ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଆସିବେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ । ଏହି ସମୟରେ ସେ ଉଦ୍ୟୋଗ ଜଗତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି ।
ଇ-କମର୍ସ କମ୍ପାନୀ ଆମାଜନ ଭାରତରେ ଭଲ ପ୍ରଫିଟ କମାଇବା ସହ ଦ୍ରୁତ ଗତିରେ ବୃଦ୍ଧି ଦେଖେଇଛି । ଏଥିସହ ଦେଶରେ ବେପାରୀଙ୍କ, ବିରୋଧର ମଧ୍ୟ ସାମ୍ନା କରିଛି । ଏଫଡିଆଇ ନିୟମ ଉଲଙ୍ଘନ କରି ଆମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀ ଭାରୀ ରିହାତି ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । ଫଳରେ ଘରୋଇ ବଜାରରେ ବିକ୍ରି କମୁଛି ବୋଲି ଅଭିଯୋଗ ହୋଇଛି।
ଗତ ବର୍ଷ ସରକାର ବିଦେଶୀ ନିବେଶ ସହ ଇ-କମର୍ସ ମାର୍କେଟପ୍ଲେସ ପାଇଁ ନିୟମ କଡା କରିଦେଇଛନ୍ତି । ଏହି ନିୟମ ଯୋଗୁଁ ଏପରି ଏକ ପ୍ଲାର୍ଟଫର୍ମ ବିକ୍ରେତାଙ୍କ ଉତ୍ପାଦକୁ ଆଗକୁ ଆଣୁନି, ଯେଉଁମାନେ ଏକ ଅଂଶଧନକୁ ରଖୁଛନ୍ତି । ସେହିପରି ବେଜୋସ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା କରିପାରନ୍ତି ।