ETV Bharat / business

ଆସୁଛି ପାର୍ବଣ, Great Indian Festival ସେଲ ତାରିଖ ଘୋଷଣା କଲା Amazon

author img

By

Published : Sep 26, 2021, 8:30 PM IST

ଫେଷ୍ଟିଭ ସିଜନ ବା ଉତ୍ସବ ଋତୁ ପାଇଁ Great Indian Festival ସେଲ ତାରିଖ ଘୋଷଣା କରିଛି ଅନଲାଇନ ପ୍ଲାଟଫର୍ମ ଆମାଜନ । ଜାଣନ୍ତୁ କେବେ ଠୁ ଆରମ୍ଭ ଏହି ସେଲ...

Great Indian Festival ସେଲ ତାରିଖ ଘୋଷଣା କଲା Amazon, ଜାଣନ୍ତୁ କେବେ ?

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ଫେଷ୍ଟିଭ ସିଜିନ । ଏଥିଲାଗି ଅନଲାଇନ ସପିଂ ପ୍ଲାଟଫର୍ମ ନିଜର ଗ୍ରେଟ ଇଣ୍ଡିଆନ ଫେଷ୍ଟିଭ ସେଲ ଆରମ୍ଭ କରିଛି । ଫ୍ଲିପକାର୍ଟ ଫେଷ୍ଟିଭ ଡେ' ସେଲ ତାରିଖ ଘୋଷଣା କରିବା ପରେ ଆମାଜନ ମଧ୍ୟ ଏହାର ଗ୍ରେଟ ସେଲର ତାରିଖ ଘୋଷଣା କରିଛି । ତେବେ ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ଆମାଜନ ଏହାର ସେଲ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି ।

ଭାରତର ୨ଟି ଲୋକପ୍ରିୟ ଅନଲାଇନ ପ୍ଲାଟଫର୍ମ ଫ୍ଲିପକାର୍ଟ ଓ ଆମାଜନ ମଧ୍ୟରେ ଏହି ସେଲକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳେ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଉଭୟଙ୍କ ମଧ୍ୟରେ ସେଲକୁ ନେଇ କଡା ଟକ୍କର ହେବ ବୋଲି ଆଶା କରାଯାଉଛି । ଉଭୟ ନିଜ ଗ୍ରାହକଙ୍କୁ ଭଲ ଅଫର ଦେଇ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି । ଫ୍ଲିପକାର୍ଟ ୮ ଦିନ ପାଇଁ ଦି ବିଗ ବିଲିୟନ ଡେଜ(TBBD) ଇଭେଣ୍ଟ ରଖିଥିବା ବେଳେ ଆମାଜନ ଗୋଟିଏ ମାସ ପାଇଁ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭ ସେଲ ଗ୍ରାହକଙ୍କ ପାଇଁ ରଖିଛି ।

ତେବେ ଗ୍ରାହକଙ୍କ ବିଶ୍ବାସ ଓ କିଣିବା ପାଇଁ ଆଗ୍ରହ ଆମାଜନର ପ୍ରଥମ ପ୍ରାଥମିକତା ବୋଲି ଆମାଜନର ମୁଖପାତ୍ର କହିଛନ୍ତି । ଏହି ଫେଷ୍ଟିଭ ସିଜିନ ମାଧ୍ୟମରେ ଅଭିନବ ଜିନିଷ ପାର୍ଟନର, ଛୋଟ ବ୍ୟବସାୟ ଓ ଗ୍ରାହକଙ୍କୁ ଭେଟିଦେବେ ବୋଲି କହିଛନ୍ତି । ଆସନ୍ତା ଅକ୍ଟୋବର ୩ ତାରିଖଠାରୁ ଏହି ସେଲ ଗ୍ରାହକଙ୍କ ପାଇଁ ଆରମ୍ଭ ହେବାକୁ ଥିବା ବେଳେ ପ୍ରାଇମ ମେମ୍ବର କିଛି ଦିନ ଆଗରୁ ଏହି ସୁବିଧା ପାଇବେ ବୋଲି ମୁଖପାତ୍ର କହିଛନ୍ତି ।

ମଙ୍ଗଳବାର ଫ୍ଲିପକାର୍ଟ ନିଜର ୮ ଦିନିଆ ଗ୍ରେଟ ସେଲ ସମ୍ପର୍କରେ ଘୋଷଣା କରିଥିଲା । ଆସନ୍ତା ଅକ୍ଟୋବର ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ସେଲ ଚାଲିବ । ପୂର୍ବରୁ ଦୁଇ କମ୍ପାନୀ ଉତ୍ସବ ଋତୁରେ ସେମାନଙ୍କର ବିକ୍ରୟ ଇଭେଣ୍ଟ ସହିତ ଲଗାତାର ଭାବେ ବିଭିନ୍ନ ସହଭାଗୀତା ମାଧ୍ୟମରେ EMI ଅଫର ଦେଇଥାନ୍ତି । ଏହାସହିତ ମହତ୍ବପୂର୍ଣ୍ଣ କାରବାର, ନୂତନ ଲଞ୍ଚ ଏବଂ ଆକର୍ଷଣୀୟ ସୁଲଭତା ବିକଳ୍ପ ମଧ୍ୟ ପ୍ରଦାନ କରନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.