ETV Bharat / business

ଆପକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଦର୍ଶାଇଲା ଗୁଗଲ ପେ, ଟଙ୍କା ଟ୍ରାଞ୍ଜାକ୍ସନରେ ନାହିଁ ବିପଦ - Google Pay

ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ ପେମେଣ୍ଟସ କର୍ପୋସନ ଅଫ ଇଣ୍ଡିଆ(ଏନପିସିଆଇ) ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟା ଦ୍ବାରା ଗୁଗଲ ପେ ପ୍ଲାଟଫର୍ମରେ ଟଙ୍କା ଟ୍ରାଞ୍ଜାକ୍ସନ ହେଉଛି । କମ୍ପାନୀ ଏନେଇ ସ୍ପଷ୍ଟୀକରଣ ଦେଇଛି । ଅଧିକ ପଢନ୍ତୁ..

ଆରବିଆଇ ଓ NPCI ଗାଇଡଲାଇନ ଅଧିନରେ ଗୁଗୁଲ ପେ
ଆରବିଆଇ ଓ NPCI ଗାଇଡଲାଇନ ଅଧିନରେ ଗୁଗୁଲ ପେ
author img

By

Published : Jun 25, 2020, 4:00 PM IST

ନୂଆଦିଲ୍ଲୀ: ଗୁଗଲ ପେ ରେ ଟଙ୍କା ନେଣଦେଣ ନେଇ କୌଣସି ବିପଦ ନାହିଁ । ଏହି ଆପ ସମ୍ପୂର୍ଣ୍ଣ ସୁରକ୍ଷିତ । ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ ପେମେଣ୍ଟସ କର୍ପୋସନ ଅଫ ଇଣ୍ଡିଆ(ଏନପିସିଆଇ) ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟା ଦ୍ବାରା ଏହି ପ୍ଲାଟଫର୍ମରେ ଟଙ୍କା ଟ୍ରାଞ୍ଜାକ୍ସନ ହେଉଛି । କମ୍ପାନୀ ଏନେଇ ସ୍ପଷ୍ଟୀକରଣ ଦେଇଛି ।

ଗୁଗଲ ପେ ଏଭଳି ଷ୍ଟେଟମେଣ୍ଟର କାରଣ ହେଉଛି, ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କ ଗୁଗଲ ପେରେ ଟଙ୍କା ଟ୍ରାନ୍ସଫର ବେଳେ ଆସୁଥିବା ସମସ୍ୟା, ଆଇନ ଅନୁଯାୟୀ ସମାଧାନ ହୋଇପାରିବ ନାହିଁ । କାରଣ ଏହା ଆପ ଅନଧିକୃତ (unauthorised)। ଏନେଇ ଲୋକଙ୍କ ଦ୍ବନ୍ଦ ଦୂର କରି ଦେଇଛି ।

କମ୍ପାନୀର ମୁଖପାତ୍ର କହିଛନ୍ତି କି , ଗୁଗଲ ପେ ପ୍ଲାଟଫର୍ମକୁ ନେଇ ତେଜିଥିବା ଏହି ଚର୍ଚ୍ଚା ମିଥ୍ୟା ଅଟେ । ଏ ନେଇ NPCIର ୱେବସାଇଟରେ ଯାଞ୍ଚ କରି ସତ୍ୟତା ଜାଣିହେବ । ଏଥିସହ କମ୍ପାନୀର ମୁଖପାତ୍ର କହିଛନ୍ତି କି ଆରବିଆଇ ଏ ନେଇ କୌଣସି ବିଷୟ ଦିଲ୍ଲୀ ହାଇକୋର୍ଟ ଶୁଣାଣିରେ ମଧ୍ୟ କହିନାହାଁନ୍ତି ।

ଚଳିତ ମାସର ଆରମ୍ଭରେ ଆରବିଆଇ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି କି ଗୁଗଲ ପେ ଏକ ତୃତୀୟ ପକ୍ଷ ଆପ ପ୍ରଦାନକାରୀ । ଏହା କୌଣସି ପେମେଣ୍ଟ ପ୍ରଣାଳୀକୁ ସଞ୍ଚାଳିତ କରେ ନାହିଁ । ଏଥିଯୋଗୁଁ ଏହାର ସଞ୍ଚାଳନ( operations ) 2007ର ପେମେଣ୍ଟ ଏବଂ ସେଟେଲମେଣ୍ଟ ପ୍ରଣାଳୀ ଆକ୍ଟର ଉଲ୍ଲଙ୍ଘନ କରୁନାହିଁ ବୋଲି ଆରବିଆଇ, ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ପ୍ରତୀକ ଜାଲାନଙ୍କ ଖଣ୍ଡପୀଠଙ୍କୁ କହିଛି ।

ଗୁଗଲ ପେ ସମ୍ପୂର୍ଣ୍ଣ ରୂପେ ଆଇନ ଅଧିନରେ ଆସୁଛି । ଗୁଗୁଲ ପେ ପାର୍ଟନର ବ୍ୟାଙ୍କକୁ UPI ମାଧ୍ୟମରେ ପେମେଣ୍ଟ କରିବା ପାଇଁ ଏକ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାଦ ରୂପରେ କାମ କରିଥାଏ ।ଦେଶରେ UPI ଆପ୍ ହେଉଛି ଏକ 'ତୃତୀୟ ପକ୍ଷ ଆପ୍' ଏବଂ ଏହାକୁ ପେମେଣ୍ଟ ସିଷ୍ଟମ୍ ଅପରେଟର ହେବାକୁ ପଡିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.