ETV Bharat / business

ସଙ୍କଟ ସମୟର ସଦୁପଯୋଗ ପାଇଁ କର୍ମଚାରୀଙ୍କୁ ଟିପ୍ସ ଦେଲେ ଆନନ୍ଦ - ଲକଡାଉନ ଜାରି

ସଙ୍କଟ ଚାପରେ ଦବିବା ଅପେକ୍ଷା ଆଗକୁ ଭଲ ଆଶାରେ ବଞ୍ଚିବା ଶିଖିବା ଦରକାର। ଯାହାକି ନିଜର ଓ ନିଜ ପରିବାର, ଅର୍ଥବ୍ୟବସ୍ଥା ଓ ଦେଶ ପାଇଁ ହିତକର ହେବ । ଏଭଳି କହି କର୍ମଚାରୀଙ୍କ ମନୋବଳ ବଢାଇଛନ୍ତି ଆନନ୍ଦ ।

post corona world
ସଙ୍କଟ ସମୟର ସଦୁପଯୋଗ ପାଇଁ କର୍ମଚାରୀଙ୍କୁ ଟିପ୍ସ ଦେଲେ ଆନନ୍ଦ
author img

By

Published : Apr 2, 2020, 8:32 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ତାଲା ବନ୍ଦ ଜାରି । ଏଭଳି ବିପର୍ଯ୍ୟସ୍ତ ସମୟରେ କର୍ମଚାରୀଙ୍କୁ ଚିଠି ଲେଖିଲେ ଆନନ୍ଦ ମହିନ୍ଦ୍ରା । ବର୍ତ୍ତମାନର ଆପଦକାଳୀନ ସ୍ଥିତିକୁ ନଜରରେ ରଖି ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାର ନିଜ 2 ଲକ୍ଷ କର୍ମଚାରୀଙ୍କୁ ଆହ୍ବାନ ଦେଇଛନ୍ତି ଆନନ୍ଦ ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, କୋରୋନା ଭାଇରସ ଏବେ ସୁଦ୍ଧାର ସବୁଠୁ ବଡ ବିପଦ ଭାବେ ମୁଣ୍ଡ ଟେକିଛି । ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନି । ଏଥିସହ ସେ ଗତ ଆର୍ଥିକ ମାନ୍ଦାବସ୍ଥା ସମୟରେ ଦେଇଥିବା ପରାମର୍ଶକୁ ମଧ୍ୟ ଚିଠିରେ ଦୋହରାଇଛନ୍ତି ।

ପ୍ରକାଶ ଯେ, ଗତ ମାନ୍ଦାବସ୍ଥା ସମୟରେ ସେ କର୍ମଚାରୀଙ୍କୁ ସଙ୍କଟର ସଦୁପଯୋଗ କରି ନିଜକୁ ନୂଆ କରି ପ୍ରସ୍ତୁତ କରାଯାଇପାରିବ ବୋଲି କହିଥିଲେ।

ବର୍ତ୍ତମାନ ଯେଉଁ ସମୟ ରହିଛି ତାକୁ ନୂଆ ବିଚାର ଓ କିଛି ଖାସ ଉଦ୍ଭାବନରେ ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଭବିଷ୍ୟତ ପାଇଁ ବଡ ସ୍ୱପ୍ନ ଏବଂ ସଙ୍କଟ ସମାପ୍ତ ପରେ ଅଭିଳାଷକୁ ଉପରକୁ ନେବା ପାଇଁ ସେ ଏହି ସଙ୍କଟ ସମୟର ବ୍ୟବହାର ପାଇଁ କହିଛନ୍ତି ।

ସଙ୍କଟ ଚାପରେ ଦବିବା ଅପେକ୍ଷା ଆଗାମୀ ଦିନରେ ଭଲ କରିବା ଆଶାରେ ବଞ୍ଚିବା ଶିଖିବା ଦରକାର। ଯାହାକି ନିଜର ଓ ନିଜ ପରିବାର, ଅର୍ଥବ୍ୟବସ୍ଥା ଓ ଦେଶ ପାଇଁ ହିତକର ହେବ । ଏଭଳି କହି କର୍ମଚାରୀଙ୍କ ମନୋବଳ ବଢାଇଛନ୍ତି ଆନନ୍ଦ ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.