ନୂଆଦିଲ୍ଲୀ: ଗାଡିରେ ବ୍ୟବହୃତ ଜୀବାଶ୍ମ ଇନ୍ଧନ ଜନିତ ବାୟୁ ପ୍ରଦୂଷଣ ଯୋଗୁଁ ଭାରତକୁ ବାର୍ଷିକ10.7 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି ! ଏଥିସହ ପ୍ରତି ବର୍ଷ ପାଖାପାଖି 10 ଲକ୍ଷ ଲୋକ ବାୟୁ ପ୍ରଦୂଷଣ କାରଣରୁ ପ୍ରାଣଘାତୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ ନେଇ ଅନୁମାନ କରି ଏକ ରିପୋର୍ଟ ପ୍ରକାଶ ପାଇଛି ।
ପରିବେଶ ସରଂକ୍ଷଣ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ସଂସ୍ଥା ଗ୍ରୀନପିସ ଏକ ରିପୋର୍ଟ ଜାରି କରି ଜୀବାଶ୍ମ ଇନ୍ଧନର କୁପ୍ରଭାବ ବିଷୟରେ ବଖାଣିଛି । ଏଥିରେ କୁହାଯାଇଛି ଯେ, ଜୀବାଶ୍ମ ଇନ୍ଧନ ଜନିତ ବାୟୁ ପ୍ରଦୂଷଣର ମୂଲ୍ୟକୁ ବିଭିନ୍ନ ରୂପରେ ସମଗ୍ର ଦୁନିଆକୁ ପରିଶୋଧ କରିବାକୁ ପଡୁଛି ।
ରିପୋର୍ଟ ମୁତାବକ, ଏହାର ଆନୁମାନିକ ବାର୍ଷିକ ଖର୍ଚ୍ଚ ବିଶ୍ବ ସ୍ତରରେ ମୋଟ ଘରୋଇ ଉତ୍ପାଦର 3.3 ପ୍ରତିଶତ ରହିଛି । ଭାରତ କ୍ଷେତ୍ରରେ ଏହି କ୍ଷତି ବାର୍ଷିକ 10.7 ଲକ୍ଷ କୋଟି ହେଉଛି । ଯାହା ଦେଶ ଅଭିବୃଦ୍ଧି ହାରର 5.4 ପ୍ରତିଶତ । ଏଭଳି କ୍ଷତି ରେସରେ ଚୀନ ଓ ଆମେରିକା ପରେ ଭାରତ ତୃତୀୟ ବଡ ଦେଶ ।
ଚୀନରେ ଜୀବାଶ୍ମ ଇନ୍ଧନ ଜନିତ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ପାଖାପାଖି 900 ଅରବ ଡଲାର ଓ ଆମେରିକାକୁ 600 ଅରବ ଡଲାରର ଘାଟା ହେଉଛି । କେବଳ ଏତିକି ନୁହେଁ ଭାରତରେ ବି ପ୍ରତିବର୍ଷ ପାଖାପାଖି 10 ଲକ୍ଷ ଲୋକ ଜୀବାଶ୍ମ ଇନ୍ଧନ ଜନିତ ବାୟୁ ପ୍ରଦୂଷଣ କାରଣରୁ ହେଉଥିବା ତମାମ ରୋଗର ଶିକାର ହେଉଛନ୍ତି ।
(PTI)