ETV Bharat / business

ରାଜ୍ୟ ଶିଳ୍ପନୀତିରେ ସଂଶୋଧନ; ଅକ୍ସିଜେନ ଉତ୍ପାଦନକାରୀ ସଂସ୍ଥାକୁ ପ୍ରୋତ୍ସାହନ ଦେବେ ସରକାର - Odisha Industrial Policy Resolution

ଅକ୍ସିଜେନ ଉତ୍ପାଦନ ବଢାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଧିକ ପଢନ୍ତୁ..

ରାଜ୍ୟ ଶିଳ୍ପନୀତିରେ ସଂଶୋଧନ; ଅକ୍ସିଜେନ ଉତ୍ପାଦନକାରୀ ସଂସ୍ଥାକୁ ପ୍ରୋତ୍ସାହନ ଦେବେ ସରକାର

author img

By

Published : May 12, 2021, 9:41 PM IST

ଭୁବନେଶ୍ବର: କୋଭିଡର ଦ୍ଵିତୀୟ ଲହରୀରେ ଅକ୍ସିଜେନ ଅଭାବଜନିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଅକ୍ସିଜେନ ଉତ୍ପାଦନ ବଢାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଅକ୍ସିଜେନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ଏଥିପାଇଁ ଶିଳ୍ପନୀତି- ୨୦୧୫ରେ ଆବଶ୍ୟକୀୟ ସଂଶୋଧନ କରିଛନ୍ତି ସରକାର । ଅନୁପଯୋଗୀ ତାଲିକାରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ସେହି ତାଲିକାରୁ ବାଦ ଦେଇ ସେଗୁଡ଼ିକୁ ସରକାରୀ ପ୍ରୋତ୍ସାହନ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଫଳରେ ମେଡିକାଲ ଅକ୍ସିଜେନ ଉତ୍ପାଦନକାରୀ ଶିଳ୍ପ ସଂସ୍ଥା, ରିଫିଲିଂ ୟୁନିଟ୍ ଏବଂ ବ୍ୟାଙ୍କର ଆଦି ପ୍ରାଥମିକତା ତାଲିକାରେ ସ୍ଥାନିତ ହୋଇଛନ୍ତି ।

ସରକାରଙ୍କ ଏହି ପଦକ୍ଷେପ ଶିଳ୍ପ ସଂସ୍ଥାଗୁଡ଼ିକୁ ଏ କ୍ଷେତ୍ରରେ ଅଧିକ ଉତ୍ସାହିତ କରିବ । ପ୍ରାଥମିକତା ବର୍ଗର ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ରହିଥିବା ସମସ୍ତ ସୁଯୋଗ ମିଳିବ । ଯେମିତି ରିହାତି ଦରରେ ଜମି, ଷ୍ଟାମ୍ପ ଶୁକ୍ଟ ଛାଡ଼, ବିଦ୍ୟୁତ ଦେୟ ଛାଡ଼, ସିଜିଏସଟି ଭରଣା ଆଦି ସୁବିଧା ପାଇପାରିବେ ଏହି ସଂସ୍ଥା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.