ETV Bharat / business

ପାର୍ବଣ ପୂର୍ବରୁ 1 ଲକ୍ଷରୁ ଅଧିକ ନିଯୁ୍କ୍ତି ସୃଷ୍ଟି କଲା ଆମାଜନ

କୋରୋନା କଟକଣା ଯୋଗୁଁ ଲୋକ ଘରେ ରହି ସପିଂ କରୁଥିବା ବେଳେ ଏହାକୁ ଆହୁରୀ ସରଳ କରିବା ପାଇଁ ଆମାଜନ ସୃଷ୍ଟି କରିଛି ଅଧିକ ନିଯୁକ୍ତି । ପାର୍ବଣ ଋତୁ ପୂର୍ବରୁ ଆମଜାନ 1 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛି । ଅଧିକ ପଢନ୍ତୁ...

ପାର୍ବଣ ପୂର୍ବରୁ 1 ଲକ୍ଷରୁ ଅଧିକ ନିଯୁ୍କ୍ତି ସୃଷ୍ଟି କଲା ଆମାଜନ
ପାର୍ବଣ ପୂର୍ବରୁ 1 ଲକ୍ଷରୁ ଅଧିକ ନିଯୁ୍କ୍ତି ସୃଷ୍ଟି କଲା ଆମାଜନ
author img

By

Published : Sep 30, 2020, 7:56 PM IST

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ସମଗ୍ର ଦେଶରେ ଆମାଜନ ଇଣ୍ଡିଆ 1 ଲକ୍ଷରୁ ଅଧିକ ସିଜନାଲ (ଋତୁକାଳୀନ) ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ବୁଧବାର ଏ ନେଇ କମ୍ପାନୀ ଜଣାଇଛି ।

ଏକ ବିବୃତ୍ତି ଜାରି କରି କମ୍ପାନୀ କହିଛି କି ନୂଆ ସହଯୋଗୀ ଆମାଜନର ସହଯୋଗୀଙ୍କ ବର୍ତ୍ତମାନ ନେଟୱର୍କ ସହ ଯୋଡିହେବ । ଏଥିସହ ଗ୍ରାହକଙ୍କ ଅର୍ଡର ନେବା, ପ୍ୟାକିଂ, ସିପିଙ୍ଗ ଓ ସୁରକ୍ଷିତ ଡେଲିଭରି ପାଇଁ ସେମାନେ ସହଯୋଗ କରିବେ ।

ନୂଆ ସିଜନାଲ ନିଯୁକ୍ତି କମ୍ପାନୀର ଡେଲିଭରି ଅନୁଭବକୁ ବଢାଇବାରେ ସହଯୋଗ କରିବ । ଏଥିସହ ଏହି ପାର୍ବଣ ସିଜିନରେ ଗ୍ରାହକଙ୍କ ଚାହିଦାକୁ ପୂରା କରିବା ପାଇଁ କମ୍ପାନୀ ଯୋଗାଣ ଓ ଡେଲିଭରି କ୍ଷମତାକୁ ପ୍ରୋତ୍ସାହନ ମିଳିବ ।

ତେବେ ଏହି ଅବଧି ମଧ୍ୟରେ ବର୍ଦ୍ଧିତ ଚାହିଦାକୁ ସମର୍ଥନ କରିବା ପାଇଁ କମ୍ପାନୀ ନିଜ ସହଯୋଗୀ ନେଟୱର୍କ ମାଧ୍ୟମରେ ଏହାର ଟ୍ରାକିଂ , ପାର୍ଟନର୍ସ, ପ୍ୟାକେଜିଂ ଭେଣ୍ଡର, ଆଇ ହାଭ ସ୍ପେଶ, ଡେଲିଭରି ପାର୍ଟନର୍ସ , ଆମାଜନ ଫ୍ଲେକ୍ସ ପାର୍ଟନର ହାଉସ୍କିପିଂ ଏଜେନ୍ସିରେ ହଜାର ହଜାର ପରୋକ୍ଷ ଅବସର ମଧ୍ୟ ସୃଷ୍ଟି କରିବ ।

ତେବେ କମ୍ପାନୀ କହିଛି କି ଏହି ନୂଆ ଘୋଷଣା, ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ସଂରଞ୍ଚନା ଏବଂ ଏହାର ଲଜିଷ୍ଟିକ ନେଟୱର୍କରେ ନିରନ୍ତର ନିବେଶ ମାଧ୍ୟମରେ 2025 ସୁଦ୍ଧା ଭାରତରେ 10 ଲକ୍ଷ ନୂଆ ରୋଜଗାର ଅବସର ସୃଷ୍ଟି ସୁନିଶ୍ଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.