ETV Bharat / business

ଡିସେମ୍ବର 1ରୁ ମୋବାଇଲ ସେବା ମହଙ୍ଗା - mobile service

ସାଧାରଣ ଉପଭୋକ୍ତାଙ୍କ ପକେଟକୁ ମାଡ। ବଢିବ ମୋବାଇଲ ସେବା ଖର୍ଚ୍ଚ। ଡିସେମ୍ବର 1ରୁ ଭୋଡାଫୋନ ଓ ଆଇଡିଆ ଓ ଦେଶର ସର୍ବବୃହତ୍ତ ଟେଲିକମ କମ୍ପାନୀ ଏୟାରଟେଲ ବଢାଇବେ ଟାରିଫ।

ପ୍ରତିକାତ୍ମକ ଫଟୋ
author img

By

Published : Nov 19, 2019, 12:52 PM IST

ନୂଆଦିଲ୍ଲୀ: ଏବେ ମହଙ୍ଗା ହେବା ମୋବାଇଲ ସେବା । ଉପଭୋକ୍ତାଙ୍କୁ ଗଣିବାକୁ ପଡିବ ଅଧିକ ଟଙ୍କା। ଆସନ୍ତା ପହିଲାରୁ ଟାରିଫ ବଢାଇବାକୁ ଘୋଷଣା କରିଛନ୍ତି ଭୋଡାଫୋନ ଓ ଆଇଡିଆ । ଏଥିସହ ଦେଶର ସର୍ବବୃହତ୍ତ ଟେଲିକମ କମ୍ପାନୀ ଏୟାରଟେଲ ମଧ୍ୟ ତାର ସେବା ପାଇଁ ଅଧିକ ଦେୟ ନେବ।

ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)କୁ ନେଇ ସୁପ୍ରିମକୋର୍ଟରେ ପ୍ରତିକୂଳ ଶୁଣାଣୀ ପରେ କମ୍ପାନୀଗୁଡିକ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ କେତେ ଟଙ୍କା ବଢିବ ସେ ନେଇ ଏହି କମ୍ପାନୀ କୌଣସି ସୂଚନା ଦେଇନାହାଁନ୍ତି।

ଭାରତୀୟ ଏୟାରଟେଲ ଏକ ବୟାନରେ କହିଛି ଯେ, ‘‘ଦୂରସଞ୍ଚାର କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ପାଇଁ ମୋଟା ଅଙ୍କର ପୁଞ୍ଜି ନିବେଶ ଦରକାର । ଏଥିପାଇଁ ଔଦ୍ୟୋଗିକ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣରୁ ଏହାକୁ ସମର୍ଥନ କରିବା ସର୍ବଦା ଆବଶ୍ୟକ ରହିଛି। "

ସେପଟେ ଭୋଡାଫୋନ ଓ ଆଇଡିଆ ପକ୍ଷରୁ କୁହାଯାଇଛି, ‘‘ ଗ୍ରାହକଙ୍କୁ ବିଶ୍ବସ୍ତରୀୟ ଡିଜିଟାଲ ଅନୁଭବ ଦେବା ପାଇଁ କମ୍ପାନୀ ଡିସେମ୍ବରରୁ ଟାରିଫ ଦାମ ବଢାଇବ । ଏହା ଉଚିତ ପରିମାଣର ହେବ ବୋଲି ଆଗକୁ କମ୍ପାନୀ ସଙ୍କେତ ଦେଇଛି। "

ପ୍ରକାଶ ଯେ, ଦ୍ୱିତୀୟ ତ୍ରୈମାସର ଭୋଡାଫୋନ ଓ ଆଇଡିଆ 50,921 କୋଟି ଟଙ୍କା ଓ ଭାରତୀ ଏୟାରଟେଲ 23,045 ଟଙ୍କା କ୍ଷତି ସହିଛନ୍ତି। ଏପଟେ ଅକ୍ଟୋବର 24ରେ ସୁପ୍ରିମକୋର୍ଟ ଏଜିଆର ବାବଦ 1,30 ଲକ୍ଷ କୋଟି ଟଙ୍କା ପରିଶୋଧ ପାଇଁ ଟେଲିକମ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ମାନ୍ଦାବସ୍ଥା ଭିତରେ ଗତିକରୁଥିବା ଟେଲିକମ ସେକ୍ଟରର ଚିନ୍ତାକୁ ଡବଲ କରିଦେଇଛି । ଆଉ ଏହାର ପ୍ରଭାବ ଏବେ ଉପଭୋକ୍ତାଙ୍କ ପକେଟ ଉପରେ ପଡିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.