ETV Bharat / business

ଚୀନ କମ୍ପାନୀ ବିନା ଏୟାରଟେଲ, ଭୋଡା-ଆଇଡିଆ କରିବେ 5ଜି ଟ୍ରାଏଲ

ଦେଶରେ ଚୀନ ବିରୋଧରେ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ପରେ ଚୀନ କମ୍ପାନୀକୁ ସବୁ ପ୍ରକଳ୍ପରୁ ବାଦ ଦିଆଯାଉଛି । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଚୀନ ଟେକ୍ନୋଲୋଜିକୁ ବିରୋଧ କରାଯାଇଛି । ଏବେ ଭାରତୀୟ ଟେଲିକମ କମ୍ପାନୀ ମଧ୍ୟ ବିନା ଚୀନ କମ୍ପାନୀ ସହଯୋଗରେ 5ଜି ପରୀକ୍ଷଣ ପାଇଁ ଆବେଦନ କରିପାରନ୍ତି । ଅଧିକ ପଢନ୍ତୁ..

ଚୀନ କମ୍ପାନୀ ବିନା ଏୟାରଟେଲ , ଭୋଡା-ଆଇଡିଆ କରିବେ 5ଜି ଟ୍ରାଏଲ

author img

By

Published : Aug 20, 2020, 1:25 PM IST

ନୂଆଦିଲ୍ଲୀ: ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ 5ଜି ପରୀକ୍ଷଣ ପାଇଁ ସ୍ପେକ୍ଟ୍ରମ ଦାବି କରି ଏଭଳି ଅତିରିକ୍ତ ଆବେଦନ ଦାଖଲ କରିପାରନ୍ତି । ଯେଉଁଥିରେ ହୁୱାଇ, ଜେଡଟିଇ ଭଳି ଚୀନ କମ୍ପାନୀ ସାମିଲ ହେବେ ନାହିଁ ।

କୌଣସି ପ୍ରକଳ୍ପ , ଯୋଜନାରେ ଚୀନ କମ୍ପାନୀଙ୍କୁ ଯୋଡିବା ଦ୍ବାରା ସରକାର ନାଖୁସ ଥିବା ନେଇ ଦେଖିବା ପରେ କମ୍ପାନୀ ଏ ନେଇ ବିଚାର କରୁଛି ।

ଏହି ଘଟଣା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି କି, ‘‘ ଭାରତୀ ଏୟାରଟେଲ କହିଛନ୍ତି କି ଏହା 5ଜି ଟ୍ରାଏଲ ପାଇଁ ଏକ ଅତିରିକ୍ତ ଆବେଦନ କରିବ । ଯେଉଁଥିରେ ଚୀନର ବିକ୍ରେତା ହୁୱାଇ ଓ ଜେଡଟିଇ କମ୍ପାନୀର ସହଭାଗୀତା ଭାବେ ରହିବେ ନାହିଁ । ଭୋଡାଫୋନ୍ ଆଇଡିଆ ମଧ୍ୟ ଏହା କରିବ ବୋଲି ଆଶା କରାଯାଉଛି।’’

ଭାରତୀ ଏୟାରଟେଲ , ଭୋଡାଫୋନ ଆଇଡିଆ , ହୱାଇ ଓ ଜେଡଟିଇ ଏହି ପ୍ରସଙ୍ଗରେ ପଠାଯାଇଥିବା ଇ-ମେଲ ପ୍ରଶ୍ନର ଉତ୍ତର ଦେଇ ନାହିଁ। ଭାରତ ଏୟାରଟେଲ ହୁଆୱାଇକୁ ବେଙ୍ଗାଲୁରୁରେ ଏବଂ ଜେଡଟିଇକୁ କୋଲକତାରେ 5 ଜି ପରୀକ୍ଷଣ ପାଇଁ ନିଜର ଭାଗୀଦାର କରିଥିଲା ।

ଦେଶରେ ଚୀନ ବିରୋଧରେ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ପରେ ଚୀନ କମ୍ପାନୀକୁ ସବୁ ପ୍ରକଳ୍ପରୁ ବାଦ ଦିଆଯାଉଛି । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଚୀନ ଟେକ୍ନୋଲୋଜିକୁ ବିରୋଧ କରାଯାଇଛି । ପୂର୍ବରୁ ମଧ୍ୟ 5 ଜି ଦୌଡରେ ହୁୱାଇ ଏବଂ ଜେଡଟିଇକୁ ଭାରତରେ ନିଷିଦ୍ଧ ପାଇଁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.