ETV Bharat / business

5 ବର୍ଷରେ 10 ଲକ୍ଷ ନିଯୁକ୍ତି ଦେବ ଆମାଜନ

author img

By

Published : Jan 17, 2020, 5:50 PM IST

ଭାରତରେ ଟେକ୍ନୋଲୋଜି, ଭିତ୍ତିଭୂମି ଏବଂ ଲଜେଷ୍ଟିକ ନେଟୱର୍କରେ ନିବେଶ କରିବ ଇ-ବାଣିଜ୍ୟ କମ୍ପାନୀ ଆମାଜନ । ଏହା ମାଧ୍ୟମରେ ଆସନ୍ତା 5 ବର୍ଷରେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ ରଖିଛି କମ୍ପାନୀ।

amazon to create one million jobs in india by 2025
5 ବର୍ଷରେ 10 ଲକ୍ଷ ନିଯୁକ୍ତି ଦେବ ଆମାଜନ

ନୂଆଦିଲ୍ଲୀ: ଭାରତରେ ଟେକ୍ନୋଲୋଜି, ଭିତ୍ତିଭୂମି ଏବଂ ଲଜେଷ୍ଟିକ ନେଟୱର୍କରେ ନିବେଶ କରିବ ଇ-ବାଣିଜ୍ୟ କମ୍ପାନୀ ଆମାଜନ । ଏହା ମାଧ୍ୟମରେ ଆସନ୍ତା 5 ବର୍ଷରେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ଯ ରଖିଛି କମ୍ପାନୀ। ଶୁକ୍ରବାର ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

କମ୍ପାନୀ କହିଛି ଯେ, ଏହି ରୋଜଗାର ଗତ 6 ବର୍ଷରେ ହୋଇଥିବା ନିବେଶରୁ ସୃଷ୍ଟି 7ଲକ୍ଷରୁ ଉର୍ଦ୍ଧ୍ବ ନିଯୁକ୍ତିକୁ ସ୍ବତନ୍ତ୍ର ହେବ । ସେହିପରି ଏଥିରେ ଉଭଯ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସାମିଲ ରହିବ । ତେବେ ଏହା ଦ୍ବାରା ଟେକ୍ନୋଲୋଜି, ଦକ୍ଷତା ବିକାଶ, ମନୋରଞ୍ଜନ ସାମଗ୍ରୀ ନିର୍ମାଣ, ଖୁଚୁରା, ଲଜେଷ୍ଟିକ ଓ ବିନିର୍ମାଣ ଆଦି କ୍ଷେତ୍ରରେ ବହୁ ନିଯୁକ୍ତି ସୃଷ୍ଟି ହେବ ।

ଏପଟେ ଭାରତ ଗସ୍ତରେ ଆସି ବୁଧବାର ଆମାଜନର ସିଇଓ ଜେଫ ବୋଜେସ ମଧ୍ୟ ଦେଶରେ 7 ହଜାର କୋଟିରୁ ଉର୍ଦ୍ଧ୍ବ ନିବେଶ ପାଇଁ ଘୋଷଣା କରିଛନ୍ତି । ଯେପରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଅନଲାଇନ ପ୍ଲାର୍ଟଫର୍ମକୁ ଆଣିବାରେ ସାହାଯ୍ୟ ହେବ । ଏଥିସହ କମ୍ପାନୀ 2025 ସୁଦ୍ଧା ଭାରତରୁ 10 ଅରବ ଡଲାର ସାମଗ୍ରୀ ରପ୍ତାନୀ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି ।

ବୋଜୋସ କହିଛନ୍ତି ଯେ, ଆମ କର୍ମଚାରୀଙ୍କ ଠାରୁ ଅଦ୍ଭୁଦପୂର୍ବ ଯୋଗଦାନ ମିଳିଛି । ଏଥିସହ ଆମ ସହ ଜଡିତ କ୍ଷୁଦ୍ର କାରବାରୀଙ୍କ ଅସଧାରଣ ଦକ୍ଷତା ଓ କୌଶଳ ଦେଖିଛୁ । ଗ୍ରାହକଙ୍କ ଅଦ୍ଭୁଦପୂର୍ବ ସହଯୋଗ ମଧ୍ୟ ଆମକୁ ମିଳିଛି । ଆଉ ଏବେ ଆଗକୁ କଣ ହେବେ ତାହା ପାଇଁ ଏକ୍ସାଇଟେଡ ରହିଛୁ ।

ତେବେ ଭାରତରେ କୌଶଳ ବିକାଶକୁ ପ୍ରାଥମିକତା ଦିଆଯାଇଛି । ଏହା ମାଧ୍ୟମରେ 2022 ସୁଦ୍ଧା ସହର-ଗ୍ରାମୀଣ କ୍ଷେତ୍ରରେ 40 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରଶିକ୍ଷଣ ଦେବା ସାମିଲ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.