ETV Bharat / business

କୋର୍ଟର ଶେଷ ଧାଡିରେ କୋଟିପତି ଅନୀଲ - hours

କୋର୍ଟ ଦ୍ୱାର ଦୌଡି ଦୌଡି ନୟାନ୍ତ କୋଟିପତି ଅନିଲ ଅମ୍ବାନୀ । ବିନା ଏସିରେ ଲଗାତାର ଅଢେଇ ଘଣ୍ଟା ବସିରହିଲେ କୋର୍ଟ ରୁମର ଶେଷ ଧାଡିରେ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ@ ଟ୍ୟୁଟର
author img

By

Published : Feb 14, 2019, 5:26 PM IST

ନୂଆଦିଲ୍ଲୀ: କୋର୍ଟ ଦ୍ୱାର ଦୌଡି ଦୌଡି ନୟାନ୍ତ କୋଟିପତି ଅନିଲ ଅମ୍ବାନୀ । ବିନା ଏସିରେ ଲଗାତାର ଅଢେଇ ଘଣ୍ଟା ବସିରହିଲେ କୋର୍ଟ ରୁମର ଶେଷ ଧାଡିରେ । ସାଧାରଣ ଜନତାଙ୍କ ଭଳି ଅପେକ୍ଷା କରିଲା ପରେ ଶେଷରେ ପଡିଲା ପାଳି । ଆରମ୍ଭ ହେଲା କେସ । କାଠଗଡାରେ ଠିଆ ହୋଇ ଦେଲେ ବୟାନ ।

ବୁଧବାର ଏପରି କିଛି ଦୟନୀୟ ଥିଲା ଅନୀଲ ଅମ୍ବାନୀଙ୍କ ଡେଲି ରୁଟିର୍ନର କାର୍ଯ୍ୟାବଳୀ । ବହୁ ପ୍ରଚେଷ୍ଟା ପରେ ବି ସୁଧୁରୁନି ସ୍ଥିତି । ଆଶାଶୂନ୍ୟ ହୋଇ କମ୍ପାନୀଙ୍କୁ ଦେବାଳିଆ ଘୋଷିତ କରିବାକୁ କୋର୍ଟରେ ଆବେଦନ କରିଛନ୍ତି ଅନୀଲ ।

ଅମ୍ବାନୀଙ୍କ ପାଖରେ ଏରିକ୍ସନ କମ୍ପାନୀର 1600 କୋଟି ଟଙ୍କା ବାକି ରହିଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି କରି 550 କୋଟି ଟଙ୍କା କମ୍ପାନୀଙ୍କୁ ଫେରସ୍ତ କରାଇବାକୁ ସୁପ୍ରିମକୋର୍ଟ ଅମ୍ବାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ସୁଦ୍ଧା ଏହି ଟଙ୍କାକୁ ପରିଶୋଧ କରିବାକୁ ଅନୀଲ ଅକ୍ଷମ ହୋଇପଡିଛନ୍ତି । କମ୍ପାନୀକୁ ଲୋନ ଦେବାକୁ ମଧ୍ୟ କେହି ମଙ୍ଗୁନାହାନ୍ତି । ଏଥିସହ 18 ମାସ ବିତିଯାଇଥିଲେ ସୁଦ୍ଧା କମ୍ପାନୀ ତାର ସମ୍ପତ୍ତି ବିକ୍ରି କରିବାକୁ ଅସଫଳ ହୋଇଛି ।

ଏପରିକି ବଡ ଭାଇ ମୁକେଶ ଅମ୍ବାନୀ ମଧ୍ୟ ଏପରି ସ୍ଥିତିରେ ଅନୀଲଙ୍କ ହାତ ଛାଡିଦେଇଛନ୍ତି । ଫଳରେ ଅନୀଲଙ୍କ କେସ ଏବେ କୋର୍ଟରେ ବିଚାରଧୀନ ରହିଛି । ତେବେ ଏହି ମାମଲାରେ ଶୁଣାଣୀ ଏପର୍ଯ୍ୟନ୍ତ ହୋଇନାହିଁ ।

undefined

Slug,, election meeting , avb , Puri , 8.2.19

Anchor,, ପାଖେଇ ଆସୁଛି ସାଧାରଣ ନିର୍ବାଚନ। ପୁରୀ ଜିଲ୍ଲାପାଳ ଦ୍ୱିତୀୟ ପର୍ଯ୍ୟାୟରେ ଜିଲା ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କ ସହିତ ଏ ନେଇ ଏକ ସମୀକ୍ଷା ବୈଠକ କରଛନ୍ତି। ପୋଲିସ ବିଭାଗ ସମେତ ଜିଲ୍ଲାର ସମସ୍ତ ବ୍ଳକ ର ବିଡ଼ିଓ , ତହସିଲଦାର ଏହି ବୈଠକରେ ଉପସ୍ଥିତ ଥିଲେ। ମୁଖ୍ୟତଃ ନିର୍ବାଚନ ବେଲେ ଆଇନ ଶୃଙ୍ଖଳା ରକ୍ଷା , ବିଭିନ୍ନ ପୋଲିସ ଷ୍ଟେସନ ରେ ଥିବା ସମସ୍ୟା , ଉତେଜନା ପ୍ରବଣ ଅଞ୍ଚଳ ରେ କିଭଳି ଶାନ୍ତି ପୂର୍ଣ ମତଦାନ ହୋଇ ପରିବ ସେ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ବୋହୁ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ଗ୍ରହଣ କରାଯାଇଛି। ପୁରୀ ଏସ୍ପି , ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏହି ବୈଠକରେ ଉପସ୍ଥିତ ରହି ନିର୍ବାଚନ ରେ ଶୃଙ୍ଖଳା ନେଇ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ମତା ମତ ରଖିଥିଲେ।

ବାଇଟ ,, ଜ୍ୟୋତି ପ୍ରକାଶ ଦାସ , ପୁରୀ ଜିଲ୍ଲା ପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଜୁଆଲ ବାଇଟି ଯାଇଛି ଏହି ଷ୍ଟୋରୀ ପାଇଁ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.