ETV Bharat / business

22ରେ ମାଗଣାରେ ଉଡିବେ ରାଜ୍ୟର 44 ଦିବ୍ୟାଙ୍ଗ ଶିଶୁ

author img

By

Published : Jan 18, 2020, 4:22 PM IST

ଜାନୁଆରୀ 22 ତାରିଖରୁ ଏୟାର ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଉଡାଣ ଭରିବେ ଓଡିଶାର 44 ଦିବ୍ୟାଙ୍ଗ ଶିଶୁ।

Air India, Odisha govt to begin flight services for special children from Jan 22
22ରେ ମାଗଣାରେ ଉଡିବେ ଓଡିଶାର 44 ଦିବ୍ୟାଙ୍ଗ ଛୁଆ

ଭୁବନେଶ୍ବର: ଆସନ୍ତା 22 ତାରିଖରେ ବିମାନରେ ଉଡିବେ ରାଜ୍ୟର ୪୪ ଜଣ ଦିବ୍ୟାଙ୍ଗ ଶିଶୁ । ଏହି ସ୍ବତନ୍ତ୍ର ଉଡାଣ ପାଇଁ ଏୟାର ଇଣ୍ଡିଆ ଓ ରାଜ୍ୟ ସରକାର ହାତ ମିଳାଇଛନ୍ତି। ପ୍ରାୟ ୪୦ ମିନିଟର ଏହି ସ୍ବତନ୍ତ୍ର ବିମାନ ଯାତ୍ରାରେ 21 ଝିଅ ଓ 23 ପୁଅ ସାମିଲ ରହିବେ। ସେମାନଙ୍କର ବୟସ 9ରୁ 18 ବର୍ଷ ମଧ୍ୟରେ ରହିଛି। ଶନିବାର ଏନେଇ ଏୟାର ଇଣ୍ଡିଆର ମୁଖବକ୍ତା ଧନଞ୍ଜୟ କୁମାର ଜଣାଇଛନ୍ତି।

ଯେଉଁ ଶିଶୁଙ୍କ ବିମାନରେ ଉଡାଣ ଭରିବାର ସ୍ବପ୍ନ ଥାଏ, ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଛୋଟ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ସେ। ଏଲାଇନ୍ସ ଏୟାର ପକ୍ଷରୁ ପ୍ରଥମ ଥର ଶିଶୁଙ୍କ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ଏହା ପୂର୍ବରୁ ପଛୁଆ ରହୁଥିବା ମହିଳାଙ୍କ ପାଇଁ ଏହି ସ୍ବତନ୍ତ୍ର ସେବା ଦିଆଯାଇଥିଲା। ଏହି ସ୍ବତନ୍ତ୍ର ଉଦ୍ଦେଶ୍ୟ ପାଇଁ ଏୟାରଲାଇନ ପକ୍ଷରୁ ଡାରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନ (DGCA)ରୁ ଅନୁମତି ନିଆଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.