ETV Bharat / business

ଦରମା ହ୍ରାସକୁ ବିରୋଧ, ସିଏମଡିଙ୍କୁ ଚିଠି ଲେଖିଲା ଏୟାର ଇଣ୍ଡିଆ ପାଇଲଟ ସଂଘ - Air India pilots Union writes to airlines CMD

ପାଇଲଟଙ୍କ ଦରମା ହ୍ରାସ ନେଇ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ଏୟାର ଇଣ୍ଡିଆର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବଂଶଲଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

ସିଏମଡିଙ୍କୁ ଚିଠି ଲେଖିଲେ ଏୟାର ଇଣ୍ଡିଆ ପାଇଲେଟ ସଂଘ

author img

By

Published : Jul 20, 2020, 8:40 PM IST

ନୂଆଦିଲ୍ଲୀ: ବିମାନ କମ୍ପାନୀ ଦ୍ବାରା ପାଇଲଟଙ୍କ ଦରମାରେ କୌଣସି ଏକପାଖିଆ ପରିବର୍ତ୍ତନ ବେଆଇନ ହେବ । ଏହି କାରଣରୁ ପରିସ୍ଥିତି ଅଣାୟତ ହୋଇପାରେ । ସୋମବାର ଏୟାର ଇଣ୍ଡିଆର ବରିଷ୍ଠ ପାଇଲଟଙ୍କୁ ସାମିଲ ଥିବା ସଂଘ ICPA ଏୟାରଲାଇନ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବଂଶଲଙ୍କୁ ଚିଠି ଲେଖିଛି ।

ଚିଠିରେ ଆଇସିପିଏ କହିଛି କି, 2020 ଜୁଲାଇ 16ରେ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଥିଲେ କି, ଆମେ ପାଇଲଟଙ୍କ ସହ କଥାବାର୍ତ୍ତା ହେଉଛି , ଯାହାକି ଆଦୌ ସତ ନୁହେଁ ।

ଭାରତୀୟ ବାଣିଜ୍ୟିକ ପାଇଲେଟ ସଂଘ (ଆଇସିପିଏ) କହିଛି କି, ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଆଦେଶ ଯୁକ୍ତିଯୁକ୍ତ ନୁହେଁ । ଏହି ତଥାକଥିତ ଆଲୋଚନା କୌଣସି ପ୍ରକାରରେ ଗ୍ରହଣୀୟ ନଥିଲା ।

ଆଇସିପିଏ ଓ ଇଣ୍ଡିଆନ ପାଇଲଟ ଗିଲ୍ଡ (ଆଇପିଜି) ଗତ ସପ୍ତାହରେ ବଂଶଲଙ୍କୁ ପଠାଇଥିବା ଏକ ପତ୍ରରେ କହିଛି କି କୋରୋନା ମହାମାରୀ ମଧ୍ୟରେ ଏୟାରଇଣ୍ଡିଆ ପାଇଲଟ ଦରମାରେ 60 ପ୍ରତିଶତ ପର୍ଯ୍ଯନ୍ତ ପ୍ରସ୍ତାବ ରହିଛି । ଯେତେବଳେ କି ଯେ ଟପ ମ୍ୟାନେଜମେଣ୍ଟ ନିଜର ମୋଟ ବେତନରେ 3.5 ପ୍ରତିଶତ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି।

ଏୟାରଇଣ୍ଡିଆ ଉପରେ ପ୍ରାୟ 70,000 କୋଟି ଟଙ୍କାର ଋଣ ରହିଛି । ଏଥିସହ ସରକାର ଏ ବର୍ଷ ଜାନୁଆରେ ଏହାର ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.