ETV Bharat / business

11 ଯାଏଁ ଆମାଜନର ‘ଫ୍ରିଡମ ଡେ’ ସେଲ, ହେବ ଅଫର ବର୍ଷା

author img

By

Published : Aug 8, 2020, 8:01 PM IST

ଆମାଜନର ‘ ଫ୍ରିଡମ ଡେ’ ସେଲ । ଅଗଷ୍ଟ 11 ଯାଏଁ ଜାରି ରହିବାକୁ ଥିବା ଏହି ସେଲରେ ହେବ ଅଫର ବର୍ଷା । ଅଧିକ ପଢନ୍ତୁ..

11 ଯାଏଁ ଆମାଜନର  ‘ଫ୍ରିଡମ ଡେ ’ ସେଲ ,  ହେବ ଅଫର ବର୍ଷ

ନୂଆଦିଲ୍ଲୀ: 2 ଦିନିଆ ପ୍ରାଇମ ଡେ ସେଲ ସଫଳତାରେ ଉତ୍ସାହିତ ଆମାଜନ ଇଣ୍ଡିଆ ଶନିବାର ‘ ଫ୍ରିଡମ ଡେ’ ସେଲ ନେଇ ଘୋଷଣା କରିଛି । ଏହା ଅଗଷ୍ଟ 11 ଯାଏଁ ଚାଲିବ । ଏଥିରେ ଲୋକପ୍ରିୟ ମୋବାଇଲ ଫୋନ, ଲାପଟପ, ଟିଭି, ଆମାଜନ ଡିଭାଇସ ଆଦି ଶତାଧିକ ଅଫର ସାମିଲ ଅଛି ।

ବିକ୍ରି ସମୟରେ ଗ୍ରାହକ 5,000 ଟଙ୍କାର ସର୍ବନିମ୍ନ କ୍ରୟ ଉପରେ ଏସବିଆଇ କ୍ରେଡିଟ କାର୍ଡ ସହ 1500 ଟଙ୍କା ପର୍ଯ୍ୟନ୍ତ 10 ପ୍ରତିଶତର ଇନଷ୍ଟାଣ୍ଟ ରିହାତି ପାଇଁ ଅଧି୍କ ସଞ୍ଚୟ କରିପାରିବେ ।

ଦୁଇ ଦିନିଆ ପ୍ରାଇମ ସେଲ ଶେଷରେ କମ୍ପାନୀ କହିଛି କି, ଆପଣ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ, ବଜାଜ ଫିନ୍ସର୍ଭ ଏବଂ ଆମାଜନ ଲେଟରରେ ନୋ କଷ୍ଟ ଇଏମଆଇ ସହ ଆପଣଙ୍କ ବଜେଟ ବୃଦ୍ଧି କରିପାରିବେ ।

ସମ୍ଭାବ୍ୟ ଗ୍ରାହକମାନେ ହେଡଫୋନରେ 70 ପ୍ରତିଶତ, କ୍ୟାମେରା ଏକ୍ସେସରିଜରେ 70 ପ୍ରତିଶତ, ସ୍ପିକର ଏବଂ ହୋମ ଅଡିଓରେ 60 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ । ଏଭଳି ଭାବେ ବିଭିନ୍ନ ପ୍ରଡକ୍ଟରେ ବମ୍ପର ସେଲ, ରିହାତି ଅଫର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.