ନୂଆଦିଲ୍ଲୀ: କୋଭିଡ ସଙ୍କଟ କାଳରେ ଭାରତକୁ ବିଭିନ୍ନ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରିଛି ଏସିଆନ ଡେଭଲପମେଣ୍ଟ ବିକାଶ ବ୍ୟାଙ୍କ (ଏଡିବି) । ଶୁକ୍ରବାର ଏଡିବି କହିଛି କି, ଭାରତକୁ 2020ରେ 13 ପ୍ରୋଜେକ୍ଟ ପାଇଁ ରେକର୍ଡ 3.92 ଅରବ ଡଲାର ଋଣ ଅନୁମୋଦନ କରିଛି । ଯେଉଁଥିରେ କୋଭିଡ-19 ମହାମାରୀ ପ୍ରତିହିତ ତଥା ସୁରକ୍ଷା ସମ୍ବନ୍ଧିତ ପ୍ରକଳ୍ପ ପାଇଁ 1.8 ଅରବ ଡଲାର ଋଣ ସାମିଲ ରହିଛି ।
ମାନିଲା ସ୍ଥିତ ବହୁପକ୍ଷୀୟ ଏଜେନ୍ସି କହିଛି ଯେ, ଏହା ଭାରତରେ ମହାମାରୀକୁ ରୋକିବା ତଥା ଗରିବ ଓ ଅନ୍ୟ ଦୁର୍ବଳ ଶ୍ରେଣୀକୁ ରିଲିଫ ଦେବାକୁ ସାମାଜିକ ସୁରକ୍ଷା ପଦକ୍ଷେପ ପାଇଁ ଜରୁରୀକାଳୀନ ସହାୟତା ପ୍ରଦାନ କରିଛି । ଏଡିବି ସହରାଞ୍ଚାଳରେ ପ୍ରାଥମିକ ସ୍ବାସ୍ଥ୍ୟ ରକ୍ଷଣାବେକ୍ଷଣା ପାଇଁ ମଧ୍ୟ ସରକାରଙ୍କୁ ସହାୟତା ୟୋଗାଇଛି ।
1986 ରେ ଏଡିବି ଦ୍ବାରା ଋଣ ଦେବା ଆରମ୍ଭ ପରେ ଭାରତ ପାଇଁ ଏବେ ସୁଦ୍ଧା ସର୍ବବୃହତ୍ତ ବାର୍ଷିକ ଋଣ ପ୍ରତିବଦ୍ଧତା ରହିଛି । 2020 ରେ ଭାରତରେ ଉର୍ଜା, ପରିବହନ , ସହରୀ ବିକାଶ ଓ ସାର୍ବଜନୀକ କ୍ଷେତ୍ରର ପରିଚାଳନା ପାଇଁ ନିଜ ନିୟମିତ ସହାୟତା ଜାରି ରଖିଛି ।