ETV Bharat / business

5.1ପ୍ରତିଶତକୁ କମିପାରେ ଜିଡିପି

author img

By

Published : Dec 11, 2019, 1:50 PM IST

ଜିଡିପି ଅନୁମାନ 5.1 ପ୍ରତିଶତକୁ କମାଇଲା ଏଡିବି । ଧୀମା ଅର୍ଥନୀତି ପ୍ରଭାବରେ ଅଭିବୃଦ୍ଧି କମିବ ବୋଲି ବିଭିନ୍ନ ଆର୍ଥିକ ସଂସ୍ଥାନ ଓ ଆରବିଆଇ ପକ୍ଷରୁ ଆକଳନ କରାଯାଉଛି ।

adb reduces indias economic growth forecast to 5.1 percent
5.1ପ୍ରତିଶତକୁ କମିପାରେ ଜିଡିପି

ନୂଆଦିଲ୍ଲୀ: ଧୀମା ଅର୍ଥନୀତି ପ୍ରଭାବରେ ଅଭିବୃଦ୍ଧି କମିବ । 2019-20 ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ ଅନୁମାନକୁ 5.1 ପ୍ରତିଶତକୁ ହ୍ରାସ କରିଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) । ପୂର୍ବରୁ ଏହି ଆକଳନ 6.5 ପ୍ରତିଶତ ଥିଲା ।

ଏଡିବି ଭାରତର ଜିଡିପି ଆକଳନକୁ 6.5 ପ୍ରତିଶତ କରିବା ପରେ ବି ଏହାକୁ 7.2କୁ ବୃଦ୍ଧି ନେଇ ଆଶା ରଖିଥିଲା । ହେଲେ ବିଭିନ୍ନ ଅର୍ଥନୈତିକ ସମସ୍ୟା ଯୋଗୁଁ ଅଭିବୃଦ୍ଧି ଲଗାତାର ହ୍ରାସ ପାଉଛି ।

ଏହାକୁ ପଢନ୍ତୁ.. ଦେଶର ଅଭିବୃଦ୍ଧି 5 ପ୍ରତିଶତରୁ ଖସିବ: ଆଇଏଚଏସ ମାର୍କିଟ

ଖରାପ ଫସଲ, ବେହାଲ ଗ୍ରାମୀଣ ସ୍ଥିତି ଓ ନିଯୁକ୍ତି ହ୍ରାସ , ଆୟ କମ ଯୋଗୁଁ ଚାହିଦା କମୁଛି । ଏଥିଯୋଗୁଁ ଅଭିବୃଦ୍ଧି ଦର ଅନୁମାନ ହ୍ରାସ ହୋଇଛି ବୋଲି ଏଡିବି ପକ୍ଷରୁ କୁହାଯାଇଛି ।

ତେବେ ସରକାରଙ୍କ ପଦକ୍ଷେପ ଓ ଅନୁକୂଳ ନୀତି ଯୋଗୁଁ ନିବେଶ ବଢିବା ପରେ ଆସନ୍ତା ଆର୍ଥିକ ବର୍ଷର ଅଭିବୃଦ୍ଧି 6.5 ପ୍ରତିଶତ ବଢିବା ନେଇ ଅନୁମାନ ରହିଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.