିଆରି ପାଇଁ ଏକ କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ | କୋରୋନା ଭାଇରସ ପୃଥିବୀର ଅନେକ ଦେଶରେ ବ୍ୟାପିବା ପରେ ସୃଷ୍ଟି ହୋଇଥିବା ଚିନ୍ତାକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ବାରା କରାଯାଇଥିବା ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରକାଶ ଯେ, ଭାରତ ଏପିଆଇର ଭାରୀ ମାତ୍ରାରରେ ଚୀନରୁ ଆମଦାନୀ କରିଥାଏ । ହେଲେ ସୀମିତ ମାତ୍ରାରେ ଏହାର ରପ୍ତାନୀ ମଧ୍ୟ କରିଥାଏ । ଗତ ବର୍ଷ ଦେଶରୁ 22.50 କୋଟି ଡଲାର ଏପିଆଇର ରପ୍ତାନୀ କରାଯାଇଥିଲା । ସେପଟେ ଦେଶରେ ଏପିଆଇର ବାର୍ଷିକ ଆମଦାନୀ 3.5 ଅରବ ଡଲାର ହୋଇଥାଏ । ଏଥିମଧ୍ୟରୁ ପାଖାପାଖୀ ଅଢେଇ ଅରବ ଡଲାର ଆମଦାନୀ ଚୀନରୁ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.