ETV Bharat / business

ଭାରତରେ ଆଗାମୀ 5 ବର୍ଷରେ 7100 କୋଟି ନିବେଶ କରିବ ଆମାଜନ

author img

By

Published : Jan 15, 2020, 5:54 PM IST

କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଆମାଜନ ସିଇଓ ଜେଫ ବୋଜୋସଙ୍କ ବଡ ଘୋଷଣା । ଆସନ୍ତା 5 ବର୍ଷରେ ତାଙ୍କ କମ୍ପାନୀ ଭାରତରେ 1 ବିଲିୟନ ଡଲାର(Rs 7,100 କୋଟି $1 = 71 ଟଙ୍କା) ନିବେଶ କରିବ । ଏଥିସହ ଏକବିଂଶ ଶତାବ୍ଦୀରେ ଭାରତ ପାଇଁ ଏକ ଶତାବ୍ଦୀ ହେବ ବୋଲି ସେ ସଙ୍କେତ ଦେଇଛନ୍ତି ।

amazon to invest 1 billion in india says ceo jeff bezos
ଭାରତରେ ଆଗାମୀ 5 ବର୍ଷରେ 7100 କୋଟି ଟଙ୍କା ନିବେଶ କରିବ ଆମାଜନ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମାଜନ ସିଇଓ ଜେଫ ବୋଜୋସଙ୍କ ବଡ ଘୋଷଣା । କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ (ଏମଏସବି)ଙ୍କ ପାଇଁ ଆସନ୍ତା 5 ବର୍ଷରେ ତାଙ୍କ କମ୍ପାନୀ ଭାରତରେ 1 ବିଲିୟନ ଡଲାର(Rs 7,100 କୋଟି $1 = 71 ଟଙ୍କା) ନିବେଶ କରିବ । ଏଥିସହ 2025 ସୁଦ୍ଧା ଭାରତରୁ 10 ବିଲିୟନ ଡଲାର ସାମଗ୍ରୀର ରପ୍ତାନୀ ହେବ ।

ଏଥିସହ ସେ କହିଛନ୍ତି ଯେ, ଆଗାମୀ ବର୍ଷ ଅର୍ଥାତ ଏକବିଂଶ ଶତାବ୍ଦୀ ଭାରତ ପାଇଁ ଏକ ଶତାବ୍ଦୀ ହେବ । ଭାରତରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଆମାଜନ ଆୟୋଜିତ କରିଥିବା ଏକ କାର୍ଯ୍ୟକ୍ରମରେ ବୋଜସ ଏ ନେଇ ଘୋଷଣା କରିଛନ୍ତି ।

ଏମଏସବିଙ୍କୁ ଡିଜfଟାଲ କରିବା ପାଇଁ ଏଭଳି ଘୋଷଣା କରିଛି କମ୍ପାନୀ । ଏହା ବ୍ୟତିତ କମ୍ପାନୀ ନିଜ ବିଶ୍ବ ପରିଚୟକୁ ଭାରତରେ ତିଆରି ସାମଗ୍ରୀର ରପ୍ତାନାରେ ବ୍ୟବହାର କରିବ ବୋଲି ବୋଜସ କହିଛନ୍ତି ।

‘ମୁଁ ବିଶ୍ବାସ କରେ ଯେ, ଭାରତ ଆସନ୍ତା ବର୍ଷକୁ ଏକ ଶତାବ୍ଦୀ ରୂପେ ମୁଣ୍ଡ ଟେକିବ । ଭାରତରେ ଗତିଶୀଳତା ଓ ଗଣତନ୍ତ୍ର ହେଉଛି ଏହାର ପ୍ରମୁଖ ବିଶେଷତା ।’ ଏହା ବ୍ୟତିତ ବୋଜସ ଆହୁରୀ ବି କହିଛନ୍ତି କି, ଏକବିଂଶ ଶତାବ୍ଦୀରେ ଆମେରିକା ଓ ଭାରତ ମଧ୍ୟରେ ଦ୍ବିପାକ୍ଷୀକ ସମ୍ବନ୍ଧ ସ୍ଥାପନା ହେବ ।

ବୋଜାସ ଏଭଳି ସମୟରେ ଭାରତ ଆସିଛନ୍ତି ଯେ, ଯେବେ ଦେଶର ବ୍ୟବସାୟୀମାନେ ଇକମର୍ସ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟ ବିରୋଧରେ ପ୍ରତିବାଦ କରୁଛନ୍ତି । ଯେଉଁଥିପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ ଏହି 2 କମ୍ପାନୀର ବେପାର କାର୍ଯ୍ୟକୁ ଯାଞ୍ଚ ପାଇଁ ଆଦେଶ ଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.