ETV Bharat / business

ଭାରତରେ ସ୍ପିଡ 5 ଜି ପାଇଁ ହାତ ମିଳାଇଲେ ଏହି 2 ପ୍ରମୁଖ କମ୍ପାନୀ - ଟେଲିକମ ପ୍ରମୁଖ କମ୍ପାନୀ

ଭାରତରେ ସ୍ପିଡ 5 ଜି ସେବା ପ୍ରଦାନ ପାଇଁ ଟେଲିକମ ପ୍ରମୁଖ 2 କମ୍ପାନୀ ହାତ ମିଳାଇଛନ୍ତି । ଏହି 2 କମ୍ପାନୀଙ୍କ ମିଳିତ ଉଦ୍ୟମରେ ଦେଶବାସୀଙ୍କୁ ମିଳିବ ହାଇସ୍ପିଡ 5ଜି ନେଟୱର୍କ । ଅଧିକ ପଢନ୍ତୁ..

ଭାରତରେ ସ୍ପିଜ 5 ଜି ପାଇଁ ହାତ ମିଳାଇଲେ  ଏହି 2 ପ୍ରମୁଖ କମ୍ପାନୀ

author img

By

Published : Feb 23, 2021, 3:48 PM IST

ନୂଆଦିଲ୍ଲୀ: ଦେଶରେ 5ଜି ସେବାକୁ ତ୍ବରାନ୍ବିତ ପାଇଁ ହାତ ମିଳାଇଲେ 2 ବଡ ପ୍ରମୁଖ ଟେଲିକମ କମ୍ପାନୀ । ଟେଲିକମ ପ୍ରମୁଖ ଭାରତୀ ଏୟାରଟେଲ ଏବଂ କ୍ବାଲକମ (Qualcomm) ଟେକ୍ନୋଲୋଜି ହାତ ମିଳାଇଛନ୍ତି । ଏହି 2 କମ୍ପାନୀଙ୍କ ସହଭାଗାତା ଭାରତରେ ଦ୍ରୁତ 5ଜି ସେବା ପ୍ରଦାନ ପାଇଁ ଏହି 2 କମ୍ପାନୀଙ୍କ ସହଭାଗିତା । ମଙ୍ଗଳବାର ଉଭୟ କମ୍ପାନୀ ଏ ନେଇ ବଜାର ନିୟାମକକୁ ପଠାଇଥିବା ଏକ ରିପୋର୍ଟରେ ସୂଚନା ଦେଇଛନ୍ତି ।

ଏୟାରଟେଲ ଓ କ୍ବାଲକମ ସୁଯୁକ୍ତ ରୂପରେ 5ଜି ଫିକ୍ସଡ ୱାଇରଲେସ ଆକ୍ସେସ ନେଟୱର୍କ ବିକଶିତ କରିବା ପାଇଁ ମଧ୍ୟ କାମ କରିବେ । ଏହା ପରେ ଘରର ଇଣ୍ଟରନେଟ ନେଟୱର୍କକୁ ଅପଗ୍ରେଡ କରାଯିବ । ଏଥିରେ ବର୍ତ୍ତମାନ ବ୍ରଣ୍ଡବ୍ୟାଣ୍ଡ ଇନଫ୍ରାଷ୍ଟକ୍ଚରକୁ ଅପଗ୍ରେଗ କରି ଗୀଗାବିଟ କ୍ଲାସ ହୋମ ୱାଇ-ଫାଇ ନେଟୱର୍କ ପ୍ରଦାନ କରାଯିବ ।

ଘରେ ଘରେ ଦ୍ରୁତ ଇଣ୍ଟରନେଟ ପ୍ରଦାନରେ ଏୟାରଟେଲ ଆଗୁଆ ରହିବ । ଏହି ସେବା ନୂଆ 5ଜି ନେଟୱର୍କରେ ବିଚ୍ଛିନ୍ନାଞ୍ଚଳର ଇଣ୍ଟରନେଟ କନେକ୍ଟିଭ ସେବାକୁ ଅପଗ୍ରେଡ କରିବାରେ ସାହାଯ୍ୟ କରିବ ।

ଏୟାରଟେଲ ନିକଟରେ ହାଇଦ୍ରାବାଦ ସହରରେ 5ଜିର ଏକ ଲାଇଭ କମର୍ସିଆଲ ନେଟୱର୍କ ପ୍ରଦର୍ଶିତ କରିଥିଲା । ଏଭଳି ପରୀକ୍ଷଣ ସହ ଏୟାର ଦେଶର ପ୍ରଥମ କମ୍ପାନୀ । ଏବେ ଏହି ସେବାର ବିସ୍ତାର ପାଇଁ ଏୟାରଟେଲ କ୍ବାଲକମକୁ ନିଜର ପାର୍ଟନର କରିଛି । ଏୟାରଟେଲ ଓ କ୍ବାଲକମ ଟେକ୍ନୋଲୋଦି 5 ଜି ଫିକ୍ସଡ ୱାଇରଲେସ ଆକ୍ସେସ ସମେତ ଏହାର ବିସ୍ତୃତ ଉପଯୋଗ ପାଇଁ ସହଯୋଗ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.