ETV Bharat / business

ଅନୀଲ ଅମ୍ବାନୀଙ୍କ ନେଟ ସମ୍ପତ୍ତି ଶୂନ, ପାଖରେ କିଛି ନାହିଁ...

author img

By

Published : Feb 8, 2020, 1:13 PM IST

କୋର୍ଟରେ ନିଜକୁ ଦରିଦ୍ର ଦେଖାଇଲେ ବିଲିୟନାରୀ ଅନୀଲ ଅମ୍ବାନୀ । ନେଟ ସମ୍ପତ୍ତି ଶୂନ । ପାଖରେ କୌଣସି ସମ୍ପତ୍ତି ନାହିଁ ବୋଲି ଦର୍ଶାଇଲେ ସେ ।

Anil Ambani tells UK court his  net worth is zero
ବିଲିୟନାରୀ ଅନୀଲ ଏବେ ଦରିଦ୍ର, ନେଟ ସମ୍ପତ୍ତି ଶୂନ

ନୂଆଦିଲ୍ଲୀ: ବିଲିୟନାରୀ ଅନୀଲ ଅମ୍ବାନୀଙ୍କ ନେଟ ସମ୍ପତ୍ତି ଶୂନ । ସବୁ ନିବେଶ ବିଫଳ ହୋଇଛି । ପାଖରେ କୌଣସି ସମ୍ପତ୍ତି ନାହିଁ । ଏପରି ସ୍ଥିତିରେ ଋଣ ସୁଝିବେ କିପରି? ଏହା ଆଉ କେହି ନୁହେଁ, ଖୋଦ ଅନିଲ ଅମ୍ବାନୀ ଏନେଇ ଲଣ୍ଡନ କୋର୍ଟକୁ ଜଣାଇଛନ୍ତି ।

ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ବିରୋଧରେ ଚୀନର 3ଟି ବ୍ୟାଙ୍କ ପକ୍ଷରୁ ହୋଇଥିବା ମାମଲାରେ ଲଣ୍ଡନର ଏକ କୋର୍ଟ ରାୟ ଦେଇଛନ୍ତି । 6 ସପ୍ତାହରେ 700 କୋଟି ଟଙ୍କା ପରିଶୋଧ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏ ଟଙ୍କା ଦେବାକୁ ସମର୍ଥ ନୁହଁନ୍ତି ବୋଲି ସେ ସଫେଇ ଦେଇଛନ୍ତି । ଭାଗିଦାରୀ ଅଂଶ 8.24 କୋଟି ଡଲାରକୁ ଖସିଆସିଛି । ଆଉ ଋଣ ବୋଝ ମିଶିଲେ ସମ୍ପତ୍ତି ଶୂନ ।

ଅନିଲ ଅମ୍ବାନୀଙ୍କ ଉପରେ ଏହି ବ୍ୟାଙ୍କର ପ୍ରାୟ 4900 କୋଟି ଟଙ୍କା ବକେୟା ରହିଛି । ଆଗକୁ ଏହାର ସମ୍ପୂର୍ଣ୍ଣ ରାୟ ପ୍ରକାଶ ପାଇଥିବା ବେଳେ କୋର୍ଟ ବ୍ୟାଙ୍କ ସପକ୍ଷରେ ଯାଇ ଋଣ ଭରିବାକୁ ଅନିଲଙ୍କୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.