ETV Bharat / business

ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ବଡ ଝଟକା, ମାସିକ ଭତ୍ତା 50 ପ୍ରତିଶତ ହ୍ରାସ

author img

By

Published : Jul 23, 2020, 1:21 PM IST

ଏୟାର ଇଣ୍ଡିଆ କର୍ମଚାରୀଙ୍କ ମାସିକ ଭତ୍ତା 50 ପ୍ରତିଶତ ପର୍ଯ୍ଯନ୍ତ ହ୍ରାସ କରାଯାଇଛି । ସେହିପରି ପାଇଲଟଙ୍କ ଭତ୍ତା 40 ପ୍ରତିଶତ କମାଯାଇଛି । ଅଧିକ ପଢନ୍ତୁ..

ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ବଡ ଝଟକା, ମାସିକ ଭତ୍ତା 50 ପ୍ରତିଶତ ହ୍ରାସ
ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ବଡ ଝଟକା, ମାସିକ ଭତ୍ତା 50 ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ସଙ୍କଟଗ୍ରସ୍ଥ ଏୟାର ଇଣ୍ଡିଆର ପିଛା ଛାଡୁନି ମାନ୍ଦାବସ୍ଥା । କୋରୋନା ସଙ୍କଟ, ଦରମା ହ୍ରାସ, ବିନା ଦରମାରେ 5 ବର୍ଷର ଛୁଟି, ଏ ସବୁ ପରେ ପୁଣି କର୍ମଚାରୀଙ୍କ ଆଗରେ ଠିଆ ହୋଇଛି ଆଉ ଏକ ସମସ୍ୟା । ପୁଣି କର୍ମଚାରୀଙ୍କ ଦରମା କାଟ ହୋଇଛି । ସେମାନଙ୍କ ମାସିକ ଭତ୍ତା 50 ପ୍ରତିଶତ ପର୍ଯ୍ଯନ୍ତ ହ୍ରାସ କରାଯାଇଛି । ସେହିପରି ପାଇଲଟଙ୍କ ଭତ୍ତା 40 ପ୍ରତିଶତ କମାଯାଇଛି ।

ଏୟାରଇଣ୍ଡିଆ ଦ୍ବାରା ଜୁଲାଇ 22ରେ ଜାରି କରାଯାଇଥିବା ଏକ ଆଭ୍ୟନ୍ତରୀଣ ଆଦେଶରେ ଏହି ହ୍ରାସ ନେଇ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି କି ମାସିକ 25 ହଜାର ଟଙ୍କା ଦରମା ପାଇଥିବା କର୍ମଚାରୀଙ୍କ ମାସିକ ଭତ୍ତାରେ 50 ପ୍ରତିଶତ ହ୍ରାସ କରାଯିବ । ତେବେ ଆଦେଶ ଅନୁସାରେ କର୍ମଚାରୀଙ୍କ ବେସିକ ଦରମା, ଇଣ୍ଡଷ୍ଟ୍ରିଆଲ ଡିୟରନେସ ଆଲାଉନ୍ସ (ଆଇଡିଏ) ଏବଂ ଘର ଭଡା ଭତ୍ତା(HRA)ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ସେହିପରି ଜେନରାଲ କ୍ୟାଟେଗୋରୀ ଅଫିସରଙ୍କ ଭତ୍ତାରେ ମଧ୍ୟ 50 ପ୍ରତିଶତ ହ୍ରାସ କରାଯିବ । ଏଭଳି ଭାବେ ଜେନରାଲ କ୍ୟାଟେଗୋରୀ ଷ୍ଟାଫ ଓ ଅପରେଟରଙ୍କ ମାସିକ ଭତ୍ତା 30 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ । କ୍ୟାବିନ କ୍ରୁ ମେବର୍ସଙ୍କ ଅନ୍ୟ ସବୁ ଆଲାଉନ୍ସ 20 ପ୍ରତିଶତ କମାଯିବ ।

ପ୍ରକାଶ ଯେ, ମାର୍ଚ୍ଚ ମାସ ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଭତ୍ତା 10 ପ୍ରତିଶତ ହ୍ରାସ କରାଯାଇଥିଲା ।

ଋଣ ବୋଝରେ ଦବି ଯାଇଥିବା ଏୟାର ଇଣ୍ଡିଆ ଉପରେ କୋରୋନା ପ୍ରହାର ବିମାନ ଶିଳ୍ପ ପାଇଁ ସଙ୍କଟ ଆଣିଛି । ଏଭଳି ସ୍ଥିତି ପ୍ରାୟ ସବୁ ବିମାନ କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ହ୍ରାସ କରୁଛନ୍ତି । ଅନେକ ଏୟାରଲାଇନ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.