ETV Bharat / business

ରିଲାଏନ୍ସ କମ୍ୟୁନିକେସନ ଛାଡିଲେ ଅନୀଲ ଅମ୍ବାନୀ

author img

By

Published : Nov 17, 2019, 2:50 AM IST

କୋଟି କୋଟିର ଋଣ ବୋଝ, ତା'ସାଙ୍ଗକୁ ବିପୁଳ କ୍ଷତି ଚାପ । ଏସବୁକୁ ସହ୍ୟ ନକରି ପାରି ଶେଷରେ ଆରକମ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀ ।

ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେସନ(ଆରକମ) ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀ । କେବଳ ସେ ନୁହେଁ ତାଙ୍କ ବ୍ୟତିତ କମ୍ପାନୀର 4 ବରିଷ୍ଠ ଅଧିକାରୀ ମଧ୍ୟ ଚାକିରୀ ଛାଡିଛନ୍ତି ।

ଏହି ଅଧିକାରୀଙ୍କ ଭିତରେ ଛାୟା ଭିରାନି ଓ ମଞ୍ଜରୀ କାକେର ନଭେମ୍ବର 15ରେ ଇସ୍ତଫା ଦେଇଥିବା ବେଳେ ରାୟନ କରାନି ନଭେମ୍ବର14ରେ ଓ ସୁରେଶ ରଙ୍ଗାଚର 13 ତାରିଖରେ ନିଜ ପଡ ଛାଡିଛନ୍ତି ।

ପ୍ରକାଶ ଯେ, ଶୁକ୍ରବାର ରିଲାଏନ୍ସ କମୁନିକେସନର ଦ୍ବିତୀୟ ତ୍ରୟମାସରେ ଲାଭ-କ୍ଷତି ତାଲିକା ଜାରି ହୋଇଥିଲା । ଏହା ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବରରେ କମ୍ପାନୀର 30,142କୋଟି ଟଙ୍କା କ୍ଷତି ହୋଇଛି । ଯେଉଁଥିପାଇଁ କମ୍ପାନୀର ଆୟ ହ୍ରାସ ପାଇ 302 କୋଟି ରହିଛି ।

ଦେବାଳିଆ ପ୍ରକ୍ରିୟାରେ ଚାଲିଥିବା ଏହି କମ୍ପାନୀ ଗତ ଆର୍ଥିକ ବର୍ଷ ଏହି ଅବଧିରେ 1,141 କୋଟିର ଶୁଦ୍ଧ ଲାଭ କମେଇଥିଲା । ଏଥିସହ କମ୍ପାନୀର ଆୟ ମଧ୍ୟ 977 କୋଟି ଟଙ୍କା ରହିଥିଲା । ଏ ସମସ୍ତ ଘାଟା ଭିତରେ ଆରକମର ସେୟାର ଭେଲ୍ୟୁ ମାତ୍ର 59 ପଇସା ଅଛି ।

Intro:Body:

,mk,.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.