ETV Bharat / business

ମାତ୍ର 89 ରେ ଆମାଜନର ପ୍ରାଇମ ଭିଡିଓ ପ୍ଲାନ ଆରମ୍ଭ - ଆମାଜନର ପ୍ରାଇମ ଭିଡିଓ

ଭାରତରେ ଆମାଜନ ଆରମ୍ଭ କଲା ପ୍ରାଇମ ଭିଡିଓ ମୋବାଇଲ ଏଡିସନ । ଏଥିପାଇଁ କମ୍ପାନୀ ଭାରତୀ ଏୟାରଟେଲ ସହ ହାତ ମିଳାଇଛି । ଏହି ଅଫର ପାଇବାରେ ଭାରତ ପ୍ରଥମ ବୋଲି ଆମାଜନ ଦର୍ଶାଇଛି । ଜାଣନ୍ତୁ କିପରି ଏହାର ବ୍ୟବହାର ସହ ସାଇନଅପର 30 ଦିନ ଯାଏଁ ମାଗଣାରେ ଟ୍ରାୟଲ ଲାଭ ନେଇପାରିବେ । ଅଧିକ ପଢନ୍ତୁ..

ମାତ୍ର 89 ରେ ଆମାଜନର ପ୍ରାଇମ ଭିଡିଓ ପ୍ଲାନ ଆରମ୍ଭ

author img

By

Published : Jan 13, 2021, 5:31 PM IST

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଚ୍ଚ-ଗୁଣାତ୍ମକ ମନୋରଞ୍ଜନର ପ୍ରବେଶ ବଢାଇବାକୁ ପ୍ରୟାସକୁ ତ୍ୱରାନ୍ୱିତ କରିଛି ଆମାଜନ । ଏହି କ୍ରମରେ ବୁଧବାର କମ୍ପାନୀ ପ୍ରାଇମ ଭିଡିଓ ମୋବାଇଲ୍ ସଂସ୍କରଣ - ଏକ ବା ସିଙ୍ଗଲ ମୋବାଇଲ୍ ଯୋଜନା ମାତ୍ର 89 ଟଙ୍କା ଦାମରେ ପ୍ରାରମ୍ଭିକ ମୂଲ୍ୟରେ ଆରମ୍ଭ କରିଛି । ପ୍ରାଇମ୍ ଭିଡିଓ ମୋବାଇଲ୍ ସଂସ୍କରଣ କେବଳ ସିଙ୍ଗଲ -ୟୁଜର ମୋବାଇଲ୍ ସ୍କିମ ଅଟେ । ଯାହା ଗ୍ରାହକଙ୍କୁ SD ଗୁଣବତ୍ତା ଷ୍ଟ୍ରିମିଂ ଯୋଗାଇଥାଏ । ଏହା କୁ ଖାସ କରି ଭାରତ ପରି ଦେଶ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି ।

ପ୍ରାଇମ ଭିଡିଓ ମୋବାଇଲ ସଂସ୍କରଣର ପ୍ରଥମ ରୋଲ-ଆଉଟ ପାଇଁ ଆମାଜନ ଭାରତର ପ୍ରମୁଖ ଟେଲିକମ କମ୍ପାନୀ ଏୟାରଟେଲ ସହ ସହଯୋଗ କରିଛି ।

ଆମାଜନ ପ୍ରାଇମ ଭିଡିଓ ୱାଲ୍ଡୱାଇଡର ଭାଇସ ପ୍ରେସିଡେଣ୍ଟ ଜେ. ମରିନ କହିଛନ୍ତି କି, ‘‘ଦେଶରେ ହାଇ ମୋବାଇଲ ବ୍ରଡବ୍ୟାଣ୍ଡ ପ୍ରବେଶକୁ ଦୃଷ୍ଟିରେ ରଖି ମୋବାଇଲ ଫୋନ ସବୁଠୁ ଅଧିକ ଉପଯୋଗ କରାଯାଉଥିବା ଷ୍ଟ୍ରିମିଙ୍ଗ ଉପକରଣ ମଧ୍ୟରେ ଅନ୍ୟତମ ପାଲଟିଛି । ପ୍ରାଇମ ଭିଡିଓ ମୋବାଇଲ ସଂସ୍କରଣର ଲଞ୍ଚ ସହ ଆମେ ଆମର ଅନନ୍ୟ ଓ ମୂଳ ସାମଗ୍ରୀ ସହ ପ୍ରତି ଭାରତୀୟଙ୍କ ମନୋରଞ୍ଜନ ପାଇଁ ତତ୍ପର ଅଛୁ ।

ଭାରତରେ ପ୍ରାଇମ ଭିଡିଓ ମୋବାଇଲ ସଂସ୍କରଣ ଲଞ୍ଚ ଭାବେ ପ୍ରି-ପେଡ ପ୍ୟାକ ଉପରେ ସମସ୍ତ ଏୟାରେଟ ଗ୍ରାହକ କେବଳ ନିଜର ମୋବାଇଲ ନମ୍ବରର ବ୍ୟବହାର କରି ଏୟାରଟେଲ ଥ୍ୟାଙ୍କ୍ସ ଆପରୁ ଆମାଜନରେ ସାଇନଅପ କରିବେ । ଏହା ପରେ 30 ଦିନ ଯାଏଁ ନିଶୁଳ୍କ ଟ୍ରାୟଲ ଲାଭ ଉଠାଇପାରିବେ ।

ନିଶୁଳ୍କ 30 ଦିନର ଟ୍ରାୟଲ ପରେ ଏୟାରଟେଲ ଗ୍ରାହକ ପ୍ରିପେଡ ରିଚାର୍ଜ ମାଧ୍ୟମରେ ପ୍ରାଇମ ଭିଡିଓ ରିଚାର୍ଜ କରି ପ୍ରାଇମ ଭିଡିଓ ମୋବାଇଲ ଏଜଡିଶନର ଆନନ୍ଦ ନେବା ଜାରି ରଖିପାରିବେ । ଏଥିରେ 6 ଜିବି ଡାଟା ସହ 28 ଦିନର ପ୍ରାଇମ ଭିଡିଓ ମୋବାଇଲ ଏଡିଶନ ପାଇବା ପାଇଁ 89 ଟଙ୍କାର ପ୍ରସ୍ତାବ ରିଚାର୍ଜ କିମ୍ବା 28 ଦିନର ବୈଧତା ରହିଥିବା 299 ଟଙ୍କାର ପ୍ୟାକ ଚୟନ କରୁନ୍ତୁ , ଯେଉଁଥିରେ ଅସମୀତି କଲ ସହ ପ୍ରାଇମ ଭିଡିଓ ମୋବାଇଲ ଏଡିଶନ ପ୍ରତି ଦିନ 1.5 ଜିବିର ଡାଟା ଆକ୍ସେସ ସାମିଲ ଅଛି ।

ମଲ୍ଟି -ୟୁଜସ ଆକ୍ସେସ , ସ୍ମାର୍ଟ ଟିଭି ସମେତ ସମସ୍ତ ଡିଭାଇସରେ ଷ୍ଟ୍ରିମଙ୍ଗ ଓ ଏଚଡି-ୟୁଏଚଡିରେ କଣ୍ଟେଟର ଆନନ୍ଦ ନେବା କ୍ଷମତା , ପ୍ରାଇମ ମ୍ୟୁଜିକ ସହ ଆଡ ଫ୍ରି ମ୍ୟୁଜିକ ସମେତ ସମସ୍ତ ପ୍ରାଇମ ବେନିଫିଟସ ଆମାଜନରେ ଫ୍ରି ଫାଷ୍ଟ ଡେଲିଭରି ସହିତ ସମ୍ପୂର୍ଣ୍ଣ ଭିଡିଓ ଅନୁଭବ , ପ୍ରାଇମ ରିଡିଙ୍ଗ ଓ ଅନ୍ୟ ପ୍ରାଇମ ଲାଭ ପାଇଁ 30 ଦିନର ଆମାଜମ ପ୍ରାଇମ ସଦସ୍ୟତା ସହ 131 ଟଙ୍କାର ରିଚାର୍ଜ କରିବାକୁ ଅପ୍ସନ ରହିଛି । କିମ୍ବା ପୁଣି 28 ଦିନର ବୈଧତା ଥିବା 349 ଟଙ୍କାର ପ୍ୟାକ ସହ ରିଚାର୍ଜ କରନ୍ତୁ । ଯେଉଁଥିରେ ଅସିମୀତ କଲ ସହ ଆମାଜନ ପ୍ରାଇମ ମେମ୍ବରସିପ ପ୍ରତିଦିନ 2 ଜିବି ଡାଟା ଆକ୍ସେସ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.